fbpx

ଜାଲ୍‍ ସାର୍ଟିଫିକେଟ୍‍ ତାତିରେ କମ୍ପିଲା ବିଧାନସଭା, ବିରୋଧୀ ଓ ଶାସକଦଳ ମଧ୍ୟରେ ହଟ୍ଟଗୋଳ

ଭୁବନେଶ୍ୱର: ଜାଲ୍‍ ସାର୍ଟିଫିକେଟ୍‍ ଓ କୋଟିଆ ପ୍ରସଙ୍ଗକୁ ନେଇ ଆଜି ଉଭୟ ବିରୋଧୀ ଓ ଶାସକଦଳ ମଧ୍ୟରେ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ଅପରାହ୍ଣ ୪ଟା ଯାଏଁ ମୁଲତବୀ ରହିଛି । ଶୂନକାଳରେ ବିରୋଧିଦଳ ନେତା ଜୟନାରାୟଣ ମିଶ୍ର କୋଟିଆ ପ୍ରସଙ୍ଗ ଉଠାଇ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅଧିକାରୀମାନେ କିଭଳି ଓଡିଶା ସୀମାରେ ପ୍ରବେଶ କରୁଛନ୍ତି ତାହା ଉଲ୍ଲେଖ କରିବା ସହିତ ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡ ସୀମାକୁ ଲାଗିଥିବା ଗ୍ରାମର ଲୋକମାନେ ଓଡିଶାରେ ରହିବାକୁ ଚାହୁଁନାହାଁନ୍ତି ବୋଲି କହିଥିଲେ ।

ଓଡିଶା ସରକାର ଏହା ଉପରେ କ’ଣ ପଦକ୍ଷେପ ନେଉଛନ୍ତି ତାହା ଜଣାଇବାକୁ ଶ୍ରୀ ମିଶ୍ର ଦାବି କରିଥିଲେ । ସେହିଭଳି କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକ ନିଯୁକ୍ତି, କୋଇଡା ବିଡିଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ବଲାଙ୍ଗିରରେ ଜାଲ ସାର୍ଟିଫିକେଟ ପ୍ରସଙ୍ଗ ଉଠାଇ ଏହା ଉପରେ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ । କଂଗ୍ରେସ ସଦସ୍ୟମାନେ ରୁଲିଂ ଦାବି କରି ଗୃହରେ ହଟ୍ଟଗୋଳ କରିଥିବାବେଳେ ବିଜେପି ସଦସ୍ୟମାନେ ସେମାନଙ୍କ ସହିତ ସାମିଲ ହୋଇଥିଲେ ।

Get real time updates directly on you device, subscribe now.