fbpx

ବଡ ଘୋଷଣା! ଟାକ୍ସ ଚୋରି କରୁଥିବା ଲୋକଙ୍କୁ ଧରା ପକାଇଲେ ମିଳିବ ଇନାମ: ଗୁପ୍ତ ରହିବ ସୂଚନା ଦାତାଙ୍କ ନାମ

ନୂଆଦିଲ୍ଲୀ: ଦେଶରେ ଟାକ୍ସ ଚୋରି କରୁଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ଏହାକୁ ରୋକିବା ପାଇଁ ଏବଂ ଟାକ୍ସ ଚୋରି କରୁଥିବା ଲୋକମାନଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି ଜିଏସଟି ଇଣ୍ଟେଲିଜେନ୍ସ ମହାନିଦ୍ଦେଶାଳୟ । ତେଣୁ ବର୍ତ୍ତମାନ ଏ ନେଇ ଏକ ନୂଆ ପ୍ରକ୍ରିୟା ଏବଂ ନୂଆ ଯୋଜନା କରୁଛି ଡିଜିଜିଆଇ । ତେବେ ଏହି ଯୋଜନାରେ ସାଧାରଣ ବ୍ୟକ୍ତିମାନଙ୍କୁ ଫାଇଦା ମିଳିପାରିବ । ଟାକ୍ସ ଚୋରି କରୁଥିବା ବ୍ୟାକ୍ତିଙ୍କୁ ଧରିବାରେ ଭାରତର ସଚ୍ଚୋଟ ନାଗରିକଙ୍କ ସହାୟତା ଲୋଡିଛି ପ୍ରଶାସନ ।

ଦେଶରେ କୌଣସି ବ୍ୟକ୍ତି ଟାକ୍ସ ଚୋରି କରୁଥିବା ନେଇ ଯେଉଁ ବ୍ୟକ୍ତି ତଥ୍ୟ ଦେବେ ତାଙ୍କୁ ପ୍ରଶାସନ ତରଫରୁ ପୁରସ୍କାର ଦିଆଯିବ । ଯଦି ଆପଣଙ୍କ ପାଖରେ ଏମିତି ବ୍ୟକ୍ତିଙ୍କ ବିରୋଧରେ ଠୋସ ପ୍ରମାଣ ରହିଥାଏ, ତେବେ ଆପଣ ମଧ୍ୟ ପ୍ରଶାସନର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ । ସେମାନଙ୍କ ବିଷୟରେ ଏଜେନ୍ସିକୁ ଜଣାଇଲେ ଚୋରି ହୋଇଥିବା ଟାକ୍ସର ୨୦% ପ୍ରଦାନ କରାଯିବ ବୋଲି ଗୋଷଣା କରାଯାଇଛି । ତେବେ ଏ ନେଇ ସୂଚନା ଦେଇଥିବା ବ୍ୟକ୍ତିଙ୍କ ନାମ ଗୋପନ ରଖାଯିବ ବୋଲି କହିଛି ଏଜେନ୍ସି । ୱେବସାଇଟରେ ଏକ ପୋଷ୍ଟ କରି ଏ ସମ୍ବନ୍ଧରେ ସୂଚନା ଦେଇଛି ଡିଜିଜିଆଇ । ପୋଷ୍ଟରେ କୁହାଯାଇଛି ଯେ, ଟାକ୍ସ ଦେବା ଭାରତର ପ୍ରତ୍ୟେକ ନାଗରିକଙ୍କର ଏକ ସାମାଜିକ କର୍ତ୍ତବ୍ୟ । କର ହେଉଛି ସରକାରଙ୍କ ଆୟର ମୁଖ୍ୟ ସାଧନ, ତେଣୁ ,ହାର ଚୋରି ରାଷ୍ଟ୍ର ନିର୍ମାଣ କାର୍ଯ୍ୟକୁ ବାଧିତ କରିଥାଏ ।

କିପରି ଦେବେ ତଥ୍ୟ?

ଡିଜିଜିଆଇ ତରଫରୁ ଏହି ପୋଷ୍ଟରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ, ସେବା କର ଏବଂ ଜିଏସଟି ଆଦି କର ରୋକିବାରେ ସାଥ ଦେବାକୁ ପ୍ରତ୍ୟେକ ନାଗରିକଙ୍କୁ ଆହ୍ୱାନ ଦେଇଛନ୍ତି । ଆମକୁ ଚିଠି, ଫୋନ, ଇ-ମେଲ କିମ୍ବା ୱେବସାଇଟ ମାଧ୍ୟମରେ ନଚେତ ବ୍ୟକ୍ତିଗତ ଭାବରେ ଟାକ୍ସ ଚୋରି କରୁଥିବା ବ୍ୟକ୍ତିଙ୍କ ବିଷୟରେ ତଥ୍ୟ ଦେଇପାରିବେ । ତେବେ ଆପଣଙ୍କ ନାମ ଗୋପନ ରକି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛି ଏଜେନ୍ସି । ଏହା ସହିତ ଆଦାୟ ହୋଇଥିବା ଟାକ୍ସରୁ ମଧ୍ୟ ତଥ୍ୟ ଦେଇଥିବା ବ୍ୟକ୍ତିଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି କହିଛନ୍ତି ଏଜେନ୍ସିର ମହାନିର୍ଦ୍ଦେଶକ ସୁରଜୀତ ଭୁଜବଳ । ମୁଖବୀର ଏବଂ ସରକାରୀ କର୍ମଚାରୀ ଜବତ ହୋଇଥିବାଲ ସମ୍ପତ୍ତିର ବିକ୍ରି ମୂଲ୍ୟର ୨୦% ପର୍ଯ୍ୟନ୍ତ ପୁରସ୍କାର ରାଶି ପ୍ରଦାନ କରାଯିବା ନେଇ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.