fbpx

ସଫ୍ଟୱେର୍ କମ୍ପାନୀ ୩୦୦୦ କର୍ମଚାରୀଙ୍କୁ କରିବ ଛଟେଇ, ଜାଣନ୍ତୁ କମ୍ପାନୀ କ’ଣ କହିଲା କାରଣ

ନୁଆଦିଲ୍ଲୀ: ଏବେ ସମଗ୍ର ବିଶ୍ୱରେ ବଡ଼ ବଡ଼ କମ୍ପାନୀମାନେ ଛଟେଇ କରୁଥିବା ବେଳେ ଏହି ଧାରାରେ ସାମିଲ ହୋଇଛି ଜର୍ମାନିର ସପ୍ଟାର କମ୍ପାନୀ ଏସ୍‌ଏପି। ଗୁରୁବାର କମ୍ପାନୀ କହିଛି ଯେ, ଏହା ପ୍ରାୟ ୩ ହଜାର କର୍ମଚାରୀଙ୍କୁ ଛଟେଇ କରିବ। ସଫ୍ଟୱେର୍ ଏବଂ କ୍ଲାଉଡ୍ ଆଧାରିତ କମ୍ପ୍ୟୁଟିଂ ସେବା ପ୍ରଦାନ କରୁଥିବା ୱାଲଡୋର୍ଡ-ଆଧାରିତ ସମୁହ କହିଛି ଯେ ଏହାର ମୂଳ ବ୍ୟବସାୟକୁ ମଜବୁତ କରିବା ଏବଂ ଦକ୍ଷତା ବୃଦ୍ଧି କରିବା ପାଇଁ ଏହା ଏକ ‘ଟାର୍ଗେଟେଡ୍ ପୁନଃ ନିଯୁକ୍ତି” କରିବାକୁ ଯୋଜନା କରିଛି। ୨୦୨୨ ବର୍ଷର ଫଳାଫଳ ଘୋଷଣା କରି କମ୍ପାନି ସୂଚନା ଦେଇଛି ଯେ, ଏହି ଛଟେଇ ପ୍ରକ୍ରିୟାରେ ପ୍ରାୟ ୨.୫ କର୍ମଚାରୀ ପ୍ରଭାବିତ ହେବେ।’

ଏସ୍‌ଏପିର ସାରା ବିଶ୍ୱରେ ପ୍ରାୟ ୧୨୦,୦୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଯାହାର ଅର୍ଥ କମ୍ପାନୀ ଏହାର ୩ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛି। ଗୁଗଲ, ଅଇବିଏମ୍ ଏବଂ ମାଇକ୍ରୋସଫ୍ଟ ଭଳି ବଡ଼ ବଡ଼ କମ୍ପାନୀ ଟେକ୍ ଜଗତରେ ଛଟେଇ ଜାରି ରଖିଥିବା ବେଳେ ଆର୍ଥିକ ସଙ୍କଟକୁ ଦୃଷ୍ଟିରେ ରଖି କମ୍ପାନୀ ଏହି ନିଷ୍ପତି ନେଇଛି। ଏସ୍‌ଏପି କହିଛି ଯେ ଏହାର କର୍ମଚାରୀ ହ୍ରାସ ନିଷ୍ପତି କମ୍ପାନୀକୁ ମୁଖ୍ୟତ ୨୦ ୨୦୨୩ ର ପ୍ରଥମ ତ୍ରୈମାସରେ ୨୫୦ ରୁ ୩୦୦ ନିୟୁତ ୟୁରୋ କ୍ଷତି କରିବ।

ତେବେ ଏହି ଛଟେଇ କାରଣରୁ କମ୍ପାନୀର ୩୦୦-୩୫୦ ମିଲିୟନ ୟୁରୋ ସଞ୍ଚୟ ହେବେ, ଯାହାକୁ କମ୍ପାନୀ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧିରେ ନିବେଶ କରିବ ବୋଲି କହିଛି। ଯାହା ଭବିଷ୍ୟତରେ କମ୍ପାନୀର କାର୍ଯ୍ୟରେ ଲାଗିବ।

Get real time updates directly on you device, subscribe now.