fbpx

ଏବର୍ଷ ଅଧିକ ଜଳିବ ଜଙ୍ଗଲ: ସତର୍କ କଲେ ପିସିସିଏଫ୍

ଭୁବନେଶ୍ୱର: ଜଙ୍ଗଲ ନିଆଁକୁ ନେଇ ବନ ବିଭାଗର ସତର୍କ ଘଣ୍ଟି । ଏବର୍ଷ ଖରାଦିନେ ଅଧିକ ଜଙ୍ଗଲରେ ନିଆଁ ଲାଗିବା ଆଶଙ୍କା ରହିଛି । ଏବର୍ଷ ଜଙ୍ଗଲରେ ଅଧିକ ନିଆଁ ଲାଗିବ ବୋଲି ପିସିସିଏଫ୍ ସତର୍କ କରାଇଛନ୍ତି । ଦୀର୍ଘ ଦିନ ହେଲା ବର୍ଷା ନଥିବାରୁ ଜଙ୍ଗଲରେ ନିଆଁ ଅଧିକ ବ୍ୟାପିବ ବୋଲି କହିଛନ୍ତି ।

ଏବର୍ଷ ଜାନୁଆରୀ ଚତୁର୍ଥ ସପ୍ତାହରୁ ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ କଲାଣି । ଯଦି ନିକଟ ଭବିଷ୍ୟତରେ ବର୍ଷା ନହୁଏ, ତେବେ ଅଧିକ ଜଙ୍ଗଲରେ ନିଆଁ ଲାଗିବାର ସମ୍ଭାବନା ରହିଛି । ଏବେ ଦିନକୁ ୧୦୦ରୁ ୧୫୦ ଜାଗାରେ ନିଆଁ ଲାଗିବା ଖବର ଆସୁଛି । ଆଗକୁ ଏହି ସଂଖ୍ୟା ୧ ହଜାର ହୋଇପାରେ ବୋଲି ପିସିସିଏଫ୍ କହିଛନ୍ତି ।

ତେବେ ବାଲିଗୁଡ଼ା, ଫୁଲବାଣୀ ଜଙ୍ଗଲରେ ନିଆଁ ଲାଗିବା ଆଶଙ୍କା ରହିଛି । ସେହିପରି ସୁନ୍ଦରଗଡ଼, ଶିମିଳିପାଳ ଜଙ୍ଗଲରେ ମଧ୍ୟ ଲାଗିପାରେ ନିଆଁ । ବିନା ବର୍ଷାରେ ଏଭଳି ଗରମ ଲାଗି ରହିଲେ ଜଳିବ ଅଧିକ ଜଙ୍ଗଲ ଜଳିବ ବୋଲି ପିସିସିଏଫ୍ କହିଛନ୍ତି ।

Get real time updates directly on you device, subscribe now.