fbpx

Team India ଡ୍ରେସିଙ୍ଗ ରୁମରେ ହୋଲି ସେଲିବ୍ରେସନ: ରୋହିତ, ବିରାଟଙ୍କ ସହ ରଙ୍ଗରେ ଭିଜିଲା ଭାରତୀୟ ଦଳ

ଅହମ୍ମଦାବାଦ: ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ଆରମ୍ଭ ପୂର୍ବରୁ ରଙ୍ଗରେ ରଙ୍ଗୀନ ହୋଇଛି ଭାରତୀୟ ଦଳ । ରଙ୍ଗର ପର୍ବ ହୋଲିକୁ ଜୋରସୋରରେ ପାଳନ କରିଛି ଭାରତୀୟ ଟିମ । ଅଧିନାୟକ ରୋହିତ ଶର୍ମାଙ୍କଠାରୁ ଆରମ୍ଭ କରି ଷ୍ଟାର ଖେଳାଳି ବିରାଟ କୋହଲି ଏବଂ ଭାରତର ସପୋର୍ଟିଙ୍ଗ ଷ୍ଟାଫ ମଧ୍ୟ ଏହି ରଙ୍ଗରେ ରଙ୍ଗୀନ ହୋଇଛନ୍ତି । କିଛି ନୂଆ ଅନ୍ଦାଜରେ ଭାରତୀୟ ଟିମ ଏହି ହୋଲିକୁ ସେଲିବ୍ରେଟ କରିଛି । ହୋଲି ସେଲିବ୍ରେସନର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସାରା ଦେଶରେ ୩ ବର୍ଷ ପରେ ହୋଲି ସେଲିବ୍ରେସନର ସୁଯୋଗ ମିଳିଥିବା ବେଳେ ଏହି ମଉକାକୁ ଛାଡିବା ପାଇଁ ଚାହଁ ନାହାନ୍ତି କେହି ଭାରତୀୟ । ତେବେ ଏହି ହୋଲି ସେଲିବ୍ରେସନରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଟିମର ବଡ ବଡ ଖେଳାଳି । ଅଧିନାୟକ ରୋହିତ ଶର୍ମା, ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ସମେତ ଅନ୍ୟ ସାଥୀ ଖେଳାଳି ଏବଂ କୋଚିଂ ଷ୍ଟାଫ ମଧ୍ୟ ହୋଲି ଖେଳରେ ନିଜକୁ ସାମିଲ କରିଛନ୍ତି । ତେବେ ଭାରତୀୟ ଦଳର ହୋଲି ଖେଳୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଷ୍ଟାର ଓପନର ଶୁଭମନ ଗିଲ୍ । ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ବିରାଟ କୋହଲି, ରୋହିତ ଶର୍ମା ଏବଂ ସାଥୀ ଖେଳାଳି ରଙ୍ଗୀନ ହୋଇ ମସ୍ତି କରୁଥିବାର ଦେଖାଯାଇଛି । ରୋହିତ ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, ଏହି ପର୍ବର ଭରପୂର ମଜା ନିଅନ୍ତୁ ଏବଂ ଧୁମଧାମରେ ହୋଲି ଖେଳନ୍ତୁ । କିନ୍ତୁ ରଙ୍ଗ ଖେଳିବା ସମୟରେ ନିଜେ ସତର୍କ ରହିବା ସହ ପଶୁପକ୍ଷୀଙ୍କ ସୁରକ୍ଷାକୁ ଧ୍ୟାନ ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.