fbpx

ପାକିସ୍ତାନର ପ୍ରଥମ ଟ୍ରାନ୍ସଜେଣ୍ଡର ଆଙ୍କରଙ୍କୁ ଗୁଳିମାଡ, ମରଣ ମୁହଁରୁ ବଞ୍ଚିଗଲେ

ନୂଆଦିଲ୍ଲୀ : ପାକିସ୍ତାନର ପ୍ରଥମ ଟ୍ରାନ୍ସଜେଣ୍ଡର ନ୍ୟୁଜ୍ ଆଙ୍କର୍ ମାର୍ଭିଆ ମଲିକ୍ ଙ୍କ ଗୁଳିମାଡ ହୋଇଥିବା ଅଭିଯୋଗ ହୋଇଛି । ଶୁକ୍ରବାର ଦିନ ତାଙ୍କ ବାସଭବନ ବାହାରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ଏହି ଘଟଣା ଘଟିଛି । ପାକିସ୍ତାନର ଲାହୋରର ଏକ ଫାର୍ମାସିରୁ ଘରକୁ ଫେରୁଥିବା ବେଳେ ବନ୍ଧୁକଧାରୀ ୨୬ ବର୍ଷୀୟ ମଲିକଙ୍କ ଉପରକୁ ଗୁଳି ଚଳାଇଥିଲେ।  ସ୍ଥାନୀୟ ଗଣମାଧ୍ୟମ ଏହି ସୂଚନା ଦେଇଛନ୍ତି। ମଲିକ ପୋଲିସକୁ କହିଛନ୍ତି ଯେ ପାକିସ୍ତାନର ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ ସ୍ୱର ଉତ୍ତୋଳନ କରିବା ପାଇଁ ତାଙ୍କୁ କିଛି ସମୟ ଧରି ଧମକପୂର୍ଣ୍ଣ କଲ ଆସୁଥିଲା। ଏହି ଆକ୍ରମଣର କାରଣ ବୋଲି ସେ ତାଙ୍କର ସକ୍ରିୟତାକୁ ଦର୍ଶାଇଛନ୍ତି।

ସେ କହିଛନ୍ତି ଯେ, ନିଜ ଜୀବନକୁ ବଞ୍ଚାଇବା ପାଇଁ ଲାହୋର ଛାଡି ଇସଲାମାବାଦ ଏବଂ ମୁଲତାନକୁ ସ୍ଥାନାନ୍ତର ହୋଇଥିଲି । ପାକିସ୍ତାନୀ ଗଣମାଧ୍ୟମ ଡନ୍ ରିପୋର୍ଟ ଅନୁଯାୟୀ ସେ ଅସ୍ତ୍ରୋପଚାର ପାଇଁ କିଛି ଦିନ ପୂର୍ବରୁ ଲାହୋରକୁ ଫେରିଥିଲେ।

ସେ ଟ୍ରାନ୍ସଜେଣ୍ଡର ବୋଲି ଜଣାପଡିଲା ପରେ ପରିବାର ଦ୍ୱାରା “ଅସ୍ୱୀକାର’ ହେବା ପରେ ୨୦୧୮ ରେ ପ୍ରଥମ ଏକ ନ୍ୟୁଜ୍ ଆଙ୍କର୍ ହୋଇ ଇତିହାସ ସୃଷ୍ଟି କରିଥିଲେ ।

ଖବର ଅନୁଯାୟୀ, ପାକିସ୍ତାନ ଫ୍ୟାଶନ ଡିଜାଇନ କାଉନସିଲ ଦ୍ୱାରା ପ୍ରତିବର୍ଷ ଆୟୋଜିତ ଏକ ପ୍ରମୁଖ ଫ୍ୟାଶନ ସୋରେ ପ୍ରଥମ ଟ୍ରାନ୍ସଜେଣ୍ଡର ମଡେଲ ହେବାର କିଛି ଦିନ ପରେ ସେ ପାକିସ୍ତାନର କୋହିନୋର ଟିଭିରେ ଡେବ୍ୟୁ କରିଥିଲେ। ଯେତେବେଳେ ସେ ୨୧ ବର୍ଷ ବୟସରେ ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର ଟେଲିଭିଜନ ହୋଷ୍ଟ ହୋଇଥିଲେ । ସେତେବେଳେ ସେ ଲୋକମାନଙ୍କଠାରୁ ବିପୁଳ ମାତ୍ରାରେ ପଜେଟିଭ୍ ପ୍ରତିକ୍ରିୟା ପାଇଥିଲେ ।

Get real time updates directly on you device, subscribe now.