fbpx

ଛି ଲଜ୍ଜ୍ୟା! ଛେଳି ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଲା ଯୁବକ: ଏବେ ପୋଲିସ ହେପାଜତରେ

କେନ୍ଦ୍ରାପଡା: ଗୋଟିଏ ନିରୀହ ନିର୍ବାକ ପଶୁ ଉପରେ ହୋଇଛି ଅମାନୁଷିକ ଅପରାଧ । ଅପ୍ରାକୃତିକ ଭାବରେ ଛେଳି ସହ ଯୌନ ସମ୍ପର୍କ ରଖିଥିବା ନେଇ ଜଣେ ଯୁବକଙ୍କ ବିରୋଧରେ ଅଭିଯୋଗ ହୋଇଛି । ପରେ ପୋଲିସ ଏ ନେଇ ତଦନ୍ତ ଆରମ୍ଭ କରିବା ସହ ସମ୍ପୃକ୍ତ ଯୁବକକୁ ଅଟକ ରକି ପଚରାଉଚରା ଜାରି ରଖିଛି । ବିଳମ୍ବିତ ରାତିରେ ଛେଳି ଗୁହାଳ ଭିତରେ ପଶି ଏମିତି ଏକ କାଣ୍ଡ ଘଟାଇଥିବା ନେଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଛେଳିର ମାଲିକ ।

ସୂଚନା ଅନୁସାରେ, ଏମିତି ଏକ ଲଜ୍ଜାଜନକ ଏବଂ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଡେରାବିଶ ଥାନା ଅନ୍ତର୍ଗତ ତିଲଙ୍ଗ ଗ୍ରାମରେ । ଏହି ଗ୍ରାମର କବିତା ପ୍ରଧାନ ୬ରୁ ୭ଟି ଛେଳି ରଖି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ଯେନତେନ ପ୍ରକାରେ ତାଙ୍କର ଗୁଜୁରାଣ ମେଣ୍ଟିଯାଏ । କିନ୍ତୁ ତାଙ୍କର ଏକ ଛେଳି ସହ ଗତ ରାତିରେ ଘଟିଯାଇଛି ଏକ ଅମାନୁଷିକ ଘଟଣା । ବିଳମ୍ବିତ ରାତି ପ୍ରାୟ ସାଢେ ୧୨ଟା ସମୟରେ ଗ୍ରାମର ଉମାଶଙ୍କର ନାୟକ(ଧାକୁନା) କବିତାଙ୍କ ଛେଳି ଗୁହାଳରେ ପଶିଥିଲା । ତେବେ ଛେଳି ଚୋରି କରିବା ଉଦ୍ଦେଶ୍ୟରେ ନୁହେଁ, ବରଂ ଛେଳିକୁ ବଳାତ୍କାର କରିବା ଉଦ୍ଦେଶ୍ୟରେ ଗୁହାକୁ ଯାଇଥିଲା ଧାକୁନା । ଛେଳି ଗୁହାଳରେ ପଶି ଏକ ମାଈ ଛେଳି ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲା ଏହି ଯୁବକ ।

ତେବେ ଏହା ଦେଖି ଅନ୍ୟ ଛେଳିମାନେ ବୋବାଇବା ଶବ୍ଦ ଶୁଣି ଉଠି ପଡିଥିଲେ କବିତା ଏବଂ ତାଙ୍କର ଭାଇ । ,ହାପରେ ଧାକୁନା ସେଠାରୁ ଧାଇଁ ପଳାଇଥିଲେ । ତେବେ ଛେଳିର ଗୁପ୍ତାଙ୍ଗରୁ ପ୍ରବଳ ରକ୍ତସ୍ରାବ ହେବା ଦେଖି ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି କବିତା । ସେପଟେ ଅଭିଯୋଗ ପାଇଁ ଡେରବିଶ ପୋଲିସ ଧାକୁନାକୁ ଅଟକ ରକି ପଚରାଉଚରା ଆରମ୍ଭ କରିଛି । ତେବେ ପତ୍ନୀଙ୍କ ବିୟୋଗରେ ଧାକୁନା ମାନସିକ ସନ୍ତୁଳନ ହରାଇଥିବାରୁ ଏମିତି କାଣ୍ଡ ଘଟାଇଛି ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

Get real time updates directly on you device, subscribe now.