fbpx
BSKY
BJD MC SKY
BJD YOUTH SKY

ଧର୍ମେନ୍ଦ୍ରଙ୍କୁ ମାତ୍ ଦେବାକୁ ପ୍ରଣବଙ୍କୁ ମିଳିଲା ବଡ଼ ଦାୟିତ୍ୱ; ଏବେ ହେବ ମୁହାଁମୁହିଁ ଲଢେଇ

ଭୁବନେଶ୍ୱର: ୬ ମାସରେ ବଦଳିଗଲା ଷ୍ଟ୍ରାଟେଜି, ଧମେନ୍ଦ୍ରଙ୍କ ଗଡ଼ରେ ପଶିଲେ ବବି। ୨୦୨୪ ନିର୍ବାଚନ ପୁର୍ବରୁ ଓଡ଼ିଶା ବିଜେପି ସଭାପତି ପରିବର୍ତ୍ତନ ପରେ ବିଜେଡି ୩୦ ଜିଲ୍ଲା ପର୍ଯ୍ୟବେକ୍ଷକ ବଦଳାଇଛି। ଏହି ପରିବର୍ତ୍ତନରେ ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲାଟିଛି, ତାହା ହେଉଛି ବିଜେପି ସାଂଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କୁ ମିଳିଥିବା ୪ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ। ଯେଉଁଥିରେ ଅନୁଗୁଳ, ଢେଙ୍କାନାଳ, କେଉଁଝର ଏବଂ ସମ୍ବଲପୁର ସାମିଲ ଅଛି।

କିଛିଦିନ ତଳେ ଧର୍ମେନ୍ଦ୍ର ପ୍ରଧାନ ଏହା ସ୍ପଷ୍ଟ କରିଥିଲେ କି ୨୦୨୪ରେ ସେ ନିର୍ବାଚନ ଲଢିବେ। ଏହାରି ମଧ୍ୟରେ ଲକ୍ଷ୍ୟ କରାଯାଇଛି ଯେ, ଗତ କିଛି ମାସ ହେବ ଧର୍ମେନ୍ଦ୍ର ଢେଙ୍କାନାଳ, ଅନୁଗୁଳ ଏବଂ ସମ୍ବଲପୁରକୁ ଘନଘନ ଗସ୍ତ କରିବା ସହିତ ଅନେକ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ମଧ୍ୟ ସେଠାକୁ ଆଣିଛନ୍ତି। ଯାହା ଚର୍ଚ୍ଚା ହେଉଛି ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରୁ ନିର୍ବାଚନରେ ଅବତୀର୍ଣ୍ଣ ହୋଇପାରନ୍ତି। ସେହିପରି ଅନୁଗୁଳରେ ମଧ୍ୟ ଧର୍ମେନ୍ଦ୍ରଙ୍କ ବେଶ ପତିଆରା ରହିଛି। ତେଣୁ ରାଜ୍ୟ ବିଜେପିର ମଙ୍ଗୁଆଳ କୁହାଯାଉଥିବା ଧମେନ୍ଦ୍ରଙ୍କୁ ଚେକ୍‌ମେଟ୍ ଦେବା ଲାଗି ବବିଙ୍କୁ ଅନୁଗୁଳ ଏବଂ ଢେଙ୍କାନାଳ ଦାୟିତ୍ୱ ଦିଆଯାଇଛି।

ଆଉ କିଛି ମାସ ପରେ ନିର୍ବାଚନ ଥିବାରୁ ବିରୋଧିଙ୍କ ସକ୍ରିୟତା ବିଜେଡିର ଚିନ୍ତା ବଢାଇ ଦେଇଛି। ପୁଣିଥରେ ବିଜେପିର ମଙ୍ଗ ଧରିଥିବା ମନମୋହନ ସାମଲ ୨୦୨୪ରେ ସରକାର ଗଠନ ପାଇଁ କର୍ମିଙ୍କୁ ଆହ୍ୱାନ ଦେଇଛନ୍ତି। ସେହିପରି ପ୍ରଦେଶ କଂଗ୍ରେସ ନେତାମାନେ ମଧ୍ୟ ସକ୍ରିୟ ହେଲେଣି । ଏଭଳି ସ୍ଥିତିରେ ୨୦୧୭ ପଞ୍ଚାୟତ ନିର୍ବାଚନ ଭଳି କୌଣସି ଭୁଲ୍ ନକରି ବିଜେଡି ସଂଘଠନିକ ସ୍ତରରେ ପରିବର୍ତ୍ତନ ଆଣିବା ସହିତ ଏକା ଥରକେ ୩୦ ଜିଲ୍ଲାର ପର୍ଯ୍ୟବେକ୍ଷକ ପରିବର୍ତ୍ତନ କରିଛି ।

ବିଜେଡିର ନୂଆ ପର୍ଯ୍ୟବେକ୍ଷକ ତାଲିକାରେ ୯ ଜଣ ମନ୍ତ୍ରୀ ଥିବା ବେଳେ କିଛି ପୁରୁଣା ଚେହେରାଙ୍କୁ ବାଦ୍ ଦିଆଯାଇଛି । ମନ୍ତ୍ରୀ ଟୁକୁନି ସାହୁ, ଉଷା ଦେବୀ, ରୋହିତ ପୂଜାରୀ ଓ ନଳିନୀ ପ୍ରଧାନଙ୍କ ଭଳି ନେତାଙ୍କୁ ପର୍ଯ୍ୟବେକ୍ଷକ ତାଲିକାରୁ ଆଉଟ କରାଯାଇଛି । ଏହି ତାଲିକାରେ କୌଣସି ଲୋକସଭା କିମ୍ବା ରାଜ୍ୟସଭା ସାଂସଦଙ୍କୁ ଦାୟିତ୍ୱ ମିଳିନାହିଁ ।

Get real time updates directly on you device, subscribe now.