fbpx

ଏକ ବର୍ଷ ପାଇଁ ଆକ୍ଟିଭ୍ ରହିବ ଆପଣଙ୍କ SIM କାର୍ଡ: ମିଳୁଛି ଅନଲିମିଟେଡ୍ କଲିଂ ସୁବିଧା

ନୂଆଦିଲ୍ଲୀ: ଦିନକୁ ଦିନ ଇଣ୍ଟରନେଟର ଚାହିଦା ବଢ଼ିବାରେ ଲାଗିଥିବା ବେଳେ ସ୍ମାର୍ଟଫୋନର ବ୍ୟବହାର ମଧ୍ୟ ବଢ଼ିବାରେ ଲାଗିଛି । ତେବେ ଲୋକଙ୍କର ଚାହିଦାକୁ ଦୃଷ୍ଟିରେ ରଖି ଟେଲିକମ୍ କମ୍ପାନୀମାନେ ନୂଆ ନୂଆ ଅଫର୍ ସବୁ ଲଞ୍ଚ କରିଥାନ୍ତି । ଆଜିକାଲି ଅଧିକାଂଶ ଲୋକ ନିଜର ସ୍ମାର୍ଟଫୋନରେ ଡୁଆଲ୍ ସିମର ବ୍ୟବହାର କରୁଥିବା ଦେଖାଯାଉଛି । ଗୋଟିଏ ସିମରେ ନେଟ୍ ଚଲାଉଥିବା ବେଳେ ଅନ୍ୟଟିକୁ କେବଳ ଆକ୍ଟିଭ ରଖିବାକୁ ଚାହିଁଥାନ୍ତି ।

ତେବେ ନିକଟରେ ଭୋଡ଼ାଫୋନ-ଆଇଡିଆ ପକ୍ଷରୁ ଏକ ଭଲ ପ୍ଲାନ୍ ଲଞ୍ଚ କରାଯାଇଛି । ଏହି ଶସ୍ତା ପ୍ଲାନରେ ଆପଣଙ୍କର ସିମ୍ ଏକ ବର୍ଷ ପର୍ଯ୍ୟନ୍ତ ଆକ୍ଟିଭ୍ ରହିପାରିବ । ସାଧାରଣ ଭାବେ ଭୋଡ଼ାଫୋନର ରିଚାର୍ଜ ପୋର୍ଟଫୋଲିଓରେ ଆପଣଙ୍କୁ ଅନେକ ପ୍ରକାରର ଆକର୍ଷକ ଅଫର ମିଳିଥାଏ । କମ୍ପାନୀ ବିଭିନ୍ନ ପ୍ରକାରର ପ୍ଲାନ୍ସ ଅଫର କରିଥାଏ ।

ଯଦି ଆପଣମାନେ ଏକ ଲଙ୍ଗ ଟର୍ମ ପ୍ଲାନର ତଲାସରେ ରହିଛନ୍ତି, ତେବେ କମ୍ପାନୀ ପୋର୍ଟଫୋଲିଓରେ କିଛି ଶସ୍ତା ପ୍ଲାନ ଉପଲବ୍ଧ ରହିଛି । ଏହି କ୍ରମରେ ୧୭୯୯ ଟଙ୍କିଆ ପ୍ଲାନରେ ୟୁଜର୍ସଙ୍କୁ ୩୬୫ ଦିନ ପାଇଁ ଭାଲିଡିଟି ମିଳିବା ସହିତ ଅନଲିମିଟେଡ ଭଏସ୍ କଲିଂ, ଡାଟା ଓ ଏସଏମଏସ୍ ବେନିଫିଟସ ମିଳୁଛି । ଏହି ପ୍ଲାନରେ ୟୁଜର୍ସଙ୍କୁ କେବଳ ୨୪ ଜିବିର ଡାଟା ପୂରା ଭାଲିଡିଟି ପାଇଁ ମିଳିଥାଏ । ଆପଣ ଚାହିଁଲେ ଅତିରିକ୍ତ ଡାଟା ଭାଉଚର କିଣିପାରିବେ । ଏଥିରେ ଗ୍ରାହକଙ୍କୁ ୩୬୦୦ ଏସଏମଏସ ମିଳିବା ସହିତ ଭିଆଇ ମୁଭିଜ ଓ ଟିଭିର ବେସିକ ଆକ୍ସେସ ସୁବିଧା ମିଳିଥାଏ ।

Get real time updates directly on you device, subscribe now.