fbpx

ପାକିସ୍ତାନରେ କେବେ କମିବ ଦୁଃଖର ଭାର, ଗହମ ପରେ ଦେଖାଦେଲା ପାଣି ସମସ୍ୟା

ନୂଆଦିଲ୍ଲୀ: ପାକିସ୍ତାନର ସ୍ଥିତି ଖରାପ ହେବାରେ ଲାଗିଛି। ସେଠାରେ ଏବେ ଏକ ପ୍ରକାର ହାହାକାର ଦେଖାଗଲାଣି। ପୂର୍ବରୁ ସେଠାରେ ରୁଟି ପାଇଁ ଗହମର ସମସ୍ୟା ଦେଖାଯାଉଥିବା ବେଳେ ବର୍ତ୍ତମାନ ପାଣିର ସମସ୍ୟା ବଢ଼ିବାରେ ଲାଗିଛି। କେବଳ ପାଣି ନୁହେଁ ବିଦ୍ୟୁତ୍ ,ରୁଟି,ଏଳପିଜି ଗ୍ୟାସର ମଧ୍ୟ ଅଭାବ ରହିଛି। ଏଥି ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ରିପୋର୍ଟ ଅନୁସାରେ ପାକିସ୍ତାନ ଅଧିନସ୍ଥ ବାଲୁଚିସ୍ତାନ ରାଜ୍ୟର ସମସ୍ତ ଅଞ୍ଚଳରେ ପାଣିର ଅଭାବ ଦେଖାଦେଇଛି । ସେଠାରେ ମାତ୍ର ୨୫ ପ୍ରତିଶତ ଲୋକ ବିଶୁଦ୍ଧ ପାନୀୟ ଜଳ ପାଉଛନ୍ତି । ଏହା ବ୍ୟତୀତ ପଞ୍ଜାବ ରେ ମଧ୍ୟ ଜଳ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ଏବଂ ୭୫ ପ୍ରତିଶତ ଲୋକ ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଠାରେ ୧ ଲକ୍ଷ ୨୭ ହଜାର ଆଠଶହ କ୍ୟୁସେକ ଜଳ ଆବଶ୍ୟକ କରୁଥିବା ବେଳେ ୫ ହଜାର ୧୦୦ କ୍ୟୁସେକ ପାଣି ଲୋକେ ପାଇଛନ୍ତି । ସେହିପରି ସିନ୍ଧ ପ୍ରଦେଶର ସମାନ ପରିସ୍ଥିତି ଦେଖାଦେଇଛି ।

ପାକିସ୍ତାନର ରାଜକୋଷ କ୍ରମାଗତ ଖାଲି ହେବାରେ ଲାଗିଛି ଏବଂ ଆର୍ଥିକ ସଙ୍କଟରୁ ବାହାରିବା ପାଇଁ ସରକାରଙ୍କ ପାଖରେ କୈାଣସି ଉପାୟ ନାହିଁ। ଗରିବ ହେଉଯାଉଥିବା ପାକିସ୍ଥାନକୁ ସାହାଯ୍ୟ କରିବା ପାଇଁ ଅର୍ନ୍ତରଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମଏପ) ମନା କରିଦେଇଛି।

Get real time updates directly on you device, subscribe now.