fbpx

ଉମେଶ ପାଲ ହତ୍ୟାକାଣ୍ଡର ବଡ ଖୁଲାସା! ଏହି ଲୋକ ଜମି କବଜା କରି ମାଗିଥିଲା କୋଟିଏ ଟଙ୍କା

ନୂଆଦିଲ୍ଲୀ : ଉମେଶ ପାଲ ମର୍ଡର ଏକ ନୂଆ ମୋଡ ସାମ୍ନାକୁ ଆସିଛି । ମାଫିଆ ଅତିକ୍ ଉମେଶ ପାଲଙ୍କ ଜମିକୁ ନିଜ ଦଖଲକୁ ନେଇଥିଲା ଏବଂ ଜମି ଛାଡିବା ବଦଳରେ ସେ ୧ କୋଟି ଟଙ୍କା ଦାବି କରିଥିଲା ବୋଲି ପୋଲିସ ସୂତ୍ରରୁ ଜଣାପଡିଛି ।

ମିଳିଥିବା ସୂଚନା ଅନୁଯୟୀ, ଏକ ଜମିକୁ ନେଇ ଉମେଶ ପାଲ ଓ ଅତିକ୍ ମଧ୍ୟରେ ବିବାଦ ଦେଖାଦେଇଥିଲା । ଅତିକ୍ ଉମେଶ ପାଲର ଏକ ଜମିକୁ ନିଜ କବଜା ନେବା ସହ ଏକ କୋଟି ଟଙ୍କା ଦାବି କରିଥିଲା । ଏନେଇ ଉମେଶ ପାଲ ୨୪ ଅଗଷ୍ଟ ୨୦୨୨ ରେ ଧୁମଙ୍ଗଞ୍ଜ ପୋଲିସ ଷ୍ଟେସନରେ ଥାନାେରେ ଅତିକ ଏବଂ ତାଙ୍କରା ପାଞ୍ଚ ଜଣ ସହଯୋଗୀଙ୍କ ନାମରେ ଅଭିଯୋଗ କରିଥିଲା । ସେ ଅଭିଯୋଗରେ ଦର୍ଶାଇଥିଲେ ଯେ, ଅତିକ ତାଙ୍କୁ ଧମକ ଦେଇ କହିଥିଲେ ଯେ ପ୍ରଥମେ ଏକ କୋଟି ଦେବା ନହେଳେ ଏହି ଜମି ଭୁଲିଯିବ। ଧମକ ଦିଆଯାଇଥିଲା ଯେ ଯଦି ସେ ଏକ କୋଟି ଟଙ୍କା ନ ଦେଇ ଜମିକୁ ଆସନ୍ତି ତେବେ ତାଙ୍କୁ ହତ୍ୟା କରାଯିବ। ଉମେଶ ପାଲ ଟଙ୍କା ଦେବା ବଦଳରେ ପୋଲିସ ନିକଟରେ ଏଫଆଇଆର ଦାଖଲ କରିଥିଲେ।

ପୋଲିସ ସୂତ୍ର ଅନୁଯାୟୀ, ଉମେଶ ପାଲ ହତ୍ୟା ମାମଲା ଚଳାଇଥିବା ସୁଟରଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଉମେଶ ପାଲଙ୍କୁ ଗୁଳି ଚଳାଇବା ପାଇଁ ସେମାନେ ଦ୍ୱପ୍ରହରରେ ପହଞ୍ଚିଥିଲା। ପ୍ଲାନ୍ ଅନୁଯାୟୀ ସବୁ କାମ ହୋଇଥିଲା । ଉମେଶ ପାଲଙ୍କୁ ଗୁଳି ଚଳାଇବା ପରେ ପ୍ରାୟ ୨ ଘଣ୍ଟା ଧରି ସେମାନେ ପ୍ରଗାୟରାଜରେ ଲୁଚି ରହିଥିଲେ । ପରେ ସେମାନଙ୍କୁ ୨ଟି ଫର୍ଚୁନରେ ଭଗେଇ ଦିଆଯାଇଥିଲା । ରାତି ପ୍ରାୟ ୮ ଟାରେ ରାୟବରେଲି ଟୋଲରେ ସେହି ଫର୍ଚୁନର ଗାଡିକୁ ସିସିଟିଭି ଫୁଟେଜ ଦେଖିବାକୁ ମିଳିଥିଲା । ପୋଲିସ ପୁରା ଘଟଣାର ତଦନ୍ତରେ ନିୟୋଜିତ ଅଛି ।

Get real time updates directly on you device, subscribe now.