fbpx

Deputy CMଙ୍କୁ ପିଙ୍କିର ଚିଠି: ‘ପ୍ରିୟ ତେଜସ୍ୱୀ ଜୀ, ମୋର One Sided Love, ଚାକିରି ନାହିଁ, ମ୍ୟାରେଜ୍ କେମିତି କରିବି’

ନୂଆଦିଲ୍ଲୀ: ଅନେକ ସମୟରେ ବଡ଼ ବଡ଼ ରାଜନେତା, ଅଭିନେତାଙ୍କ ପାଖକୁ କେହି କେହି ଚିଠି ଲେଖିଥାନ୍ତି । ଏପରିକି ଏହି ଚିଠି ମଧ୍ୟ ସୋସିଆଲ ମିଡ଼ିଆରେ ବେଳେବେଳେ ଭାଇରାଲ ହୋଇଯାଇଥାଏ । ନିକଟରେ ଏଭଳି ଏକ ଚିଠି ଲେଖାଯାଇଛି ବିହାରର ଡେପୁଟି ସିଏମ୍ ତେଜସ୍ୱୀ ଯାଦବଙ୍କ ନିକଟକୁ । ପିଙ୍କି ନାମକ ଜଣେ ଯୁବତୀ ଏହି ଚିଠି ଲେଖିଥିବା ବେଳେ ତାହା ଏବେ ଇଣ୍ଟରନେଟରେ ଘୂରି ବୁଲୁଛି ।

ଭୋଜପୁରୀ ଅନ୍ଦାଜରେ ଲେଖାଯାଇଥିବା ଏହି ଚିଠିରେ ଏକପାଖିଆ ପ୍ରେମ ଓ ବେରୋଜଗାରୀ ଉପରେ କୁହାଯାଇଛି । ଏହି ଚିଠିଟି ଲେଖିଥିବା ପିଙ୍କି ନାମକ ଯୁବତୀ ଔରଙ୍ଗାବାଦର ଯୁବ ଲେଖକ ପ୍ରଭାତ ବନ୍ଧୁଲ୍ୟାଙ୍କୁ ଏକତରଫା ଭାବେ ପ୍ରେମ କରୁଛନ୍ତି । ପ୍ରଭାତ ନିଜର ଲେଖାନୀରେ ଫିଲ୍ମ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ବନାଇଥିବା ବେଳେ ପ୍ରେମିକଙ୍କୁ ପାଇବା ପାଇଁ ପିଙ୍କିଙ୍କୁ ରାତିରେ ନିଦ ଜମା ହେଉନାହିଁ ।

ଚିଠିରେ ଲେଖାଯାଇଛି, ‘ଡିଅର ତେଜସ୍ୱୀ ଜୀ, ଆପଣ ଜାଣିଛନ୍ତି ଆମେ ବହୁତ ଟେନସନରେ ଅଛୁ । ଆପଣ ତ ଲଭ ମ୍ୟାରେଜ କରିନେଲେ, ମାତ୍ର ବେରୋଜଗାରକୁ ନେଇ ଆମର ଅକଲ ଗୁଡୁମ ହୋଇଯାଇଛି । ଆମେ ୪ ବର୍ଷ ହେଲା ପ୍ରଭାତଙ୍କ ସହ ଆଫେୟାରରେ ରହିଛୁ । ଆଫେୟାର ବୟସରେ ମୁଁ କରେଣ୍ଟ ଆଫେୟାର ପଢ଼ୁଛି । ଭାବିଥିଲି ଚାକିରି ଲାଗିଗଲେ ପ୍ରପୋଜ୍ କରିଦେବି, ମାତ୍ର ଚାକିରି ଲାଗିବାର ନାଁ ଧରୁନି । ମୋର ସବୁ ବାନ୍ଧବୀଙ୍କର ଛୁଆ ହୋଇଗଲାଣି । ଭାବି ଭାବି ମନ ମାସୁମ ହୋଇଯାଉଛି । ବଡ଼ ଆଶା ନେଇ ଚିଠି ଲେଖୁଛି, ଗୋଟେ ଚାକିରି ଯୋଗାଡ଼ କରିଦିଅନ୍ତୁ । ନଚେତ୍ ଲେଖକ ସାହେବ ଆଉ କାହା ସହ ଫେରାର ହୋଇଯିବେ ।’

Get real time updates directly on you device, subscribe now.