fbpx
BJD SKY
BJD SKY

ମାର୍ଚ୍ଚ ୩୧ ପୂର୍ବରୁ ଏହି ୫ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଶେଷ କରନ୍ତୁ ; ନଚେତ୍ ହୋଇପାରେ ଅସୁବିଧା, ଦେଇ ପାରନ୍ତି ଫାଇନ୍‌

BJD

ନୂଆଦିଲ୍ଲୀ: ମାର୍ଚ୍ଚ ମାସର ଅଧା ଦିନ ଅତିବାହିତ ହୋଇ ସାରିଥିବା ବେଳେ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ରହିଛି । ମାର୍ଚ୍ଚ ୩୧ କେବେ ଆସିବ ତାହା ମଧ୍ୟ ଜଣା ପଡିବ ନାହିଁ । କିନ୍ତୁ ଏହାକୁ ଅଣଦେଖା କଲେ ମହଙ୍ଗା ପଡିପାରେ । କାରଣ ଚାକିରିଆ ଲୋକଙ୍କ ପାଇଁ ଏହି ମାସ ଅତି ଗୁରୁତ୍ୱପୂର୍ଣ୍ଣ । ଏହା ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ୫ଟି କାର୍ଯ୍ୟ । ତେଣୁ ମାସ ସରିବା ପୂର୍ବରୁ ତୁରନ୍ତ କରିନିଅନ୍ତୁ ଏହି ୫ଟି କାର୍ଯ୍ୟ ।

୧- ପ୍ୟାନ୍ -ଆଧାର ଲିଙ୍କ୍  ଭୁଲନ୍ତୁ ନାହିଁ  : ଆୟକର ବିଭାଗ ପ୍ୟାନ୍ ଏବଂ ଆଧାର କୁ ସଂଯୋଗ କରିବାର ଶେଷ ତାରିଖ ମାର୍ଚ୍ଚ ୩୧, ୨୦୨୩ ସ୍ଥିର କରିଛି। ଯଦି ଆପଣ ଆଧାରକୁ ପାନ୍ ସହିତ ଲିଙ୍କ୍ କରିନାହାଁନ୍ତି, ତେବେ ଏପ୍ରିଲ୍ ୧ ରୁ ଏହାର କୌଣସି ଲାଭ ହେବ ନାହିଁ । ଏହା ବ୍ୟତୀତ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଉଭୟ ଡକ୍ୟୁମେଣ୍ଟ ମାଗଣାରେ ଲିଙ୍କ୍ ହୋଇପାରିବ, କିନ୍ତୁ ଏହା ପରେ ଟିକସଦାତାଙ୍କୁ ୧୦୦୦ ଟଙ୍କା ଦେବାକୁ ପଡିବ।

୨- ଆୟକର ରିଟର୍ଣ୍ଣ : ଟିକସଦାତାମାନେ ଆଇଟିଆର ଫାଇଲ୍ ଅପଡେଟ୍ କରିବା ଉଚିତ୍ । ୠଣ୨୦ କିମ୍ବା ମୂଲ୍ୟାଙ୍କନ ବର୍ଷ ୨୦୨୦-୨୧ (AY21) ପାଇଁ ଅପଡେଟ୍ ହୋଇଥିବା ITR ଫାଇଲ୍ କରିବାର ଶେଷ ତାରିଖ ହେଉଛି ମାର୍ଚ୍ଚ ୩୧ । ଯଦିଓ ଆଇଟିଆର ଦାଖଲ ହୋଇନାହିଁ, ତଥାପି ଏହା ଦାଖଲ ହୋଇପାରିବ । ତଥାପି ଶୂନ କିମ୍ବା ନେଗେଟିଭ୍ ରିଟର୍ଣ୍ଣ ବ୍ୟକ୍ତିମାନେ ଏକ ଅପଡେଟ୍ ହୋଇଥିବା ITR ଫାଇଲ୍ କରିବା ଆବଶ୍ୟକ କରନ୍ତି ନାହିଁ ।

