fbpx

ମା’ର ହତ୍ୟାକାଣ୍ଡରେ ଝିଅ ଗିରଫ, ଶବକୁ କାଟି ଖଣ୍ଡ ଖଣ୍ଡ କରି ରଖିଥିଲା ଘରେ

ମୁମ୍ବାଇ: ଜଣେ ୨୩ ବର୍ଷୀୟ ଯୁବତୀଙ୍କୁ ନିଜ ୫୫ବର୍ଷୀୟ ମାଆକୁ ହତ୍ୟା କରିବାର ଅଭିଯୋଗ ଲଗାଯାଇଛି । ଅଭିଯୋଗ ହୋଇଛି ଯେ, ସେ ତାଙ୍କ ମାଆଙ୍କୁ ହତ୍ୟା କରି ଛୋଟ ଛୋଟ ଖଣ୍ଡ କରି ୨ମାସ ହେଲାଣି ଘରେ ଲୁଚାଇ ରଖିଥିଲେ । ପୋଲିସକୁ ସେହି ଘରର ଏକ ଆଲମାରୀ ଏବଂ ବାଥରୁମର ପାଣି ଡ୍ରମରେ ମହିଳାଙ୍କ ଶବ ମିଳିଛି । ଏନେଇ ତାଙ୍କ ଝିଅକୁ ଗିରଫ କରାଯାଇଛି ।

ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ତାଙ୍କର ଜଣେ ପଡୋଶୀ ମୃତ ବୀଣାଙ୍କ ଘରର କବାଡ ବାଡେଇଥିଲେ ହେଲେ କେହି ନ ଖୋଲିବାରୁ ଘରର ଦୁର୍ଗନ୍ଧ ପାଇଁ ସେ ବନ୍ଧୁ ପରିବାର ବର୍ଗ ଏବଂ ପୋଲିସକୁ ଡକାଇଥିଲେ । ଏହାପରେ ପୋଲିସ କବାଟ ଭାଙ୍ଗି ପସିବା ପରେ ତାଙ୍କ ଝିଅ ରିମ୍ପଲକୁ ପାଇଥିଲେ । ଏହାପରେ ତାଙ୍କର ସଂପର୍କୀୟ ରିମ୍ପଲଙ୍କୁ ତାଙ୍କ ମାଆଙ୍କ ବିଷୟରେ ପଚାରିଥିଲେ ହେଲେ ସେ ପ୍ରଥମେ ଖଟରେ ଶୋଇଥିବାର ଦେଖାଇଥିଲେ । ଖଟରେ କମ୍ବଳ ତଳେ କେବଳ ତକିଆ ଥିଲା । ଏହାପରେ ରିମ୍ପଲ ପୁଣି କହୁଛନ୍ତି ସେ ଦୂର ସଂପର୍କୀୟଙ୍କ ଘରକୁ ଯାଇଛନ୍ତି ।

ରିମ୍ପଲଙ୍କ ଏପରି କଥା ଏବଂ ଘରର ଦୁର୍ଗନ୍ଧ ପୋଲିସର ସନ୍ଦେହ ବଢାଇଦେଲା । ଏହାପରେ ସେ ରିମ୍ପଲକୁ ପୋଲିସ ଷ୍ଟେସନ ନେଇଗଲେ । ପୋଲିସ ସେହି ବିଲ୍ଡିଂ ର ସବୁଆଡେ ଖୋଜିବା ପରେ ମୁଣ୍ଡ ସହ ଗଣ୍ଡି ଏକ ସାଢିରେ ଗୁଡା ହୋଇ ପଲିଥିନରେ ପସିଥିବାର ମିଳିଲା ଏବଂ ଶରୀରର ଅନ୍ୟାନ୍ୟ ଅଂଶ ବାଥରୁମ୍ ରେ ମିଳିଥିଲା । ପୋଲିସକୁ ସେହି ଘରେ ଏକ ଇଲେକ୍ଟ୍ରିକ ମାର୍ବଲ କଟର ଏବଂ ଦାଆ ମଧ୍ୟ ମିଳିଥିଲା ।

ଘଟଣାସ୍ଥଳରେ କିଛି ଡାକ୍ତର ଏହାର ଫିଙ୍ଗର ପ୍ରିଣ୍ଟ ଜାଂଚ କରୁଛନ୍ତି । ପୋଲିସ ଏହି ମାମଲାରେ ଦାବି କରିଛି ଯେ, ରିମ୍ପଲ ତା ମାଆର ହତ୍ୟା କରି ଶରୀରକୁ ଛୋଟଛୋଟ ଖଣ୍ଡ କରିଥିବା କଥା ସ୍ୱୀକାର କରିଛି । କିନ୍ତୁ ବର୍ତ୍ତମାନ ଏହି ହତ୍ୟାର ସଂପୂର୍ଣ୍ଣ ତଥ୍ୟ ଜଣା ପଡିନାହିଁ । ଅନ୍ୟପଟେ ପୋଲିସ ରିମ୍ପଲକୁ ମାଜିଷ୍ଟ୍ରେଟର ଅଦାଲତ ପଠାଇଛି । ତାଙ୍କୁ ୨୦ ମାର୍ଚ୍ଚ ପର୍ଯ୍ୟନ୍ତ ପୋଲିସ ହେପାଜତରେ ପଠାଯାଇଛି ।

Get real time updates directly on you device, subscribe now.