fbpx

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପିଲାଙ୍କୁ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ପରାକ୍ରମ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ଅବସରରେ ଶ୍ରୀମତୀ ମୁର୍ମୁ କହିଛନ୍ତି, ନେତାଜୀ ଲକ୍ଷ ଲକ୍ଷ ଭାରତୀୟଙ୍କୁ ଦେଶର ସ୍ୱାଧୀନତା ସଂଗ୍ରାମରେ
ସାମିଲ ହେବାପାଇଁ ଅନୁପ୍ରେରିତ କରିଥିଲେ । ତାଙ୍କ ବ୍ୟକ୍ତିତ୍ୱ, ଦେଶପ୍ରେମ ଓ ଅଦମ୍ୟ ସାହସରେ ଭରପୂର ଥିଲା । ରାଷ୍ଟ୍ରପତି କହିଛନ୍ତି, ଭାରତବାସୀ ସର୍ବଦା ତାଙ୍କ ପ୍ରତି କୃତଜ୍ଞ ରହିବେ । ଉପରାଷ୍ଟ୍ରପତି ଜଗଦୀପ ଧନଖଡ୍‍ ମଧ୍ୟ
ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ନେତାଜୀ ଦୃଢ଼ ରାଷ୍ଟ୍ରବାଦୀ ମୂଲ୍ୟବୋଧ ଏବଂ ଆଦର୍ଶ ପାଇଁ ମନେରହିବେ । ସେ କହିଛନ୍ତି, ଆଜାଦ୍‍ ହିନ୍ଦ୍‍ ଫୌଜର ପ୍ରତିଷ୍ଠାତା ନେତାଜୀ ସର୍ବଦା ଦେଶର ଯୁବପିଢ଼ି ପାଇଁ ପ୍ରେରଣାର ସ୍ରୋତ ହୋଇ ରହିବେ।

 

Get real time updates directly on you device, subscribe now.