ହୋଟେଲ ଫାଡିଦେଲା ପାସପୋର୍ଟ, ଘର ଠାରୁ ଦୂରରେ ରହିଲେ ୪୨ ଛାତ୍ର

ଲଣ୍ଡନ: ବ୍ରିଟେନର ବାସ୍ଲାଲରେ ଏକ ବିଦ୍ୟାଳୟର ୪୨ଜଣ ଛାତ୍ର ଆମେରିକାରେ ଫସିଯାଇଥିବା କଥା ସାମ୍ନାକୁ ଆସିଛି । ହୋଟେଲ ଉପରେ ଅଭିଯୋଗ ଆସିଛି ଯେ, ଛାତ୍ର ମାନଙ୍କ ପାସପୋର୍ଟ ଚିରି ଯାଇଛି । ବିବିସିର ଏକ ରିପୋର୍ଟ ଅନୁସାରେ, ବର୍ର ବୀକନ ସ୍କୁଲର ଛାତ୍ରମାନେ ନ୍ୟୁ ହେମ୍ପଶାୟରର ସ୍କି ଯାତ୍ରା କରିଥିଲେ । ଯେତେବେଳେ ତାଙ୍କୁ ସୂଚନା ଦିଆଗଲା ଯେ, ହୋଟେଲ ପ୍ରବନ୍ଧନ ଦ୍ୱାରା ତାଙ୍କ ପାସପୋର୍ଟ ନଷ୍ଟ କରି ଦିଆଯାଇଛି । ସେହି ଛାତ୍ର ମାନଙ୍କୁ ଶନିବାର ଦିନ ଘରକୁ ପଠାଯାଇଛି । ହେଲେ ସେମାନେ ନିଜର ଜରୁରୀକାଳୀନ ଦଲିଲ ପାଇବା ପାଇଁ ସେଠାରେ ଚାରି ଦିନ ରହିବାକୁ ପଡିଥିଲା ।

ଏହି ପିଲାମାନଙ୍କ ମଧ୍ୟରୁ ଜଣଙ୍କ ମାଆ କହିଛନ୍ତି ଯେ, ଏପରି ଅଜବ ଘଟଣା ଆମକୁ ସ୍ତବ୍ଧ କରିଦେଇଛି । ହେଲେ ସଂକଟରୁ ପିଲାମାନଙ୍କୁ ବାହାର କରିବା ପାଇଁ ସ୍କୁଲ ସେମାନଙ୍କୁ ଆଶ୍ୱସନା ଦେଇଥିଲା । ସେ ବିବିସିକୁ ନାମ ନ ଛପେଇବା ପାଇଁ ଅନୁରୋଧ କରିଥିଲେ, ଏହା ବାସ୍ତବରେ ଏକ ବଡ଼ ଦୁଃଖଦ ଘଟଣା, ଏହା ପ୍ରଥମଥର ହୋଇଛି ଯେତେବେଳେ ଏତେ ଲମ୍ବା ସମୟ ପର୍ଯ୍ୟନ୍ତ ପରିବାର ଠାରୁ ପିଲାମାନେ ଦୂରରେ ରହିଛନ୍ତି ଏବଂ ଏହା ବାସ୍ତବରେ ଏକ ଚ୍ୟାଲେଞ୍ଜିଂ ବିଷୟ ଅଟେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଟ୍ରିପର ନେତୃତ୍ୱ ନେଇଥିବା ଶିକ୍ଷକ ମାନେ ଏଭଳି ପରିସ୍ଥିତିରେ ଛାତ୍ରମାନଙ୍କୁ ସମର୍ଥନ କରିଥିଲେ । ସେ କହିଛନ୍ତି, ‘ ଆମ ଝିଅ ରାତିସାରା ଆମ ଇମେଲର ଉତ୍ତର ଦେଇଥିଲା, ଯେତେବେଳେ ତାଙ୍କୁ ଶୋଇବାର ଆବଶ୍ୟକ ଥିଲା ।’

ବିଦ୍ୟାଳୟର ମୁଖ୍ୟ କେଟି ହାଇବ୍ସ କହିଛନ୍ତି ଯେ, ଚ୍ୟାଲେଞ୍ଜିଂ ପରିସ୍ଥିତିକୁ ପରିଚାଳନା କରିଥିବାରୁ ସେ ଯାତ୍ରା କରୁଥିବା କର୍ମଚାରୀଙ୍କ ପାଇଁ ଗର୍ବିତ। ସେ କହିଛନ୍ତି ଯେ, ଛାତ୍ର ଗୋଷ୍ଠୀ ନ୍ୟୁ ହାମ୍ପସାୟରର ଏକ ହୋଟେଲରେ ରହୁଥିବାବେଳେ ସେମାନଙ୍କ ମଧ୍ୟରୁ ୪୧ଟି ପାସପୋର୍ଟ ନଷ୍ଟ ହୋଇଯାଇଥିଲା। ଏହାପରେ ବ୍ରିଟିଶ ହାଇ କମିଶନର ନୂତନ ପାସପୋର୍ଟ ତିଆରି କରିଥିଲେ ଏବଂ ଛାତ୍ରମାନଙ୍କୁ ହୋଟେଲରୁ ମୁକ୍ତ କରାଯାଇଥିଲା।