fbpx

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ, ଜାଣନ୍ତୁ କେଉଁ ପୁରସ୍କାରରେ କିଏ

ଭୁବନେଶ୍ୱର,୧୦ା୧୨(ଓଡ଼ିଶା ଭାସ୍କର): ଦୈନଦିନ ଜୀବନରୁ ଟିକେ ଟେନସନରୁ ମୁକ୍ତି ପାଇବା ପାଇଁ ପରିବାର ସହ ବସି ସିନେମା ଦେଖିଥାଉ । ସିନେମାରେ ଅଭିନୟ କରୁଥିବା ଅଭିନେତାମାନଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଥାଏ । ଅଭିନେତାମାନଙ୍କ ଦ୍ୱାରା ହିଁ ସିନେମା ଟି ଭଲ ହୋଇପାରିଥାଏ । ତେଣୁ ସେହି ଅଭିନେତା ମାନଙ୍କ ମଧ୍ୟରୁ ଯେଉଁମାନେ ଭଲ ଅଭିନୟ କରିଥାନ୍ତି ସେମାନଙ୍କୁ ପୁରସ୍କାର ଦିଆଯାଇଥାଏ । ସେହିପରି ଚଳିତବର୍ଷ ୨୦୧୮ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି ।

୨୦୧୮ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ବିଜୟ ମିଶ୍ରଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାର ଦିଆଯିବ । ସେହିପରି ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମନମୋହନ ମହାପାତ୍ର ପୁରସ୍କାର ପାଇବେ । ଶ୍ରେଷ୍ଠ ଅଭିନେତା ମିହିର ଦାସ ଏବଂ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଅର୍ଚ୍ଚିତା ସାହୁଙ୍କୁ ପୁରସ୍କାର ମିଳିବ । ଶ୍ରେଷ୍ଠ ଚଳଚ୍ଚିତ୍ର ଭିଜା ମାଟିର ସ୍ୱର୍ଗ । ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ ପାଇବେ ଅକ୍ଷୟ ପରିଜା । ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲା ପାଇବେ । ଶ୍ରେଷ୍ଠ ଗୀତିକାର ବସନ୍ତରାଜ ସାମଲ ପାଇବେ ବୋଲି ସୂଚନା ମିଳିଛି ।ସେହିପରି ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ଭାବେ କରୁଣାକର ଏବଂ ଗାୟିକା ଭାବେ ଅନ୍ତରା ଚକ୍ରାବର୍ତ୍ତୀ ପୁରସ୍କାର ପାଇବେ ।

Get real time updates directly on you device, subscribe now.