fbpx

ଗୁଇନ୍ଦା ବେଲୁନ୍ ପରେ ୪୦ ହଜାର ଫୁଟ୍ ଉପରେ ଦେଖାଗଲା ଅଜ୍ଞାନ୍ତ ବସ୍ତୁ, କ୍ଷେପଣାସ୍ତ୍ର ମାରି ଗଳାଇଲା ଆମେରିକା

ନୂଆଦିଲ୍ଲୀ: କିଛି ଦିନ ତଳେ ଆମେରିକାର ଆକାଶରେ ଚୀନ୍‌ର ଗୁଇନ୍ଦା ବେଲୁନ୍ ଉଡ଼ିବା ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ଆଲାସ୍କାର ୪୦,୦୦୦ ଫୁଟରେ ଏକ ବସ୍ତୁ ଉଡ଼ିବା ଘଟଣା ସାମ୍ନାକୁ ଆସିଛି। ହ୍ୱାଇଟ ହାଉସର ଜାତୀୟ ସୁରକ୍ଷା ପରିଷଦର ମୁଖପାତ୍ର ଜନ୍ କିର୍ବି କହିଛନ୍ତି ଯେ, ଏହି ବସ୍ତୁର ଉଦ୍ଦେଶ୍ୟ କିମ୍ବା ଉତ୍ପତ୍ତି କ’ଣ ତାହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ଏହା ୪୦,୦୦୦ ଫୁଟରେ ଉଡ଼ିବା ବେସାମରିକ ବିମାନ ଚଳାଚଳ ପାଇଁ ବିପଦ ଥିଲା। ତେବେ କିର୍ବି କହିଛନ୍ତି ଯେ, ରାଷ୍ଟ୍ରପତି ଏହି ସୈନ୍ୟବାହିନୀକୁ ଏହି ଅଜ୍ଞାନ୍ତ ବସ୍ତୁକୁ ଖସାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । କିଛି ସମୟ ପୁର୍ବରୁ ଏହି ଘଟଣା ଘଟିଛି ।

କିର୍ବି କହିଛନ୍ତି ଯେ ଗତ ସପ୍ତାହରେ ଆମେରିକା ଅତିକ୍ରମ କରିଥିବା ଏକ ବିଶାଳ ଚାଇନିଜ୍ ବେଲୁନ୍ ଠାରୁ ଏହି ବସ୍ତୁ ବହୁତ ଛୋଟ ଥିଲା ଏବଂ ଶନିବାର ଦିନ ଆଟଲାଣ୍ଟିକ୍ ଉପକୂଳରୁ ଆମେରିକାର ଯୁଦ୍ଧ ବିମାନ ଦ୍ୱାରା କ୍ଷେପଣାସ୍ତ୍ର ମାରି ଗଳାଇ ଦିଆଯାଇଛି ।

ସେ କହିଛନ୍ତି, ‘ଏହା ପ୍ରାୟ ଏକ ଛୋଟ କାର୍ ଆକାର ଥିଲା । ଏହାର ଭଗ୍ନାବଶେଷ କାନାଡା ସ୍ଥିତ ଆଲାସ୍କାରେ ବରଫ ପାଲଟି ଯାଇତିବା ଜଳରାଶି ଉପରେ ପଡିଛି। ପେଣ୍ଟାଗନ୍‌ର ମୁଖପାତ୍ର ବ୍ରିଗେଡିୟର ଜେନେରାଲ୍ ପ୍ୟାଟ୍ ରାଇର୍ଡ କହିଛନ୍ତି, ଉକ୍ତ ଉଡ଼ନ୍ତା ସାମଗ୍ରୀଟିକୁ ଖସାଇବା ପାଇଁ ଲଢୁଆ ବିମାନ ‘ଏଫ୍‌-୨୨ ରାର୍ପ୍ଟ’ରେ ‘ଏମ୍‌-୯ଏକ୍ସ’ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ତେବେ ଏହି ଅଜଣା ବସ୍ତୁର ମାଲିକ କିଏ, କିମ୍ବା ଏହାକୁ କିଏ ଛାଡ଼ିଥିଲା ତାହା ଜଣା ପଡିନାହିଁ । ତେବ େଏହାକୁ ଖସାଇ ଦେବା ପୁର୍ବରୁ ଆମେରିକା ସୈନ୍ୟବାହିଣି ପ୍ରଥମେ ଏହାର ସର୍ଭେକ୍ଷଣ କରିଥିଲେ ।

 

Get real time updates directly on you device, subscribe now.