ନୂଆଦିଲ୍ଲୀ: ପ୍ରେମିକ ମୁଲାୟମ ସିଂହ ଯାଦବଙ୍କୁ ଭେଟିବା ପାଇଁ ନେପାଳରୁ ୟୁପି ପହଁଚିଥିବା ପାକିସ୍ତାନୀ ଝିଅ ଇକ୍ରା ଜୀଓା୍ୱନୀକୁ ପୁଣିଥରେ ପାକିସ୍ତାନ ପଠାଇ ଦିଆଯାଇଛି । ଇକ୍ରା ଜୀୱାନୀ ଏବଂ ମୁଲାୟମ ସିଂ ଯାଦବଙ୍କ ପ୍ରେମ କାହାଣୀ ୨୦୧୯ରେ ମଲ୍ଟିପ୍ଲେୟର ଲୁଡୁ ଗେମ୍ ରୁ ଆରମ୍ଭ ହୋଇଥିଲା । ବାଙ୍ଗାଲୁରୁ ସୁରକ୍ଷା ଗାର୍ଡରେ ଚାକିରି କରୁଥିବା ମୁଲାୟମଙ୍କୁ ପାକିସ୍ତାନୀ ଝିଅ ସହ ପ୍ରେମ ହୋଇଯାଇଥିଲା । ଦୁଇଜଣ ଭେଟିବା ପାଇଁ ପ୍ଲାନ କରିଥିଲେ ଏବଂ ଇକରା ନେପାଲ ରାସ୍ତାରୁ ୟୁପି ପହଁଚି ମୁଲାୟମ ସହ ରହିବାକୁ ଲାଗିଲେ ।
ପାକିସ୍ତାନ କରିଥିବା ଏକ ହ୍ୱାଟ୍ସଆପ କଲ୍ ପରେ ସଂପୂର୍ଣ୍ଣ ମାମଲା ପୋଲିସ ସାମ୍ନାକୁ ଆସିଥିଲା । ପ୍ରଥମେ ଇକ୍ରାକୁ ଗିରଫ କରାଯାଇଥିଲା ଏବଂ ଗତ ରବିବାର ଦିନ ଭାରତ-ପାକିସ୍ତାନ ସୀମାରେ ଅଧୀକାରୀଙ୍କୁ ହସ୍ତାନ୍ତର କରାଯାଇ ପାକିସ୍ତାନ ପଠାଯାଇଛି ।ଇକ୍ରା ଜିୱାନୀ ପାକିସ୍ତାନରେ ନିଜ ମାତା-ପିତାଙ୍କୁ ଏକ ହ୍ୱାଟ୍ସଆପ କଲ୍ କରିଥିଲେ ।
ଏହି ସୂଚନା ବାଙ୍ଗାଲୁରୁ ପୋଲିସକୁ ୨୩ ଜାନୁଆରୀ ଦିନ ମିଳିଥିଲା । ଏହାପରେ ପୋଲିସ ଇକ୍ରାଙ୍କୁ ବେଆଇନ ଭାବରେ ଭାରତରେ ପ୍ରବେଶ କରି ସହରରେ ରହିବା ପାଇଁ ନିଜର ପରିଚୟ ବନାଇବାର ଅଭିଯୋଗରେ ଗିରଫ କରିଥିଲା । ଏହାସହ ମୁଲାୟମଙ୍କୁ ମଧ୍ୟ ଏକ ପାକିସ୍ତାନୀ ନାଗରିକକୁ ଆଶ୍ରୟ ଦେବା ଅଭିଯୋଗରେ ଗିରଫ କରାଯାଇଛି । ପୋଲିସ ଇକ୍ରାଙ୍କୁ ଗିରଫ କରିବା ପରେ ଗତ ରବିବାର ଦିନ ତାଙ୍କୁ ପାକିସ୍ତାନ ପଠାଇଦେଇଛନ୍ତି ।
ଘଟଣାସ୍ଥଳରେ, ଗିରଫ ହୋଇଥିବା ୧୯ ବର୍ଷୀୟ ଇକ୍ରା ଜୀୱନୀ ଅଧିକାରୀ ମାନଙ୍କୁ ନିଜ ସ୍ୱାମୀ ସହ ରହିବାକୁ ଅନୁରୋଧ କରୁଥିଲେ । ସେ କହୁଥିଲେ ମୋତେ ମୋ ସ୍ୱାମୀ ସହ ସାରା ଜୀବନ ଭାରତରେ ରହିବାକୁ ଦିଅନ୍ତୁ, ତାଙ୍କ ସହ କଥା ହେବାକୁ ଦିଅନ୍ତୁ, ମୁଁ ତାଙ୍କୁ ବହୁତ ଭଳପାଏ, ଏଭଳି ଅନୁରୋଧ ଇକ୍ରା ପୋଲିସ ମାନଙ୍କ ଆଗରେ କହୁଥିଲେ ।