୩- ଫର୍ମ 12BB : ଫର୍ମ 12BB ଦାଖଲ କରିବାର ଶେଷ ତାରିଖ ମଧ୍ୟ ମାର୍ଚ୍ଚ ୩୧ । ଯେକ ଇଦ୍ଭଚ୍ଚ ଣସି ବେତନ ପ୍ରାପ୍ତ କର୍ମଚାରୀ ତାଙ୍କ ନିବେଶ ଉପରେ ଟିକସ ସୁବିଧା କିମ୍ବା ଛାଡ ଦାବି କରିବାକୁ ନିଯୁକ୍ତିଦାତାଙ୍କୁ ଏହି ଫର୍ମ ଦାଖଲ କରିବାକୁ ପଡିବ । ଫର୍ମ 12BB ୧ ଜୁନ୍ ୨୦୧୬ ରେ ଲାଗୁ ହୋଇଛି । ହାଉସ୍ ଭଡା ଭତ୍ତା (HRA), ଟ୍ରାଭେଲ୍ କନ୍ସେସ୍ (LTC) ଏବଂ ଘର ଋଣ ଉପରେ ସୁଧ ଫର୍ମରେ ଅନ୍ତର୍ଭୂକ୍ତ କରାଯିବା ଉଚିତ୍ ।

୪- ଟିକସ ସଞ୍ଚୟ ବିନିଯୋଗ : ମାର୍ଚ୍ଚ ୩୧, ୨୦୨୩ ପୂର୍ବରୁ ବିନିଯୋଗ ପାଇଁ ଓଞଜ ଦାଖଲ କରୁଥିବାବେଳେ ପୁରୁଣା ଟିକସ ବ୍ୟବସ୍ଥାରେ ରିହାତି ଦାବି କରିପାରିବେ । ଆୟକର ଅଧିନିୟମ ୮୦ଉ ଅନୁଯାୟୀ ଟିକସଦାତାମାନେ ୧.୫ ଲକ୍ଷ ଟଙ୍କା ସୀମା ସହିତ ପୁରୁଣା ଟିକସ ବ୍ୟବସ୍ଥାରେ ଛାଡ ଦାବି କରିପାରିବେ। ଏଥିପାଇଁ ଆପଣ ପବ୍ଲିକ୍ ପ୍ରୋଭିଡେଣ୍ଟ୍ ପାଣ୍ଠି (ପିପିଏଫ୍), ଇକ୍ୱିଟି ଲିଙ୍କଡ୍ ସେଭିଂ ସ୍କିମ୍ (ELSS) ଏବଂ ନ୍ୟାସନାଲ ପେନ୍ସନ୍ ସ୍କିମ୍ (NPS) ର ବିନିଯୋଗ ବିକଳ୍ପ ଚୟନ କରିପାରିବେ ।

୫- ଆଡଭାନ୍ସ ଟ୍ୟାକ୍ସ : ୧୦,୦୦୦ ରୁ ଅଧିକ ଲାୟବିଲିଟି ଥିବା ପ୍ରତ୍ୟେକ ଟିକସଦାତାଙ୍କୁ ଅଗ୍ରୀମ ଟିକସ ଦେବାକୁ ପଡିବ । ଏହାକୁ ଚାରୋଟି କିସ୍ତିରେ ଦିଆଯାଏ । ଅବଶିଷ୍ଟ ଟ୍ୟାକ୍ସର ୧୫% ୧୫ ଜୁନ୍ ସୁଦ୍ଧା, ପରବର୍ତ୍ତୀ ୩୦% ୨୫ ସେପ୍ଟେମ୍ବର, ଅନ୍ୟ ୩୦% ୧୫ ଡିସେମ୍ବର ଏବଂ ଶେଷ ୨୫% ବର୍ତ୍ତମାନର ୠଣ ମାର୍ଚ୍ଚ ୧୫ ସୁଦ୍ଧା ପ୍ରଦାନ କରାଯିବ।

ଯଦି କେହି ତାଙ୍କର ଚାକିରି ବଦଳାଇଛନ୍ତି କିମ୍ବା ଅତିରିକ୍ତ ଆୟ ଅଛି, ତେବେ ତାଙ୍କୁ ମାର୍ଚ୍ଚ ୩୧ ସୁଦ୍ଧା ଅଗ୍ରୀମ ଟ୍ୟାକ୍ସ ହିସାବ ଦେବାକ ପଡିବ । ଯଦି ବିଳମ୍ବ ହୁଏ, ଟିକସଦାତାଙ୍କୁ ଅବଶିଷ୍ଟ ରାଶି ଉପରେ ପ୍ରତିମାସରେ ୧% ସୁଧ ଦେବାକୁ ପଡିବ ।

Get real time updates directly on you device, subscribe now.