fbpx

(video) ବୋଟ ଉପରେ ମଣିଷ ଓ କୁମ୍ଭୀର ମଧ୍ୟରେ ଲଢେଇ, ଦେଖନ୍ତୁ କିଏ ଜିତିଲା ଓ କିଏ ହାରିଲା…?

ନୂଆଦିଲ୍ଲୀ : କୁମ୍ଭୀରକୁ ଜଳର ‘ଶୟତାନ’ ବୋଲି କୁହାଯାଏ । କେଉଁଠି ଜଳରେ ଲୁଚିକି ଥିବ ଏବଂ କେତେବେଳେ କାହାକୁ ମାଡି ବସିବ ତାହାଳ ଜାଣିବା ମୁସ୍କିଲ । ମଣିଷ ତ ମଣିଷ, ପଶୁମାନେ ବି ଡରନ୍ତି କୁମ୍ଭୀରକୁ । ଥରେ ଭାବନ୍ତୁ ତ, ଆପଣ ବୋଟରେ ଯାଉଥିବେ ଆଉ ସେହି ସମୟରେ ଏକ କୁମ୍ଭୀର ବୋଟ ଉପରକୁ ଡିଆଁ ମାରିବ କ’ଣ କରିବେ ..?

ସମ୍ପ୍ରତି ସେଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କେବଳ ଗୋଟିଏ କୁମ୍ଭୀର ବୋଟରେ ଲୋକଙ୍କୁ ଡରାଇ ରଖିଛି । ଭିଡିଓରେ ଏକ ବିପଜ୍ଜନକ କୁମ୍ଭୀର ହଠାତ୍ ଏକ ଡଙ୍ଗା ଉପରକୁ ଡିଆଁ ମାରିଥିଲା । ସେଥିରେ କିଛି ଲୋକ ମଧ୍ୟ ଥିଲେ। ଉଭୟଙ୍କ ମଧ୍ୟରେ ଏକ ପ୍ରକାର ଯୁଦ୍ଧ ମଧ୍ର ହୋଇଥିଲା । ଏହି ଦୃଶ୍ୟ ଦେଖିବାକୁ ବେଶ୍ ଚିତ୍ତାକର୍ଷକ ଥିଲା କିନ୍ତୁ ତା’ଠାରୁ ଅଧିକ ଭୟଙ୍କର ମଧ୍ୟ ଥିଲା ।
ଡଙ୍ଗାରୁ କୁମ୍ଭୀରଟିକୁ ବାହାର କରିବା ପାଇଁ ଲୋକମାନେ ଅନେକ କୌଶଳ କରିଥିଲେ । କୁମ୍ଭୀରଟି ଏକଦମ୍ ଆକ୍ରମଣତ୍ମକ ଢଙ୍ଗରେ ଥିଲା । ଶେଷରେ ତାକୁ ଡଙ୍ଗାରୁ ବାହାର କରିବାରେ ଲୋକମାନେ ସଫଳ ହେଲେ । ଶେଷରେ କୁମ୍ଭୀରଟିକୁ ପାଣିକୁ ଠେଲଇ ଦିଆଗଲା ।

ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ସେୟାର ହୋଇଛି । ହ୍ୟୁମାନ ଆରେମେଟାଲ ନାମକ ଏକ ଆକାଉଣ୍ଟ ସହିତ ସେୟାର କରାