fbpx

ବିଜୁ ବିମାନ ବନ୍ଦରରେ ବିଜୁଙ୍କ “ଡାକୋଟା’ ; ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଆଜି ହେଉଛି ପ୍ରବାଦ ପୁରୁଷ ତଥା ପୂର୍ବତନ ମଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ଏହି ଅବସରରେ ତାଙ୍କ ସ୍ମୃତିକୁ ଜୀବିତ ରଖିବା ପାଇଁ ବାବୁଙ୍କ “ଡାକୋଟା’ ବିମାନକୁ ଲୋକର୍ପିତ କରାଯାଇଛି । ଭୁବନେଶ୍ୱର ବିମାନବନ୍ଦର ପରିସରରେ ଥିବା ବିଜୁ ବାବୁଙ୍କ ସାହାସ ଏବଂ ବୀରତ୍ୱର ପ୍ରତିକ “ଡାକୋଟା’ ବିମାନ ରବିବାର ଲୋକର୍ପିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକର୍ପିତ କରିଛନ୍ତି । ଅନେକ ସ୍ମୃତି ପରିବବହନ କରୁଛି ଏହି “ଡାକୋଟା’ ବିମାନ । ଏହି ଅବସରରେ ବିଜେଡି ଦଳୀୟ କର୍ମୀଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ଭୁବନେଶ୍ୱରରୁ ଗଞ୍ଜାମ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌କୁ ଉଡାଣ ଭରିବାକୁ ଥିବା ବିମାନକୁ ମୁଖ୍ରମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି ।

ସୂଚନାଯୋଗ୍ୟ, ଡାକୋଟା ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁଙ୍କ ଅନେକ ସ୍ମୃତି ଯୋଡ଼ି ହୋଇ ରହିଛି । ୧୯୪୭ ମସିହା ଜୁଲାଇ ମାସ ୨୧ରେ ଓଡ଼ିଶାର ବୀରପୁତ୍ର ବିଜୁ ଡାକୋଟା ଉଡ଼ାଇ ଇଣ୍ଡୋନୋସିଆର ତକ୍ରାଳନୀ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କୁ ଉଦ୍ଧାର କରି ଭାରତ ମାଟିରେ ପହଞ୍ଚାଇଥିଲେ । ଜାନୁଆରୀ ୧୮ ତାରିଖରେ କୋଲକାତାରୁ ଭୁବନେଶ୍ୱର ଆସିଥିଲା । ପାଖାପାଖି ୭୪ ଫୁଟ ଓ ୯୫ ଫୁଟ ଡେଣା ବିଶିଷ୍ଟ ଡାକୋଟାକୁ ରଖିବା ପାଇଁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)ଙ୍କ ତରଫରୁ ରାଜ୍ୟ ସରକାରଙ୍କୁ ୧୧ ଏକର ଜମି ଯୋଗାଇ ଦିଆଯାଇଥିଲା । ଡାକୋଟା ବିଜୁଙ୍କ ଗୌରବମୟ ଇତିହାସ ସମ୍ପର୍କରେ ଅନେକ କଥା କହିବ ।
ତେବେ ଦୀର୍ଘ ଦିନ ଧରି ପଡିରହିବା ଯୋଗୁଁ ଡାକୋଟା ବିମାନର ଅନେକ ଅଂଶ ନଷ୍ଟ ହୋଇଯାଇଛି। ଏବେ ଏହାର ମରାମତି ଓ ରଙ୍ଗ ଦିଆ କାମ ଚାଲିଥିବା ସମୟରେ ୨ ଜଣ କର୍ମଚାରୀ ଆହତ ହୋଇଥିଲେ ।

Get real time updates directly on you device, subscribe now.