fbpx

ଏସବିଆଇ ନାମରେ ଆସିଲା SMS, ଉଡାଇନେଲା ୮ଲକ୍ଷ, ଏପରି ବଞ୍ଚିଗଲା ୬ଲକ୍ଷ

ନୂଆଦିଲ୍ଲୀ: ଗତକିଛି ବର୍ଷ ହେବ ଲୋକମାନଙ୍କୁ ଠକିବା ପାଇଁ ଅନେକ ବାଟ କରାଯାଉଛି । ଇଣ୍ଟରନେଟ ଆମ ଦୈନନ୍ଦିନ ଜୀବନର ଏକ ବିଶେଷ ଅଂଗ ରୂପେ କାର୍ଯ୍ୟ କରୁଛି । ପେମେଣ୍ଟ କରିବା ପାଇଁ ହେଉ କି କୌଣସି ଜିନିଷ ସର୍ଚ କରିବା ପାଇଁ ହେଉ ସମସ୍ତ ପ୍ରକାର ସୁବିଧା ଆମେ ଇଣ୍ଟରନେଟ ଠାରୁ ପାଉଛୁ । ଲୋକମାନଙ୍କ ଏହି ନିର୍ଭରତାକୁ ସାଇବର ଠକମାନେ ଫାଇଦା ଉଠାଉଛନ୍ତି । ଏପରି କିଛି ଘଟଣା ଜଣେ ବ୍ୟକ୍ତିଙ୍କ ସାଙ୍ଗେ ଘଟିଥିବାର କଥା ସାମ୍ନାକୁ ଆସିଛି । ବ୍ୟବହାରୀ ଜଣକ ସମୟ ପୂର୍ବରୁ ସଠିକ ସମୟରେ ବ୍ୟାଙ୍କ ପହଁଚିବା ପରେ କିଛି ଟଙ୍କା ଠକେଇରୁ ବଞ୍ଚେଇଦେଇଛନ୍ତି ।

ସୂଚନା ଅନୁସାରେ, ପୱ କୁମାର ସୋନୀ ଜଣେ ୫୫ବର୍ଷୀୟ କୃଷକ । ଯିଏ ରାଜସ୍ଥାନ ର ଶ୍ରୀଗଙ୍ଗା ନଗରରେ ରହୁଥିଲେ । ତାଙ୍କ ପୁଅ ହର୍ଷ ବର୍ଦ୍ଦନ ଦିଲ୍ଲୀର ଦ୍ୱାରକାରେ ରୁହନ୍ତି । ହର୍ଷର ମୋବାଇଲ ନମ୍ବର ତାଙ୍କ ପିତାଙ୍କ ଆକାଉଣ୍ଟ ସହ ସଂଯୋଗ ରହିଛି । ହଠାତ ତାଙ୍କ ଫୋନକୁ ବ୍ୟାଙ୍କ ସମ୍ବନ୍ଧୀୟ ଏସଏମଏସ ଆସୁଥିଲା । ୭ ଫେବୃଆରୀ ଦିନ ତାଙ୍କ ଫୋନକୁ ଏସଏମଏସ କେୱାଇସି ଅପଡେଟ ପାଇଁ ଆସିଥିଲା । ଯେଉଁଥିରେ ଲିଙ୍କ ମଧ୍ୟ ହୋଇଛି । ହର୍ଷ ସେହି ଲିଙ୍କ ଉପରେ କ୍ଲିକ କରିଛି ତ ତାଙ୍କ ଫୋନରେ ଏସବିଆଇ ୟୋନୋ ନାମରେ ଏକ ଆପ ଡାଉନଲୋଡ ହୋଇଗଲା । ଏହାପରେ ସେ ତାଙ୍କ କେୱାଇସି ଅପଡେଟ କରିବା ପାଇଁ ନିଜର ଡିଟେଲ୍ସ ଏଣ୍ଟର କରିଥିଲେ । ବ୍ୟବହାରକାରୀ ଫେକ YONO ଆକାଉଣ୍ଟରେ ଲଗଇନ କ୍ରେଡେସିଅଲ୍ସ ଏଣ୍ଟର କରିଛନ୍ତି ।

ଏହାର ୭ମିନିଟ ମଧ୍ୟରେ ୟୁଜର୍ସ ଆକାଉଣ୍ଟରେ ବ୍ୟାଙ୍କ ଟୁ ବ୍ୟାଙ୍କ ଟ୍ରାଞ୍ଜାକସନ ହୋଇଗଲା । ଏଥିରେ ତାଙ୍କର ୮ଲକ୍ଷ ଟଙ୍କା ବ୍ୟାଙ୍କ ଟ୍ରାଞ୍ଜାକସନ୍ ହୋଇଥିଲା । ଏପରି ହେବାପରେ ପୁଅ ତା ବାପାଙ୍କୁ ଜଣାଇଥିଲା । ତାଙ୍କ ବାପା ବ୍ୟାଙ୍କ ଯାଇ ଟ୍ରାଞ୍ଜାକସନ୍ ହୋଲ୍ଡ କରିବାକୁ କହିଥିଲେ । ହର୍ଷ ନିଜେ ଜିଲ୍ଲା ସାଇବର ସେଲ ଦ୍ୱାରକାରେ ଏହାର ଅଭିଯୋଗ କରିଥିଲେ । ବ୍ୟାଙ୍କ ମ୍ୟାନେଜର ସଂପୂର୍ଣ୍ଣ ତଥ୍ୟ ଜିଲ୍ଲା ଅଧିକାରୀଙ୍କୁ ପଠାଇଥିଲେ । ସେ କହିଥିଲେ ଯେ, ତାଙ୍କ ଆକାଉଣ୍ଟରୁ ୩ଟି ଅଲଗା ଅଲଗା ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାଞ୍ଜାକସନ୍ ହୋଇଥିଲା । ସାଇବର ସେଲ ଏବଂ ବ୍ୟାଙ୍କ ସହାୟତାରେ ପୀଡିତଙ୍କୁ ୬.୨୪ ଲକ୍ଷ ଟଙ୍କା ରିଟର୍ଣ୍ଣ ମିଳିଥିଲା । ହେଲେ ସେମାନଙ୍କୁ ୨ଲକ୍ଷ ଟଙ୍କା ମିଳିପାରିନଥିଲା ।

ସତର୍କ ରହିବା ପାଇଁ କୌଣସି ଏସଏମଏସର ଲିଙ୍କକୁ କ୍ଲିକ କରନ୍ତୁ ନାହିଁ ଯେକୌଣସି ଆପକୁ ଡାଉନଲୋଡ କରିବା ପାଇଁ ସର୍ବଦା ଗୁଗୁଲ ପ୍ଲେ ଷ୍ଟୋର କିମ୍ବା ଆପଲ ଆପ ଷ୍ଟୋର ବ୍ୟବହାର କରନ୍ତୁ । ଏହା ବ୍ୟତୀତ କ୍ରେଡେଶିଆଲ୍ସ ଶେୟାର ସମୟରେ ସର୍ବଦା ସାବଧାନ ରୁହନ୍ତୁ ।

Get real time updates directly on you device, subscribe now.