ଟ୍ରେନରେ ଝଗଡ଼ା: ୩ ଯାତ୍ରୀଙ୍କୁ ପୋଡି ମାରିଦେଲା ଦୁବୃର୍ତ୍ତ

କୋଝିକୋଡ: କେରଳର କୋଝିକୋଡରେ ରବିବାର ଦିନ ଏକ୍ସପ୍ରେସ ଟ୍ରେନରେ ଚଢ଼ିବାକୁ ନେଇ ହୋଇଥିବା ଝଗଡାରେ ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ନିଆଁ ଲଗାଇବା ପରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆଉ ୯ ଜଣ ପୋଡ଼ି ହୋଇ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । କୋଝିକୋଡ ଲୋଥୁର ଷ୍ଟେସନ ପାଖ ଟ୍ରାକରୁ ୩ ମୃତଦେହ ଉଦ୍ଧାର ହୋଇଛି । ଅଲପୁଝା-କନୌର ଏକ୍ସପ୍ରେସରେ କାଲି ରାତିରେ ଏହି ଉନ୍ମତ୍ତକାଣ୍ଡ ଘଟିଥିଲା । ବର୍ତ୍ତମାନ ସୁଦ୍ଧା ଦୁବୃର୍ତ୍ତକୁ ଚିହ୍ନଟ କରାଯାଇନଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ସୂଚନା ମିଳିଛି କି, ଅଲପୁଝା-କନୌର ଏକ୍ଜିକ୍ୟୁଟିଭ୍ ଏକ୍ସପ୍ରେସର ଯାତ୍ରୀମାନେ ଜରୁରୀକାଳୀନ ଚେନ୍ ଟାଣିଥିଲେ, ଯାହା ପରେ ଟ୍ରେନ୍ ଧୀର ହେବାରୁ ଉକ୍ତ ବ୍ୟକ୍ତି ପଳାଇ ଯାଇଥିଲେ । ଅଭିଯୁକ୍ତର ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ ।

ତେବେ ରାତି ପ୍ରାୟ ୯.୪୫ ସମୟରେ ଟ୍ରେନ୍ କୋଝିିକୋଡ ଟାଉନ୍ ପାର ହେବା ପରେ କୋରାପୁଜା ରେଳ ବ୍ରିଜରେ ପହଞ୍ଚିଥିଲା । କେରଳର କୋଝିକୋଡ ଜିଲ୍ଲାର ଏଲାଥୁର ନିକଟରେ ଜଣେ ଅଜ୍ଞାତ ବ୍ୟକ୍ତି ଯାତ୍ରୀଙ୍କ ଉପରେ ପେଟ୍ରୋଲ ଛିଞ୍ଚି ଚଳନ୍ତା ଟ୍ରେନରେ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣା ଘଟିଥିବା ରେଳ ଟ୍ରାକ୍ ନିକଟରେ ଏକ ଶିଶୁ ସମେତ ତିନି ଜଣଙ୍କ ମୃତଦେହ ମିଳିଛି । ପୋଲିସର ତଦନ୍ତ ଚାଲିଛି । ଫୋରେନସିକ୍ ବିଶେଷଜ୍ଞମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।