fbpx

Mission Shakti ନିଯୁକ୍ତି: ୨୦୦ରୁ ଅଧିକ ପଦବୀ ପାଇଁ ଓଡ଼ିଶାର ପିଲାମାନେ ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ମିଶନ ଶକ୍ତି ନବରଙ୍ଗପୁର ପକ୍ଷରୁ ୨୦୦ରୁ ଅଧିକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଗୋଷ୍ଠୀ ସହାୟିକା (ସିଆରପି-ସିଏମ), ବ୍ୟାଙ୍କ ମିତ୍ର ଓ ଦକ୍ଷ ନଧିପତ୍ର ପରିଚାଳିକା (ଏମବିକେ) ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ହୋଇଥିବା ଆବଶ୍ୟକ । ପ୍ରାର୍ଥୀ ଦଶମ / ଦ୍ୱାଦଶ ପାସ୍ କରିଥିବା ଆବଶ୍ୟକ । ଏହି ପଦବୀ ପାଇଁ ଫେବୃଆରୀ ୨୩ରୁ ମାର୍ଚ୍ଚ ୧୦ ଓ ଫେବୃଆରୀ ୨୦ରୁ ମାର୍ଚ୍ଚ ୬ ତାରିଖ ମଧ୍ୟରେ ଆବେଦନ କରିବାକୁ ପଡ଼ିବ । ଆବେଦନକାରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ସଭ୍ୟା ହେବା ସହ ଓଡ଼ିଆ ଭାଷାରେ ଲେଖିବା ଓ ପଢ଼ିବା ଜାଣିଥିବେ । ଗୋଷ୍ଠୀ ସହାୟିକା (ସିଆରପି-ସିଏମ) ପଦବୀ ପାଇଁ ୧୦ମ, ବ୍ୟାଙ୍କ ମିତ୍ର ପଦବୀ ପାଇଁ ଯୁକ୍ତଦୁଇ ପାସ, ଦକ୍ଷ ନଥିପତ୍ର ପରିଚାଳିକା (ଏମବିକେ) ପଦବୀ ପାଇଁ ଯୁକ୍ତ ଦୁଇ ପାସ ସହ କମ୍ପ୍ୟୁଟର ଜ୍ଞାନ ରହିଥିବା ଆବଶ୍ୟକ । ପ୍ରାର୍ଥୀମାନେ ନୋଟିଫିକେସନ ଲିଙ୍କକୁ ଯାଇ ଆବେଦନ ପତ୍ର ଡାଉନଲୋଡ୍ କରିପାରିବେ ।

ନୋଟିଫିକେସନ ଲିଙ୍କ-୧: https://img.freejobalert.com/uploads/2023/03/Notification-Mission-Shakti-Support-Staff-04-Vacancy.pdf

ନୋଟିଫିକେସନ ଲିଙ୍କ-୨: https://img.freejobalert.com/uploads/2023/03/Notification-Mission-Shakti-Support-Staff-16-Vacancy.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://nabarangpur.nic.in/

Get real time updates directly on you device, subscribe now.