fbpx

BIG BREAKING: ୨୦୨୪ ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଲା ଶକ୍ତ ଝଟକା; ଦଳ ଛାଡିଲେ ୨ ଟାଣୁଆ ନେତା

ଭୁବନେଶ୍ୱର: ୨୦୨୪ ମସିହାରେ ସାଧାରଣ ନିର୍ବାଚନ ଥିବାବେଳେ ଏବେଠାରୁ ରାଜନୈତିକ ପାଣିପାଗ ରସଗରମ ରହିଛି । ବିଭିନ୍ନ ଦଳର ଦଳର ନେତାମାନେ ସେମାନଙ୍କ ପ୍ରସ୍ତୁତି ଆରମ୍ଭ କରିଛନ୍ତି । କିନ୍ତୁ ଏହାରି ମଧ୍ୟରେ ବିଜେପିକୁ ଏକ ଶକ୍ତ ଝଟକା ଲାଗିଛି । କାରଣ ବର୍ତ୍ତମାନ ଦଳର ୨ ଟାଣୁଆ ନେତା ଦଳର ହାତ ଛାଡିଛନ୍ତି । ଫଳରେ ଏହା ଆଗାମୀ ନିର୍ବାଚନରେ ଦଳପ୍ରତି କିଛି ପ୍ରଭାବ ପକାଇ ପରେ ବୋଲି ଆଲୋଚନା ହେଉଛି ।

ମିଳିଥିବା ସୂଚନା ଅନୁଯାୟୀ, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଗିରିଧର ଗମାଙ୍ଗେ ବିଜେପି ଦଳରୁ ବିଧିବଦ୍ଧ ଭାବରେ ଇସ୍ତଫା ଦେଇଛନ୍ତି । ଏନେଇ ସେ ବିଜେପି ରଷ୍ଟ୍ରୀୟ ଅଧକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ତେବେ ଗିରିଧର ଗମାଙ୍ଗେଙ୍କ ପୁଅ ଶିଶିର ଗମାଙ୍ଗେ ମଧ୍ୟ ଦଳରୁ ଇସ୍ତଫା ଦେଇଥିବା ଜଣାପଡିଛି । ଏହି ସମ୍ପର୍କରେ ଉଭୟ ବାପ-ପୁଅ ପ୍ରେସମିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।

କିଛି ଦିନ ତଳେ ଉଭୟ ବାପ ପୁଅ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଉଭୟ ତେଲେଙ୍ଗାନା ସମୁଖ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ରାଓଙ୍କ ନୀଆ ଦଳ ଭାରତ ରଷ୍ଟ୍ର ସମିତିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଗମାଙ୍ଗେଙ୍କ ଦଳରୁ ଇସ୍ତଫା ଦେବା କଣ ଇସାରା କରୁଛି ତାହା ସ୍ପଷ୍ଟ ଜଣାପଡୁଥିବା ବର୍ତ୍ତମାନ ଚର୍ଚ୍ଚା ହେଉଛି ।

ଅନ୍ୟପକ୍ଷେ ଗିରିଧର ଗମାଙ୍ଗେ କହିଛନ୍ତି ସେ ସର୍ବଦା ଜାତୀୟ ଦଳ ପାଇଁ କାମ କରିବେ । ପୂର୍ବରୁ ସେ କଂଗ୍ରେସରରେ ଥିବା ବେଳେ ୨୦୧୫ ମସିହାରେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । । କିନ୍ତୁ ବର୍ତ୍ତମାନ ବାପ ପୁଅ ବିଜେପିରୁ ମଧ୍ୟ ବିଦାୟ ନେଇଛନ୍ତି । ତେବେ ଏବେ ସେମାନେ ଆଗାମୀ ନିର୍ବାଚନ ବେଳକୁ କେଉଁ ଦଳରେ ସାମିଲ ହେବେ ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.