fbpx

Video: ବାହାଘର ଭାଙ୍ଗିବାରୁ ଯୁବତୀଙ୍କୁ ବଳାତ୍କାର, ନଗ୍ନ ଭିଡିଓ ରେକର୍ଡ କରି ଯୁବତୀଙ୍କୁ କରୁଥିଲା ବ୍ଲାକ୍‌ମେଲ୍

କଟକ: ମାଟ୍ରିମୋନିଆଲରେ ହେଲା ପ୍ରଥମ ଦେଖା, ପରେ ବଢ଼ିଲା ସମ୍ପର୍କ। ବାହାଘର ପାଇଁ ଦୁଇ ପରିବାର ଆଲୋଚନା କରିବା ପରେ ନିକଟତର ହୋଇଥିଲେ ଦୁଇଜଣ। ଯୁବକ ଜଣକ ନିଜକୁ ଆଇସିଏମଆର ଇଂଜିନୀର କହୁଥିବା ବେଳେ, ମିଛ କହି ଠକୁଥିବା ଜାଣିବାକୁ ପାଇଥିଲେ ଝିଅ ଘର ଲୋକେ। ପରେ ବାହାଘର ଭାଙ୍ଗିଯାଇଥିଲା। ଆଉ ଏଥିରେ ପ୍ରତିଶୋଧ ପରାୟଣ ହୋଇ ଯୁବତୀଙ୍କୁ ଉଠେଇ ନେଇ ଦୁଷ୍କର୍ମ କରିଥିଲା ଠକ ଇଂଜିନୀର।

ଏଭଳି ଏକ ଚାଞ୍ଚଲ୍ୟ ଘଟଣା କଟକ ସିଡିଏ ଅଞ୍ଚଳର ଘଟିଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ କଟକ ସିଡିଏ ସେକ୍ଟର-୯ ଅଞ୍ଚଳର ଅବିନାଶ ମିଶ୍ରଙ୍କୁ ପୋଲିସ ଗିରଫ କରିଛି । ବାୟୋଡାଟାରେ ଭୂଲ ତଥ୍ୟ ଦେଇ ଅବିନାଶ ପୀଡ଼ିତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଯୁବତୀ ଜଣକ ଅଭିଯୋଗ କରିଛନ୍ତି ଯେ, ଅବିନାଶ ତାଙ୍କୁ ବାଟରୁ ଅପହରଣ କରିନେଇ ହୋଟେଲ୍‌ରେ ବଳାତ୍କାର କରିବା ସହିତ ତାଙ୍କ ନଗ୍ନ ଭିଡିଓ ରେକର୍ଡ କରିଥିଲା ଉକ୍ତ ଯୁବକ। ପରେ ଉକ୍ତ ଭିଡିଓକୁ ଦେଖାଇ ଯୁବତୀଙ୍କୁ ବ୍ଲାକ୍‌ମେଲ୍ କରି ଜବରଦସ୍ତ ବାହା ହୋଇଥିଲା।

ଯୁବତୀ ଘଟଣା ନେଇ ଏତଲା ଦେବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗ ପାଇବା ପରେ ପୁଲିସ ଆଇପିସିର ଧାରା ୩୬୫ (ଅପହରଣ), ୩୭୬-୨ (ଏନ୍)(ବାରମ୍ବାର ବଳାତ୍କାର କରିବା), ୩୮୫ (ଜୀବନରୁ ମାରିଦେବାକୁ ଧମକ ଦେଇ ବଟି ମାଗିବା), ୫୦୬(ଧମକ ଦେବା) ଓ ୩୪ (ଏକାଧିକ ବ୍ୟକ୍ତିଙ୍କସଂପୃକ୍ତ)ରେ ଏକ ମାମଲା ରୁଜୁ କରିଛି। ମାତ୍ର ଅଭିଯୁକ୍ତ ଫେରାର ଥିବାରୁ ପୁଲିସ ତାକୁ ଗିରଫ କରିପାରି ନଥିଲା। ଶ୍ରୁକ୍ରବାର ଅବିନାଶ ଘରେ ଥିବା ସୂଚନା ପାଇ ପୁଲିସ ଚଢ଼ଉ କରି ଗିରଫ କରିବା ପରେ ଗତ କାଲି କୋର୍ଟ ଚାଲାଣ କରିଥିବା ଅତିରିକ୍ତ D.C.P ଅନିଲ ମିଶ୍ର ସୂଚନା ଦେଇଛନ୍ତି।

Get real time updates directly on you device, subscribe now.