fbpx

ଭାରତର ଯୋଗ ଶିକ୍ଷକଙ୍କ ପ୍ରେମରେ ଚାଇନା ଛାତ୍ରୀ

ନୂଆଦିଲ୍ଲୀ: ଚାଇନାରେ ରହୁଥିବା ଜଣେ ଯୁବତୀ ଛତିଶଗଡ଼ରେ ରହୁଥିବା ଜଣେ ଶିକ୍ଷକଙ୍କ ପ୍ରେମରେ ପଡ଼ି ଯାଇଥିଲେ । ଉକ୍ତ ଶିକ୍ଷକଙ୍କ ନାମ ଲୋକେଶ କୁମାର ବୋଲି ଜଣାପଡ଼ିଛି । ନିକଟରେ ଲୋକେଶ ଏକ ଭିଡିଓ ସେୟାର କରି ନିଜ ପ୍ରେମକାହାଣୀ ସମସ୍ତଙ୍କ ସହିତ ସେୟାର କରିଛନ୍ତି ।

ଏହି ଭିଡିଓରେ ଲୋକେଶ କହିଛନ୍ତି, ‘ଛତିଶଗଡ଼ର ଧମତରି ଜିଲ୍ଲାରେ ମୁଁ ବସବାସ କରେ । ମୋର ବାପା ପେସାରେ ଜଣେ ଚାଷୀ ଭାବେ କାମ କରନ୍ତି । ଚାରିଜଣ ଭାଇଭଉଣୀଙ୍କୁ ନେଇ ମୋର ପରିବାର । ପିଲାଟି ଦିନରୁ ଯୋଗ ପ୍ରତି ମୋର ଦୁର୍ବଳତା ଥିଲା । ତେଣୁ ପାଠପଢ଼ିବା ପରେ ମୁଁ ହରିଦ୍ୱାରକୁ ଚାଲି ଯାଇଥିଲି । ଆର୍ଥିକ ସଙ୍କଟ ହେତୁ ବିଶ୍ୱବିଦ୍ୟାଳୟରେ ମୋର ଭର୍ତ୍ତି ହୋଇ ପାରି ନଥିଲା । ପରେ ଜଣେ ସାଙ୍ଗଙ୍କ ସାହାଯ୍ୟରେ ଭର୍ତ୍ତି ହୋଇଯାଇଥିଲା ।

ଏହାପରେ ମୁଁ ଯୋଗରେ ପୋଷ୍ଟ ଗ୍ରାଜୁଏସନ କରି ଚାକିରି ପାଇଁ ଦିଲ୍ଲୀ ଚାଲି ଯାଇଥିଲି । କିଛିବର୍ଷ ଦିଲ୍ଲୀରେ ରହିବା ପରେ ଚାଇନା ଯାଇଥିଲି । ସେଠାରେ ଥିବା ଭାରତୀୟ ଇନଷ୍ଟିଚ୍ୟୁଟରେ ଯୋଗ ଶିକ୍ଷକ ଆବଶ୍ୟକ ଥିଲା । ମୁଁ ଏହି ପୋଷ୍ଟ ପାଇଁ ଆବେଦନ କରିଥିଲି, ଆଉ ଚୟନ ବି ହୋଇଯାଇଥିଲା । ଏଠାରେ ମୋର ସାକ୍ଷାତ ହାଉ ଜୋଙ୍ଗ ନାମରେ ଜଣେ ଛାତ୍ରୀଙ୍କ ସହିତ ହୋଇଥିଲା । ହାଉ ମୋ ପାଖକୁ ଯୋଗ ଶିଖିବା ପାଇଁ ଆସିଥାଆନ୍ତି । କିଛିଦିନ ପରେ ହାଉ ମୋତେ ଭଲ ପାଆନ୍ତି ବୋଲି ପ୍ରସ୍ତାବ ଦେଇଥିଲେ । ଏହାପରେ ହାଉ ବିଷୟରେ ଘରେ ଜଣାଇଥିଲି । ପରିବାର ଲୋକଙ୍କ ସହମତିରେ ୨୦୧୯ରେ ଆମ ଦୁହିଁଙ୍କ ବିବାହ ହୋଇଥିଲା । ଲୋକେଶ ଓ ହାଉଙ୍କ ଏକ ସନ୍ତାନ ରହିଛି । ଯାହାର ନାମ ସେ ରୁଷିଆ ରଖିଛନ୍ତି ।

Get real time updates directly on you device, subscribe now.