fbpx
BSKY
BJD MC SKY
BJD YOUTH SKY

(Video) ଷଣ୍ଢକୁ ଉସକାଇବା ପଡିଗଲା ମହଙ୍ଗା: ସାଙ୍ଗେ ସାଙ୍ଗେ ମିଳିଗଲା କଲା କର୍ମର ଫଳ

ନୂଆଦିଲ୍ଲୀ: ଗୁରୁଜନମାନେ ପିଲାମାନଙ୍କୁ ସବୁବେଳେ ଶିକ୍ଷା ଦେଇଥାନ୍ତି, ସମସ୍ତଙ୍କର ଭଲ ଚିନ୍ତା କର ତୁମର ମଧ୍ୟ ଭଲ ହେବ । କିନ୍ତୁ କିଛି ପିଲା ଏମିତି ଥାନ୍ତି ଏକଥାକୁ ତିଳେ ହେଲେ ଖାତର କରିନଥାନ୍ତି । କିଛି ନା କିଛି ଦୁଷ୍ଟାମୀ ଏବଂ ପାଗଳାମୀ କରିବାରେ ଲାଗିଥାନ୍ତି ସେମାନେ । ବେଳେ ବେଳେ ଏସବୁ ବୁଦ୍ଧି ସେମାନଙ୍କୁ ମହଙ୍ଗା ପଡିଯାଏ । ଠିକ ଯେମିତି ଏହି ଘଟଣାରେ ଘଟିଛି । ଜଣକୁ ଅସୁବିଧାରେ ପକାଇବାକୁ ଯାଇ କି ଫଳ ପାଇଲେ ଯୁବକ?

କଥାରେ ଅଛି ଯଦି ଆପଣ ଅନ୍ୟମାନଙ୍କର କିଛି ଅମଙ୍ଗଳ ଆପଣଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡିବ । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ଏହାକୁ ପ୍ରମାଣ କରି ଦେଇଛି । ଭିଡିଓରେ ଏକ ଷଣ୍ଢ ଦୌଡ ପ୍ରତିଯୋଗିତା ହେଉଥିବା ଦେଖାଯାଉଛି । ଏହା ଭିତରେ ଗୋଟିଏ ଷଣ୍ଢ ଦ୍ରୁତ ଗତିରେ ଯାଉଥିବା ବେଳେ ଜଣେ ଯୁବକ ମୁଣ୍ଡରେ ସଇତାନ ବୁଦ୍ଧି ପଶିଛି । ଷଣ୍ଢକୁ ମାରିବା ଏବଂ ବାଧା ଦେବା ପାଇଁ ଚେଷ୍ଟା କରିଥିଲେ ଜଣେ ଯୁବକ । କିନ୍ତୁ ଏହା ପରବର୍ତ୍ତୀ ମୂହୂର୍ତ୍ତରେ ତାଙ୍କୁ ଖୁବ ମହଙ୍ଗା ପଡିଯାଇଛି ।

ଷଣ୍ଢ ସହିତ ଲାଗୁ ଲାଗୁ ଯୁବକ ଜଣକ ରାସ୍ତା ମଝିକୁ ଚାଲିଆସିଥିଲେ । ଆଉ ଏହି ସମୟରେ ଷଣ୍ଢ ବେକରୁ ଘୋଷାଡି ହୋଇ ଯାଉଥିବା ବଡ ରଶିରେ ଫସି ଯାଇଥିଲା ଯୁବକଙ୍କ ଗୋଡ । ଏହାପରେ ରସି ସହିତ ଯୁବକ ଜଣକ ମଧ୍ୟ ଟାଣି ହୋଇ ଚାଲିଯାଇଛନ୍ତି । ଏବଂ ଛନ୍ଦି ହୋଇ ଓଲଟା ନିଜେ ତଳେ କଚଡା ଖାଇଛନ୍ତି ଏହି ମହାଶୟ । ତେବେ ଏହି ଭିଡିଓ ଦେଖଇ ଅନେକ ଲୋକ ମନୋରଞ୍ଜନ କରୁଥିବା ବେଳେଆଉ କିଛି ୟୁଜର ଏହାକୁ ଉଚିତ ଶିକ୍ଷା ବୋଲି କମେଣ୍ଟ କରିଛନ୍ତି । ଗୋଟିଏ ନିରୀହ ପଶୁକୁ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରିବା ଲୋକଙ୍କୁ ଏମିତି ଶାସ୍ତି ମିଳିବା ଉଚିତ । କିଛି ଲୋକ ଏହାକୁ ଯୁବକର କର୍ମଫଳ ବୋଲଇ ମଧ୍ୟ କହୁଛନ୍ତି ।

Get real time updates directly on you device, subscribe now.