fbpx

ସରକାରଙ୍କ ନୂଆ ସ୍କିମ୍ ; ଗୋଚର ଜମିକୁ କମଜୋର ଭାବନ୍ତୁ ନାହିଁ, ଏକର ପିଛା ଦେବ ୧ ଲକ୍ଷ ରୋଜଗାର ଗ୍ୟାରେଣ୍ଟି !

ନୂଆଦିଲ୍ଲୀ : ସରକାର କୃଷକମାନଙ୍କୁ ପ୍ରଧାନମନ୍ତ୍ରୀ କୁସୁମ ଯୋଜନା ଅଧୀନରେ ପମ୍ପ ଲଗାଇବାର ସୁବିଧା ପ୍ରଦାନ କରିଛନ୍ତି। ଏହି ଯୋଜନା ୨୦୧୯ ରେ ଆରମ୍ଭ ହୋଇଥିଲା ଏବଂ ପରେ ଏହାକୁ ଆହୁରି ବିସ୍ତାର କରାଯାଇଥିଲା । ସରକାରଙ୍କ ଏହି ଯୋଜନା କୃଷକମାନଙ୍କୁ ୨୫ ବର୍ଷ ପର‌୍ୟ୍ୟନ୍ତ ବିନା ଟେନସନ ନିୟମିତ ଆୟରେ ସାହାଯ୍ୟ କରିବ । ଏହି ଯୋଜନା ଅଧୀନରେ କୃଷକମାନେ ନିଜ କ୍ଷେତରେ ସୋଲାର ପମ୍ପ ଗୋଚର ଜମିରେ ଲଗାଇ ପାରିବେ । ପ୍ରଧାନମନ୍ତ୍ରୀ କୁସୁମ ଯୋଜନା ଅଧୀନରେ କୃଷକମାନେ ସୌର ଶକ୍ତି ବ୍ୟବହାର କରି କମ୍ ମୂଲ୍ୟରେ ଉନ୍ନତ ଫସଲ ମଧ୍ୟ କରିପାରିବେ।
ସୂଚନାଯୋଗ୍ୟ ଯେ, କୃଷକମାନେ ସବସିଡିରେ ସୋଲାର ପ୍ୟାନେଲ ପାଉଛନ୍ତି, ଯେଉଁଠାରୁ ସେମାନେ ବିଦ୍ୟୁତ୍ ସଞ୍ଚୟ କରିପାରିବେ । ଆବଶ୍ୟକ ବିଦ୍ୟୁତ୍ ବ୍ୟବହାର କରି ସେମାନେ ଅବଶିଷ୍ଟ ବିଦ୍ୟୁତ୍ ବିକ୍ରୟ କରି ଅତିରିକ୍ତ ଆୟ ମଧ୍ୟ କରିପାରିବେ । ସୌର ଶକ୍ତି ବ୍ୟବହାର ବିଦ୍ୟୁତ୍ ଏବଂ ଡିଜେଲ କ୍ରୟ କରିମା ଖର୍ଚ୍ଚ ମଧ୍ୟ କମିବ ଏବଂ ପ୍ରଦୂଷଣ ହାର ମଧ୍ୟ କମ୍ ହେବ ।

ପ୍ରତ୍ୟେକ ଏକର ଜମିରେ ଏକ ଲକ୍ଷ ଟଙ୍କା ରୋଜଗାର କରନ୍ତୁ
କୃଷକମାନେ ନିଜେ କିମ୍ବା ଠିକାଦାରଙ୍କୁ ଲିଜ୍ ଜମି ଦେଇ ସୌର କାରଖାନା ସ୍ଥାପନ କରିପାରିବେ । ଜଳସେଚନ କାର‌୍ୟ୍ୟରେ ପ୍ରଥମେ ସୋଲାର ପ୍ୟାନେଲରୁ ଉତ୍ପାଦିତ ବିଦ୍ୟୁତ୍ ବ୍ୟବହାର କରିବେ ଏବଂ ଏହା ବଳକା ବିଦ୍ୟୁତ୍ କୁ ବିଦ୍ୟୁତ୍ ବିତରଣ କମ୍ପାନୀକୁ ବିକ୍ରି ହୋଇ ୨୫ ବର୍ଷ ପାଇଁ ରୋଜଗାର କରାଯାଇପାରିବ । ସୌର ପ୍ୟାନେଲ ୨୫ ବର୍ଷ ପର‌୍ୟ୍ୟନ୍ତ ରହିବ ଏବଂ ଏହାର ରକ୍ଷଣାବେକ୍ଷଣ ମଧ୍ୟ ଅତି ସହଜ । ଏହି କାରଣରୁ ଜମି ମାଲିକ କିମ୍ବା ଚାଷୀ ଏକର ପିଛା ୬୦ ହଜାରରୁ ୧ ଲକ୍ଷ ଟଙ୍କା ପାଇପାରିବେ।

ସବସିଡି କିପରି ପାଇବେ ଶିଖନ୍ତୁ
ଯଦି ଆପଣ ସରକାରଙ୍କ ଯୋଜନାର ଲାଭ ଉଠାଇବାକୁ ଚାହାଁନ୍ତି, ତେବେ ଆମେ ଆପଣଙ୍କୁ କହିବୁ ଯେ ଆପଣ ଏହାର ଫାଇଦା କିପରି କରିପାରିବେ। ଏହି ଯୋଜନା ଅଧୀନରେ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ୬୦ ପ୍ରତିଶତ ପର‌୍ୟ୍ୟନ୍ତ ସବସିଡି ପ୍ରଦାନ କରୁଛନ୍ତି। ଏଥି ସହିତ ୩୦ ପ୍ରତିଶତ ବ୍ୟାଙ୍କ ମାଧ୍ୟମରେ ଋଣ ନେଇପାରିବେ। ଯାହାଫଳରେ ଅଧିକରୁ ଅଧିକ କୃଷକ ନିଜ ଜମିକୁ ସୋଲାର ପମ୍ପ ମାଧ୍ୟମରେ ଜଳସେଚନ କରିପାରିବେ । ସରକାରଙ୍କ ଅଫିସିଆଲ୍ ୱେବସାଇଟ୍ https://www.india.gov.in/ ପରିଦର୍ଶନ କରି ଆପଣ ଏହାର ଅନଲାଇନ୍ ଫର୍ମ ପୂରଣ କରିପାରିବେ । ଅନଲାଇନ୍ ରେଜିଷ୍ଟ୍ରେସନ୍ ଫର୍ମ ପୂରଣ କରିବା ପରେ ଆପଣଙ୍କୁ ଆଧାର କାର୍ଡ, ଜମି କାଗଜପତ୍ର, ଘୋଷଣାନାମା ଫର୍ମ, ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଇତ୍ୟାଦି ଆବଶ୍ୟକ ସୂଚନା ପ୍ରଦାନ କରିବାକୁ ପଡିବ ।

Get real time updates directly on you device, subscribe now.