fbpx

ଗର୍ଭଧାରଣ ସମୟରେ ଲିଙ୍ଗ ନିରୂପଣ ପଡିବ ମହଙ୍ଗା: ଉଭୟଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଗର୍ଭରେ ଭ୍ରୁଣର ଲିଙ୍ଗ ନିରୂପଣ କରିବା ବିରୋଧରେ ନିୟମକୁ କଡାକଡି କରାଯାଇଛି । ଏ ନେଇ ମୁଖ୍ୟ ଚିକିତ୍ସା ଅଧିକାରୀ ଲକ୍ଷେ୍ନøରେ ଏକ ବୈଠକ କରିଛନ୍ତି । କେବଳ ନିୟମ କରିବା ଦ୍ୱାରା ସବୁକିଛି ସମ୍ଭବ ହେବ ନାହିଁ, ଏଥିପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ ବୋଲି ଏହି ବୈଠକରେ କହିଛନ୍ତି ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ମନୋଜ ଅଗ୍ରୱାଲ । ଏ ନେଇ ସେ ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଆହ୍ୱାନ ଦେଇଛନ୍ତି ।

ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଡ. ଅଗ୍ରୱାଲ କହିଛନ୍ତି ଯେ, ଏହି ଲିଙ୍ଗ ନିରୂପଣ ବିରୋଧ ନିୟମକୁ ପ୍ରଭାବୀ ରୂପରେ ଲାଗୁ କରିବା ଉଚିତ । ପିସିପିଏନଡିଟିକେ ନୋଡାଲ ଅଧିକାରୀ ଡ. କେ.ଡି ମିଶ୍ରା କହିଛନ୍ତି ଯେ, ଏହି ନିୟମକୁ ଉଲ୍ଲଙ୍ଘନ କଲେ ଲିଙ୍ଗ ଯାଞ୍ଚ କରି କହିଥିବା ବ୍ୟକ୍ତିଙ୍କୁ ୫ ବର୍ଷ କିମ୍ବା ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇପାରେ । ଏହାବ୍ୟତୀତ ଯେଉଁ ବ୍ୟକ୍ତି ଭ୍ରୁଣର ଲିଙ୍ଗ ଯାଞ୍ଚ କରାଇଥିବେ, ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହିବ୍ୟକ୍ତିଙ୍କ ବିରୋଧରେ ୫ ବର୍ଷର କାରାଦଣ୍ଡ ନଚେତ ୫୦ହଜାର ଟଙ୍କା ଜରିମାନା ଲାଗୁ ହୋଇପାରେ । ସିଏମଓ ଡ. ମନୋଜ ଅଗ୍ରୱାଲ କହିଛନ୍ତି ଯେ, ଭ୍ରୁଣ ହତ୍ୟା ରୋକିବା ପାଇଁ ସରକାରଙ୍କ ତରଫରୁ ‘ମୁଖବୀର ଯୋଜନା’ ପ୍ରଣୟନ କରାଯାଇଛି । ଯେକୌଣସି ଲୋକ ଏହି ଯୋଜନା ଅଧୀନରେ ଲିଙ୍ଗ ନିରୂପଣ, ଭ୍ରୁଣ ହତ୍ୟା, ଅବୈଧ ଗର୍ଭପାତ କରୁଥିବା ବ୍ୟକ୍ତି କିମ୍ବା ସଂସ୍ଥା ବିରୋଧରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପାଇଁ ସାହାଯ୍ୟ କରିପାରିବେ । ଏହା ପରିବର୍ତ୍ତେ ସରକାରଙ୍କ ତରଫରୁ ସେମାନଙ୍କୁ ୨ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯାଉଛି ।

ମୁଖବୀର ଯୋଜନାରେ ଭ୍ରୁଣ ହତ୍ୟା କରୁଥିବା କେନ୍ଦ୍ରର ଷ୍ଟିଙ୍ଗ ଅପରେସନ କରାଯାଏ ଏବଂ ଏହାର ଭିଡିଓ ରେକର୍ଡ କରି ସ୍ୱାସ୍ଥ୍ୟ ବିଭାଗକୁ ପଠାଇବାକୁ ପଡିଥାଏ । ଏହାପରେ ସ୍ୱାସ୍ଥ୍ୟ ବିଭାଗ ପୋଲିସ ସହ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥାଏ । ତେବେ ଷ୍ଟିଙ୍ଗ କରିଥିବା ବ୍ୟକ୍ତିଙ୍କୁ ଷ୍ଟିଙ୍ଗ ପ୍ରତି ୨ ଲକ୍ଷ ଟଙ୍କା ଲେଖାଏଁ ଦେବା ପାଇଁ ନିୟମ ରହିଛି । ଏଥିରେ ଗର୍ଭବତୀଙ୍କୁ ଏକ ଲକ୍ଷ ଟଙ୍କା, ମୁଖବୀରଙ୍କୁ ୬୦ ହଜାର ଏବଂ ଟିମର ତୃତୀୟ ସଦସ୍ୟଙ୍କୁ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଥାଏ ।

Get real time updates directly on you device, subscribe now.