fbpx

ହଠାତ୍ ମାଡ଼ି ଆସିଲା ଯମରୂପୀ ଅଗ୍ନିକାଣ୍ଡ: ଜଳିଗଲେ ୩୯ ଲୋକ, ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ୩୦ ଜଣ

ନୂଆଦିଲ୍ଲୀ: କଥାରେ ଅଛି ଅଗ୍ନିକାଣ୍ଡଠାରୁ ଆଉ ବଡ଼ ବିପତ୍ତି ନାହିଁ । ଭୟଙ୍କର ନିଅାଁ ଆଗରେ ମଣିଷ ସତେ ଯେମିତି ଅସହାୟ ହୋଇ ପଡ଼େ । ତେବେ ଆଜି ଏପରି ଏକ ଭୟଙ୍କର ଘଟଣା ଦେଖିବାକୁ ମିଳିଛି । ଅଗ୍ନିର ଭୟଙ୍କର ତାଣ୍ଡବରେ ଅନେକ ନିରୀହ ଜୀବନ ସବୁଦିନ ପାଇଁ ଲିଭି ଯାଇଛି । ଏଥିସହିତ ଅନେକ ଲୋକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି ।

ସୂଚନା ମୁତାବକ, ଉତ୍ତର ମେକ୍ସିକୋରେ ଆଜି ଏକ ବଡ଼ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଏହି ଅଗ୍ନିକାଣ୍ଡରେ ୩୯ ଜଣ ପ୍ରବାସୀଙ୍କ ପ୍ରାଣହାନୀ ହୋଇଥିବା ଆଶଙ୍କା କରାଯାଉଛି । ଏଥିସହିତ ଅନ୍ୟ ୩୦ ଜଣ ଆହତ ହୋଇ ଜୀବନ-ମରଣ ସହ ସଂଘର୍ଷ କରୁଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି । ଉତ୍ତର ମେକ୍ସିକୋର ଆମେରିକୀୟ ସୀମା ନିକଟରେ ଏକ ଅପ୍ରବାସୀ କେନ୍ଦ୍ରରେ ହଠାତ୍ ନିଅାଁ ଲାଗିଯିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଖବର ପାଇ ଘଟଣାସ୍ଥଳରେ ଆମ୍ବୁଲାନ୍ସ, ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତ ଲୋକଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମେକ୍ସିକୋର ଆଟର୍ଣ୍ଣି ଜେନେରାଲଙ୍କ ଅଫିସ ତରଫରୁ ଘଟଣାର ଯାଞ୍ଚ କରାଯାଇ ସହାୟତା ପ୍ରଦାନ କରାଯାଉଛି । ଖୁବଶୀଘ୍ର ସମସ୍ତ ମୃତକ ଓ ଆହତଙ୍କ ବିଷୟରେ ସବିଶେଷ ଜଣାପଡ଼ିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.