fbpx

Gaze Detection ରହସ୍ୟ ଜାଣନ୍ତୁ: ଆପଣଙ୍କୁ କେହି ଜଣେ ଲୁଚି କରି ଦେଖୁଛି, ଆପଣ କାହାକୁ ନ ଦେଖି କିପରି ଜାଣି ପାରନ୍ତି

ନୂଆଦିଲ୍ଲୀ: ଯେତେବେଳେ ଆପଣମାନେ କମ୍ପ୍ୟୁଟର ବା ମୋବାଇଲରେ କାମ କରୁଥାନ୍ତି ସେହି ସମୟରେ କେହି ଜଣେ ଆପଣଙ୍କୁ ଘୂରୁଛି, ଏପରି କିଛି ଶୁଣିବାକୁ ମିଳିଥାଏ । କେହି ଅଜ୍ଞାତ ବା ପରିଚିତ ବ୍ୟକ୍ତି ଲୁଚି କରି ଆପଣଙ୍କ ଉପରେ ନଜର ରଖିଥାନ୍ତି । ଏଭଳି ସ୍ଥିତିରେ ଆପଣ ଉକ୍ତ ବ୍ୟକ୍ତିଙ୍କୁ ଦେଖି ନଥାନ୍ତି, ମାତ୍ର କେହି ଜଣେ ଆପଣଙ୍କୁ ଦେଖୁଛନ୍ତି ଏହା ଆପଣମାନେ ଜାଣିପାରନ୍ତି । ଏହାକୁ କୁହାଯାଏ ‘ଗେଜ୍ ଡିଟେକ୍ସନ’ ।

ମଣିଷର ୧୦ଟି ଅଲଗା ଅଲଗା ଅଂଶ ହ୍ୟୁମାନ ସାଇଟ ସହିତ ଯୋଡ଼ି ହୋଇ ରହିଥାଏ । ସେଥିମଧ୍ୟରୁ ଭିଜିଆଲ କାର୍ଟେକ୍ସ ହେଉଛି ଏକ ମୁଖ୍ୟ ଅଂଶ । ଏହା ବ୍ରେନ ପଛରେ ଥିବା ଏକ ବଡ଼ ଅଂଶ ହୋଇଥିବା ବେଳେ ଏହା ଦେଖିବାରେ ସହାୟତା କରିଥାଏ । ତେବେ ଏହି ପ୍ରକାରର କର୍ଯ୍ୟ ଆମିଗଡେଲା ମଧ୍ୟ କରିଥାଏ । ଦେଖିବା ଅର୍ଥାତ ଗେଜକୁ ପ୍ରୋସେସ ଓ ଡିଟେକ୍ଟ କରିବା ହେଉଛି ଏହାର ବାସ୍ତବ କାର୍ଯ୍ୟ । ଯଦି କୌଣସି ବ୍ୟକ୍ତିଙ୍କୁ ଦେଖିବାରେ ବିପଦ ରହିଥାଏ ତେବେ ମଣିଷ ସଙ୍ଗେସଙ୍ଗେ ଆଲର୍ଟ ହୋଇଯାଇଥାଏ ।

ତେବେ ଏହି ଗେଜ୍ ଡିଟେକ୍ସନ ନବଜାତଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ କ୍ଷେତ୍ରରେ ଦେଖାଯାଇଥାଏ । ଯଦି ଆପଣ କାହାକୁ ନ ଦେଖି ସେ ଘୂରୁଥିବା ଜାଣିପାରନ୍ତି ତେବେ ଏହା ପଛରେ ଗେଜ୍ ଡିଟେକ୍ସନ ସାଇନ୍ସ କାମ କରୁଥାଏ । ପ୍ରକୃତ କଥା ହେଉଛି ମଣିଷର ଆଖି ପଶୁପକ୍ଷୀଙ୍କଠାରୁ ବହୁତ ଭିନ୍ନ ଅଟେ । ଆଖିର ପୁତଲିର ଚାରିପାଖରେ ଥିବା ଧଳା ଅଂଶ ସ୍କେଲରା ବହୁତ ବଡ଼ ହୋଇଥାଏ । ଏହା ଏତେ ମାତ୍ରାରେ ବ୍ୟାପିଥାଏ ଯେ ଯଦି ପୁତଲି କୌଣସି ଦିଗକୁ ଘୂରିଯାଏ ତେବେ ସେଥିରେ କିଛି ପରିବର୍ତ୍ତନ ହୋଇଥାଏ ।

ତେବେ ଆମକୁ ଯଦି କେହି ଘୂରୁଛି ତାହା ଆମେ ଜାଣିପାରୁ । ଏହା ପଛରେ ଆମିଗଡେଲା ରହିଥିବା ବୈଜ୍ଞାନିକମାନେ ମାନୁଛନ୍ତି । ଆମର ବ୍ରେନ କ୍ରମାଗତ ଭାବେ ବିପଦ ପୂର୍ବରୁ ସୂଚିତ କରିଦେଇଥାଏ । ଗେଟ୍ ଡିଟେକ୍ସନ ହେଉଛି ତା’ର ଏକ ଅଂଶ । ଆମ ଉପରେ କାହାର ନଜର ରହିଛି ତାହ ଆମ ଆଖିର ପରିଧି ମଧ୍ୟରେ କେବଳ କାହାର ବଡିର ମୁଭମେଣ୍ଟ ଆଧାରରେ ଜାଣିବା ସମ୍ଭବ ହୋଥାଏ । ଯେତେବେଳେ ମଣିଷ ଭୟଭୀତ ହୋଇଥାଏ ସେ କ୍ଷେତ୍ରରେ ତାଙ୍କୁ ଲଗାତର ଭାବେ କେହି ଦେଖୁଛିଏଭଳି ଅନୁଭବ ହୋଇଥାଏ ବୋଲି ୨୦୧୩ରେ କରେଣ୍ଟ ବାୟୋଲୋଜିରେ ପ୍ରକାଶିତ ଏକ ଅଧ୍ୟୟନ ରିପୋର୍ଟରୁ ଜଣାପଡ଼ିଥିଲା ।

Get real time updates directly on you device, subscribe now.