fbpx

ଓଡ଼ିଶା ସରକାର ନିଯୁକ୍ତି: SC ଓ ST ବିଭାଗର ବିଭିନ୍ନ ସଂସ୍ଥାରେ ଦିଆଯିବ ନିଯୁକ୍ତି

ଚାକିରି ଖୋଜୁଥିବା ସମସ୍ତ ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ସରକାରଙ୍କ ତରଫରୁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ଶିକ୍ଷକତା କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ ଭଲ ସୁଯୋଗ ଆଣିଦେଇଛି । ପ୍ରାର୍ଥୀଙ୍କ ପାଇଁ ବଢ଼ିଆ ଦରମା ମଧ୍ୟ ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଇଚ୍ଛୁକ ପ୍ରାର୍ଥୀମାନେ ଆବଶ୍ୟକ ଡକ୍ୟୁମେଣ୍ଟ ସହିତ ଆସନ୍ତା ୨୦ ତାରିଖ ସୁଦ୍ଧା ସେମାନଙ୍କର ଆବେଦନ ପଠାଇ ପାରିବେ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ, ଯୁକ୍ତ ଦୁଇ, ବି.ଏ, ବି.ଏସସି, ବି.ଏଡ ଆଦି ରହିଥିବା ଜରୁରୀ । ଜୁଲାଇ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବାଧିକ ବୟସସୀମା ୬୨ ବର୍ଷ ରହିଥିବା ଆବଶ୍ୟକ । ପ୍ରାର୍ଥୀମାନେ ‘ଜିଲ୍ଲା କଲ୍ୟାଣ ଅଧିକାରୀ, ନବରଙ୍ଗପୁର ଠିକଣାରେ କେବଳ ସ୍ପିଡ ପୋଷ୍ଟ / ରେଜିଷ୍ଟର୍ଡ ପୋଷ୍ଟ ମାଧ୍ୟମରେ ସେମାନଙ୍କର ଆବେଦନ ପତ୍ର ପଠାଇ ପାରିବେ । କୋରିଅର ସେବା / ବାଏ ହାଣ୍ଡ ମାଧ୍ୟମରେ ଆବେଦନ ପତ୍ର ଗ୍ରହଣ କରାଯିବ ନାହିଁ ।

ନୋଟିଫିକେସନ ଲିଙ୍କ: https://cdn.s3waas.gov.in/s3605ff764c617d3cd28dbbdd72be8f9a2/uploads/2023/04/2023040341.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://nabarangpur.nic.in/

Get real time updates directly on you device, subscribe now.