fbpx

ଏଣିକି କିନ୍ନରମାନେ ମଧ୍ୟ ସରକାରୀ ଚାକିରି ପାଇଁ ଆବେଦନ କରିପାରିବେ, ସରକାର ଲାଗୁ କଲେ ନୂଆ ନିୟମ

ନୂଆଦିଲ୍ଲୀ: ସାଧାରଣ ଭାବେ ଅଣସଂରକ୍ଷିତ, ପଛୁଆବର୍ଗ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ପୁରୁଷ ଓ ମହିଳା ପ୍ରାର୍ଥୀମାନେ ସରକାରୀ ଚାକିରି ପାଇଁ ଆବେଦନ କରିଥାନ୍ତି । ତେବେ ଏଣିକି ତୃତୀୟ ଲିଙ୍ଗ ଅର୍ଥାତ କିନ୍ନରମାନେ ମଧ୍ୟ ସରକାରୀ ଚାକିରି ପାଇଁ ଆବେଦନ କରିପାରିବେ । ପୂର୍ବରୁ ସରକାରୀ ଚାକିରି କେବଳ ପୁରୁଷ ଓ ମହିଳା ଶ୍ରେଣୀଙ୍କ ପାଇଁ ଉପଲବ୍ଧ ରହିଥିଲା । ଏଣିକି ଟ୍ରାନ୍ସଜେଣ୍ଡରମାନେ ମଧ୍ୟ ଚାକିରି କ୍ଷେତ୍ରରେ ଏହି ସୁବିଧା ପାଇ ପାରିବେ ।

ସୂଚନା ମୁତାବକ, ନିକଟରେ ମଧ୍ୟପ୍ରଦେଶ ସରକାର ଏପରି ଏକ ନୂଆ ନିୟମ ଲାଗୁ କରିଛନ୍ତି । ପୂର୍ବରୁ ରାଜ୍ୟ ସରକାରଙ୍କ ଚାକିରି ପାଇଁ କେବଳ ପୁରୁଷ ଓ ମହିଳା ଶ୍ରେଣୀର ପ୍ରାର୍ଥୀମାନେ ଆବେଦନ କରିପାରୁଥିଲେ । ମାତ୍ର ଏଣିକି ଟ୍ରାନ୍ସଜେଣ୍ଡର ଶ୍ରେଣୀକୁ ଏଥିରେ ଯୋଡ଼ାଯାଇଛି । ଏପରିସ୍ଥଳେ ଟ୍ରାନ୍ସଜେଣ୍ଡର ବର୍ଗର ପ୍ରାର୍ଥୀମାନେ ରାଜ୍ୟ ସରକାରଙ୍କ ସମସ୍ତ ଚାକିରି ପାଇଁ ଆବେଦନ କରିବା ଯୋଗ୍ୟ ହୋଇପାରିଛନ୍ତି ।

ଜଣେ ସରକାରୀ ଅଧିକାରୀଙ୍କ ମୁତାବକ, ମଧ୍ୟପ୍ରଦେଶ ଟ୍ରାନ୍ସଜେଣ୍ଡର (ଅଧିକାରର ସଂରକ୍ଷଣ) ନିୟମ-୨୦୨୧ ଅଧିନରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ନିୟମ ଅନୁସାରେ, ସରକାରୀ ଚାକିରିରେ ସିଧାସଳଖ ଭର୍ତ୍ତି କ୍ଷେତ୍ରରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟଙ୍କ ପାଇଁ ଅଲଗା ଶ୍ରେଣୀ ତିଆରି କରାଯାଇଛି । ଏଣିକି ସରକାରୀ ଚାକିରି ଆବେଦନ ପତ୍ରରେ ପୁରୁଷ, ମହିଳାଙ୍କ ସହିତ ଟ୍ରାନ୍ସଜେଣ୍ଡଙ୍କର ମଧ୍ୟ ବିକଳ୍ପ ଉପଲବ୍ଧ ରହିବ । ଏହା ପୂର୍ବରୁ ଗତବର୍ଷ ପଶ୍ଚିମବଙ୍ଗ ସରକାର ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ଲୋକଙ୍କୁ ସାମାନ୍ୟ ଶ୍ରେଣୀ ଭାବେ ସରକାରୀ ଚାକିରିରେ ଆବେଦନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ସମ୍ପ୍ରଦାୟଙ୍କୁ ସରକାରୀ ଚାକିରିରେ ଆରକ୍ଷଣ ଦେବା ବହୁତ ଜରୁରୀ ବୋଲି ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର ବିଚାରପତି ଜୋଜିତା ମଣ୍ଡଳ ପୂର୍ବରୁ ସାମ୍ବାଦିକମାନଙ୍କୁ କହିଥିଲେ । ଏହା ଲାଗୁ ହେଲେ ପୋଲିସ ବଳ ଓ ରେଲୱେ କ୍ଷେତ୍ରରେ କିନ୍ନରମାନେ ପ୍ରବେଶ କରିପାରିବେ । ଫଳେରେ ସେମାନଙ୍କ ପ୍ରତି ସାମଜର ଆଭିମୁଖ୍ୟରେ ପରିବର୍ତ୍ତନ ଆସିବ ଓ ସେମାନଙ୍କର ଜୀବନରେ ଉନ୍ନତି ଆସିବ ବୋଲି ବିଚାରପତି କହିଥିଲେ ।

Get real time updates directly on you device, subscribe now.