fbpx

କାଳ ଭୈରବ ମନ୍ଦିରରେ ପହଞ୍ଚିଲେ ସି.ଏମ ଯୋଗୀ: ପୂଜା ସମୟରେ ମିଳିଲା ଅଶୁଭ ସଂକେତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବର୍ତ୍ତମାନ ବାରାଣସୀ ଗସ୍ତରେ ରହିଛନ୍ତି । ତେବେ ଏଠାରେ ସେ ପ୍ରଭୁ କାଳଭୈରବଙ୍କ ଦର୍ଶନ କରିବା ସହ ପୂଜା ପାଇଁ ମନ୍ଦିରରେ ପହଞ୍ଚିଛନ୍ତି । କିନ୍ତୁ ଏଠାରେ ଦର୍ଶନ ଏବଂ ପୂଜା ପାଇଁ ପହଞ୍ଚିବା କ୍ଷଣି ମନ୍ଦିର ଭିତରେ ଦେଖିବାକୁ ମିଳିଥିଲା ଏକ ଅଶୁଭ ସଂକେତ । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ତେଣୁ ଯୋଗୀଙ୍କ ପୂଜାରେ ଭଗବାନ ଅସନ୍ତୁଷ୍ଟ ଅଛନ୍ତି ବୋଲି ଆଲୋଚନା କରାଯାଉଛି ।

ତେବେ ଘଟଣାର ପ୍ରକୃତ ସତ୍ୟତା ସମ୍ପୂର୍ଣ୍ଣ ଅଲଗା । ସୂଚନା ଅନୁସାରେ, କାଳଭୈରବ ମନ୍ଦିରରେ ପୂଜା କରିବା ପାଇଁ ଯେତେବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପହଞ୍ଚିଥିଲେ, ସେତେବେଳେ ହଠାତ ବିଜୁଳି କଟି ଯାଇଥିଲା । ଏହି ଘଟଣାକୁ ଲୋକମାନେ ଏକ ଅଶୁଭ ସଂକେତ ବୋଲି କହୁଛନ୍ତି । ତେବେ କୁହାଯାଉଛି ଯେ, ଏହି ଅଞ୍ଚଳରେ ସକାଳୁ ବିଜୁଳି କଟିଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ପହଞ୍ଚିବା ସମୟରେ ଅଚାନକ ବିଜୁଳି ଚାଲିଯାଇଥିଲା । ବାରାଣସୀରେ ପୂର୍ବାଞ୍ଚଳ ବିଦ୍ୟୁତ ବିତରଣ ନିଗମର କର୍ମୀମାନେ ୭୨ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ତେଣୁ ଏହି ଆନ୍ଦୋଳନର ପ୍ରଭାବ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ କାଳଭୈରବ ମନ୍ଦିର ଗସ୍ତ ଉପରେ ମଧ୍ୟ ଦେଖିବାକୁ ମିଳିଛି । ଭଗବାନଙ୍କ ଦର୍ଶନ ଏବଂ ପୂଜା କରିବା ସମୟରେ କାଳଭୈରବ ମନ୍ଦିରରେ ବିଜଳି ନଥିଲା ।

ତେଣୁ ମନ୍ଦିରର ବ୍ୟବସ୍ଥାପକ ଏବଂ ପୂଜାରୀ ସଦନଲାଲ ଦୁବେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ସକାଳ ପ୍ରାୟ ୯.୧୫ରେ ମନ୍ଦିରରେ ପହଞ୍ଚିଥିଲେ । ସେହି ସମୟରେ ବିଜୁଳିକାଟ୍ ହୋଇଥିଲା । ତେବେ କ୍ୟାମେରାର ଲାଇଟରେ କିଛିଟା ଆଲୋକିତ ହୋଇଥିଲା ମନ୍ଦିର । ତେବେ ଯୋଗୀ ଆଦିତ୍ୟନାଥ ମନ୍ଦିୀରରୁ ଚାଲିଯିବା ପରେ ବିଜୁଳି ଆସିଥିବା ଜାଣିବାକୁ ମିଳିଛି ।

Get real time updates directly on you device, subscribe now.