fbpx

ଆଜିଠାରୁ ମହଙ୍ଗା ହେଲା ଅମୁଲ କ୍ଷୀର: ଜାଣନ୍ତୁ ଲିଟର ପିଛା କେତେ ଟଙ୍କା ?

ନୂଆଦିଲ୍ଲୀ: ଦେଶର ପ୍ରମୁଖ କ୍ଷୀର ଉତ୍ପାଦନକାରୀ ଅମୁଲ ଫେବୃଆରୀ ୨ ରୁ ଅର୍ଥାତ୍ ଆଜିଠାରୁ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି। ଏକ ବିଜ୍ଞପ୍ତି ଜାରି କରି ଅମୁଲ କହିଛି, ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ ଅମୁଲ୍ ପାଉଚ୍ କ୍ଷୀରର ମୂଲ୍ୟ (ସମସ୍ତ ଭାରିଆଣ୍ଟସ୍‌) ରେ ସଂଶୋଧିତ ହୋଇଛି। ୩ ଫେବୃଆରୀ ସକାଳରୁ ଏହି ମୂଲ୍ୟ ଲାଗୁ ହେବ ବୋଲି କମ୍ପାନୀ କହିଛି।

ଗତ ୧୦ ମାସ ମଧ୍ୟରେ କ୍ଷୀର ମୂଲ୍ୟରେ ୧୨ ଟଙ୍କା ବୃଦ୍ଧି ପରିଲକ୍ଷିତ ହୋଇଛି । ଏହାପୂର୍ବରୁ ପ୍ରାୟ ସାତ ବର୍ଷ ପର୍ଯ୍ୟନ୍ତ କ୍ଷୀରର ମୂଲ୍ୟ ବୃଦ୍ଧି ହୋଇନଥିଲା । ଏପ୍ରିଲ୍ ୨୦୧୩ ରୁ ମେ ୨୦୧୪ ମଧ୍ୟରେ ଦୁଗ୍ଧର ମୂଲ୍ୟ ଲିଟର ପିଛା ୮ ବୃଦ୍ଧି ପାଇଛି । ଯେହେତୁ ଗ୍ରୀଷ୍ମ ଋତୁରେ କ୍ଷୀରଉତ୍ପାଦନ କମିଯାଏ। ଏହି କାରଣରୁ, ଦୁଗ୍ଧ କମ୍ପାନୀଗୁଡିକ ଗୋରୁ ପାଳକମାନଙ୍କୁ ଅଧିକ ଟଙ୍କା ଦେବାକୁ ପଡୁଥିଲା। ସେଥିପାଇଁ ଆଗାମୀ ଦିନରେ କ୍ଷୀର ମୂଲ୍ୟରେ ବୃଦ୍ଧି ଘଟିବ ବୋଲି ବିଶ୍ଳେଷକମାନେ ଆଶା କରୁଛନ୍ତି।

ତେବେ ବର୍ତ୍ତମାନ ବଢିଥିବା ଦର ଅନୁଯାୟୀ ଫେବୃଆରୀ ୨ ତାରିଖରୁ କ୍ଷୀରର ମୂଲ୍ୟ ଲିଟର ପିଛା ୩ ବୃଦ୍ଧି ପାଇଛି । ସେହିପରି ଅମୁଲ ତାଜା ଅଧା ଲିଟର କ୍ଷୀର ୨୭ ଟଙ୍କାରେ ଉପଲବ୍ଧ ହେବ। ଏହାର ୧ ଲିଟର ପ୍ୟାକେଟ୍ ପାଇଁ ୫୪ ଟଙ୍କା ଦେବାକୁ ପଡିବ। ଅମୁଲ ଗୋଲ୍ଡର ଏକ ଅଧା ଲିଟର ପ୍ୟାକେଟ୍ ବର୍ତ୍ତମାନ ୩୩ ଟଙ୍କାରେ ଉପଲବ୍ଧ ହେବ। ଯେତେବେଳେ କି ଏହାର ୧ ଲିଟର ପାଇଁ ୬୬ ଟଙ୍କା ଦେବାକୁ ପଡିବ।

Get real time updates directly on you device, subscribe now.