fbpx

‘ଅମୁଲ’ କ୍ଷୀରର ଦାମରେ ବୃଦ୍ଧି: ପ୍ରଥମ ଦିନରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ

ନୂଆଦିଲ୍ଲୀ: ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରେ ହିଁ ସାଧାରଣ ଲୋକଙ୍କୁ ଲାଗିଛି ଏକ ବଡ ଝଟକା । ପୁଣିଥରେ ବୃଦ୍ଧି ପାଇଛି ‘ଅମୁଲ’ କ୍ଷୀରର ଦାମ୍ । ଏହା ସହିତ ବ୍ରାଣ୍ଡର ଅନ୍ୟାନ୍ୟ ପ୍ରଡକ୍ଟ ଉପରେ ମଧ୍ୟ ଦରବୃଦ୍ଧିର ପ୍ରଭାବ ଦେଖିବାକୁ ମିଳିଛି । ଅମୁଲ ତାଜା, ଶକ୍ତି, ଟି ସ୍ପେଶାଲ, କାଉ ମିଲ୍କ, ଚା ମାଜା, ସ୍ଲିମ ଆଣ୍ଡ ଷ୍ଟ୍ରିମ, ଏ ଟୁ କାଉଜ ମିଲ୍କ ଏବଂ ବଫେଲୋ ମିଲ୍କ ସମେତ ବ୍ରାଣ୍ଡସର ମୂଲ୍ୟ ବୃଦ୍ଧି ପାଇଛି । ତେବେ ଏହି ମୂଲ୍ୟ ଆଜିଠୁ ଏହି ମୁଲ୍ୟ ଲାଗୁ କରାଯିବା ନେଇ ସୂଚନା ଦିଆଯାଇଛି ।

ସୂଚନା ଅଦୁସାରେ, ଏପଅିଲ ୧ ତାରିଖରୁ ଗୁଜୁରାଟରେ ଅମୁଲ କ୍ଷୀରର ଦାମ୍ ୨ ଟଙ୍କା ଲେଖାଏଁ ବୃଦ୍ଧି ହୋଇଛି । ଏହି ଦରବୃଦ୍ଧି ପରେ ଅମୁଲ ଗୋଲ୍ଡର ମୂଲ୍ୟ ୬୪ ଟଙ୍କାରେ ପହଞ୍ଚିଥିବା ବେଳେ ଅମୁଲ ଶକ୍ତି ୫୮ ଏବଂ ଅମୁଲ ତାଜା ଲିଟର ପିଛା ୫୨ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ବର୍ତ୍ତମାନ ୫୦୦ ମି.ଲି ପାକେଟକୁ ୩୪ ଟଙ୍କା ମୂଲ୍ୟରେ ବିକ୍ରି ହେବ । ତେବେ ଗତ ୬ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ କ୍ଷୀରର ଦାମ୍ ବୃଦ୍ଧି କରିଛି ଅମୁଲ । ତେବେ ଗୁଜୁରାଟ ପୂର୍ବରୁ ସାରା ଦେଶରେ କ୍ଷୀରର ଦାମ୍ ୨ ଟଙ୍କା ଲେଖାଏଁ ବୃଦ୍ଧି ହୋଇଥିଲା । ତେବେ ବର୍ତ୍ତମାନ ପଶୁପାଳକଙ୍କୁ ୮୦୦ ଟଙ୍କାରୁ ୮୨୦ ଟଙ୍କାକୁ ବୃଦ୍ଧି ହୋଇଛି । ଏହା ସହିତ ଦୁଗ୍ଧ ଭରିବା ପାଇଁ ନିୟୋଜିତ ସଦସ୍ୟମାନଙ୍କୁ ଦୁର୍ଘଟଣା ବୀମା ଦିଆଯିବା ନେଇ ଘୋଷଣା କରାଯାଇଛି ।

ଗୁଜୁରାଟରେ କ୍ଷୀରର ମୂଲ୍ୟ ବୃଦ୍ଧି କରିବା ପରେ ଅମୁଲ କମ୍ପାନୀ ତରଫରୁ ବୟାନ ଜାରି କରାଯାଇଛି । ସେ କହିଛନ୍ତି ଯେ, ଗତ କିଛି ମାସରେ କ୍ଷୀର ଉତ୍ପାଦନ ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଛି । ଗତ କିଛି ମାସରେ ପଶୁଙ୍କ ଚାରାର ମୂଲ୍ୟ ମଧ୍ୟ ୧୩-୧୪ ପ୍ରତିଶତ ବୃଦ୍ଧି ହୋଇଛି । ତେଣୁ କ୍ଷୀରର ମୂଲ୍ୟ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛି ଅମୁଲ କମ୍ପାନୀ ।

Get real time updates directly on you device, subscribe now.