fbpx

ଦିନିକିଆ କ୍ରିକେଟରେ ନୂଆ ଇତିହାସ ଲେଖିଲା ବାଂଲାଦେଶ: କଲା ଏମିତି କାରନାମା

ନୂଆଦିଲ୍ଲୀ: ଆୟରଲାଣ୍ଡ ବିପକ୍ଷ ଶେଷ ଦିନିକିଆ ମ୍ୟାଚକୁ ୧୦ ୱିକେଟରେ ବିଜୟ ସହ ୨-୦ରେ ସିରିଜ ମଧ୍ୟ କବଜା କରିଛି ବାଂଲାଦେଶ କ୍ରିକେଟ ଟିମ । ଏହି ବିଜୟ କ୍ରିକେଟ ଇତିହାସରେ ଦଳ ନୂଆ ଇତିହାସ ଲେଖିଛି । କୌଣସି ଦିନିକିଆରେ ମ୍ୟାଚରେ ରନ୍ ଚେଜ କରି ହାସଲ କରିଛି ଏକ ବିଶାଳ ବିଜୟ । ବାଂଲାଦେଶର ଏହି ବିଜୟ ଦଳର କ୍ରିକେଟ ଇତିହାସରେ ସର୍ବଶ୍ରେଷ୍ଠ ବିଜୟ ଭାବରେ ସ୍ଥାନ ପାଇଛି ।

Image

ସିରିଜର ଶେଷ ଦିନିକିଆ ମ୍ୟାଚରେ ବାଂଲାଦେଶକୁ ମାତ୍ର ୧୦୨ ରନର ବିଜୟ ଲକ୍ଷ୍ୟ ଦେଇଥିଲା ଆୟରଲାଣ୍ଡ । ତେବେ ଏହି ଲକ୍ଷ୍ୟର ପିଛା କରି ବାଂଲାଦେଶ ତରଫରୁ ଲିଟନ ଦାସ ଏବଂ ତମୀମ ଇକବାଲ ପାଳି ଆରମ୍ଭ କରିଥିଲେ । ଶେଷ ରନ ପର୍ଯ୍ୟନ୍ତ ଉଭୟ ଖେଳାଳି ଆୟରଲାଣ୍ଡ ବୋଲରଙ୍କୁ ସାମନା କରିବା ସହ ଦଳକୁ ବିଜୟ ଭେଟି ଦେଇଛନ୍ତି । ମାତ୍ର ୧୩.୧ ଓଭରରେ ବିଜୟ ଲକ୍ଷ୍ୟକୁ ଖୁବ ସହଜରେ ହାସଲ କରି ନେଇଛନ୍ତି ବାଂଲାଦେଶର ଦୁଇ ଓପନର । ଅଧିନାୟକ ତମୀମ ଇକବାଲ ୪୧ ବଲରୁ ୫ଟି ଚୌକା ଏବଂ ୨ଟି ଛକା ସହ ୪୧ ରନ କରିଥିବା ବେଳେ ଲିଟନ ଦାସ ୩୮ ବଲରୁ ୧୦ଟି ଚୌକା ସହ ଅର୍ଦ୍ଧଶତକ ହାସଲ କରିଛନ୍ତି । ଉଭୟଙ୍କ ଦମଦାର ବ୍ୟାଟିଂ ବଳରେ ବାଂଲାଦେଶ ଏହି ବିଜୟ ଏବଂ ଇତିହାସ ଲେଖିବାରେ ସମର୍ଥ ହୋଇପାରିଛି ।

ଆୟରଲାଣ୍ଡ ପକ୍ଷରୁ କର୍ଟିସକାମ୍ଫର ଏବଂ ଟକରଙ୍କ ବ୍ୟତୀତ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରନାହାନ୍ତି । ତେବେ ବାଂଲାଦେଶର ଷ୍ଟାର ବୋଲର ହସନ ମହମୁଦ ଶାଣିତ ବୋଲିଂ କରିବା ସହିତ ଆୟର ଲାଣ୍ଡର ୫ଟି ୱିକେଟ ଅକ୍ତିଆର କରିଥିଲେ । ତାଙ୍କ ବ୍ୟତୀତ ତସ୍କିନ ଅହମଦ ୩ଟି ଏବଂ ଇବାଦତ ହୋସେନ ୨ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି । ଫଳରେ ଆୟରଲାଣ୍ଡ ମାତ୍ର ୨୮.୧ ଓଭର ଖେଳିପାରିଥିବା ବେଳେ ବାଂଲାଦେଶ ଆଗରେ ୧୦୨ ରନର ଏକ ଛୋଟ ଲକ୍ଷ୍ୟ ରଖିଥିଲା । ଯାହାକୁ ମାତ୍ର ୧୩.୧ ଓଭରରେ ହାସଲ କରି ନେଇଛି ବାଂଲାଦେଶ ।

Get real time updates directly on you device, subscribe now.