fbpx

ପିଏମ୍ କିଷାନର ୧୪ତମ କିସ୍ତି ପୂର୍ବରୁ ଖୁସିଖବର ଦେଲେ କୃଷିମନ୍ତ୍ରୀ: ୧୪ କୋଟି ଚାଷୀ ହେବେ ମାଲାମାଲ୍

ନୂଆଦିଲ୍ଲୀ: ସାରାଦେଶର ଚାଷୀଙ୍କୁ ଫେବୃଆରରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୩ତମ କିସ୍ତି ଟଙ୍କା ମିଳିସାରିଛି । କିସ୍ତିର ଟଙ୍କା ଆକାଉଣ୍ଟକୁ ଆସିବା ପରେ ଚାଷୀମାନେ ୧୪ତମ କିସ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି ଓ ତାହାର ଅପେକ୍ଷା କରିଛନ୍ତି । କିନ୍ତୁ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଫସଲ ବିମା ପୋଟାଲ ଅଧିନରେ ଡିଜିକ୍ଲେମ୍ ଆପ୍ ଲଞ୍ଚ କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ।

ଡିଜି କ୍ଲେମ୍ ଆପ୍ ମାଧ୍ୟମରେ ଚାଷୀମାନେ ତୁରନ୍ତ ଫସଲ ବୀମା ଦାବି କରିବା ଏବଂ ଟଙ୍କା ଦାବି କରିବାକୁ ସୁବିଧା ପାଇବେ । ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ, ଏହି ସମୟରେ କୃଷି ମନ୍ତ୍ରୀ ରାଜସ୍ଥାନ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ଛତିଶଗଡ, ଉତ୍ତରପ୍ରଦେଶ ଏବଂ ହରିୟାଣାର ବୀମାଭୁକ୍ତ କୃଷକମାନଙ୍କୁ ଏକ ବଟନରେ କ୍ଲିକ କରି ୧ ,୨୬୦.୩୫ କୋଟି ଟଙ୍କାର ଦାବି କରାଯାଇଥିବା ବୀମା ଟ୍ରାନ୍ସଫର କରିଛନ୍ତି ।

ତେବେ ଚାଷୀଙ୍କ ପକ୍ଷରୁ ଦାବି କରାଯିବା ପରେ ଡିଜିକ୍ଲେମ୍ରେ ଚାଷୀମାନଙ୍କୁ ବୀମା ରାଶିର କ୍ଷତିପୂରଣ ଅଟୋମେଟିକ୍ ମିଳିଯିବ । ଏହଳ ସହ ଚାଷୀଭାଇମାନେ ଅନଲାଇନ୍ ଟ୍ୟାକ୍ ମଧ୍ୟ କରିପାରିବେ ।କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଡିଜିକ୍ଲେମର ଫାଇଦା ପ୍ରାରାମ୍ଭରେ ୬ଟି ରାଜ୍ୟର କୃଷକମାନଙ୍କୁ ମିଳିପାରେ । ଏହି ରାଜ୍ୟଗୁଡ଼ିକରେ ରାଜସ୍ଥାନ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ଛତିଶଗଡ, ଉତ୍ତରପ୍ରଦେଶ ଏବଂ ହରିୟାଣା ସାମିଲ ରହିଛି ।

Get real time updates directly on you device, subscribe now.