fbpx

ପାଇଲଟଙ୍କ ସିଟରେ ଲୁଚିଥିଲା ଭୟାନକ ବିଷାକ୍ତ କୋବ୍ରା ; ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଲା ଯାତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ : ବେଳେବେଳେ ଆମ ସହିତ ଏହିପରି ଘଟଣା ଘଟେ, ଯାହା ଅତ୍ୟନ୍ତ ଭୟଙ୍କର ଏବଂ ଯାହା ବିଷୟରେ ଆମେ କଳ୍ପନା ମଧ୍ୟ କରିନଥାଉ । ଦକ୍ଷିଣ ଆଫ୍ରିକାର ଜଣେ ପାଇଲଟଙ୍କ ସହ ସମାନ ଘଟଣା ଘଟିଛି। ଯେତେବେଳେ ଦକ୍ଷିଣ ଆଫ୍ରିକାର ପାଇଲଟ୍ ରୁଦ୍ରଲ୍ଫ ଏରାସମସ୍ ୧୧ ହଜାର ଫୁଟ ଉଚ୍ଚରେ ଉଡୁଥିଲେ, ସେତେବେଳେ ସେ ତାଙ୍କ ପିଠିରେ ଥଣ୍ଡା ଅନୁଭବ କରିଥିଲେ । ସାଙ୍ଗେସାଙ୍ଗେ ସିଟ୍ ଛାଡି ଦେଖିଲା ବେଳକୁ ଏକ ବଡ଼ ବିଷାକ୍ତ ସାପ ସିଟ୍ ତଳେ ପାଞ୍ଚ ଫୁଟ ଲମ୍ବ କୋବ୍ରା ଗୁଡାଇ ହୋଇଛି । ଏପରି ବିପଜ୍ଜନକ ମୁହୂର୍ତ୍ତରେ ସେ ଭୟଭୀତ ହୋଇଥିଲେ ହେଁ ସେ ଚେତାଇ ନଥିଲେ । ସୁରକ୍ଷିତ ଭାବରେ ବିମାନକୁ ଜରୁରୀକାଳୀନ ଅବତରଣ କରାଇଥିଲେ । ଯାହାକୁ ସମେସ୍ତ ପ୍ରଶଂସା କରୁଛନ୍ତି।

ପାଇଲଟ୍ ଏରାସମସ୍ କହିଛନ୍ତି ଯେ ଏହା ଅତ୍ୟନ୍ତ ଭୟାନକ ଥିଲା । କିଛି ସମୟ ପାଇଁ ସେ ଆଶ୍ଚର‌୍ୟ୍ୟ ହୋଇଗଲେ ଏବଂ କ’ଣ ଘଟୁଛି ବୁଝିପାରିଲେ ନାହିଁ ଜ୍ଝ ବିମାନରେ ଅନ୍ୟ ଯାତ୍ରୀ ଥିବାରୁ ମୋର ନୀରବତା ଛଡା ଆଉ କିଛି ନଥିଲା। ମୁଁ ଅନୁଭବ କଲି ଯେ ଯାତ୍ରୀମାନଙ୍କୁ ଏହି କଥା କହିବା ଉଚିତ୍ ନୁହେଁ, କାରଣ ମୁଁ ସେମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବାକୁ ଚାହୁଁନଥିଲି ଜ୍ଝ କିନ୍ତୁ ବୋଧହୁଏ କିଛି ସମୟରେ ସେମାନେ କ’ଣ ଘଟୁଥିବାର ଜାଣିଥାନ୍ତେ ଜ୍ଝ ତା’ପରେ ସେ ଦେଖିଲେ ଯେ କୋବ୍ରା ତାଙ୍କ ଆସନ ତଳେ ଆସିଛି, ତଥାପି ସେ ଏହି ଆତଙ୍କ ମଧ୍ୟରେ ମଧ୍ୟ ବିମାନର ସନ୍ତୁଳନ ବଜାୟ ରଖିଥିଲେ । ପରେ ନକଟସ୍ଥ ଏୟାରପୋର୍ଟ ସହ ଯୋଗାଯୋଗ କରି ଜରୁରୀକାଳୀନ ଅବତର କରାଇଥିଲେ ।

Get real time updates directly on you device, subscribe now.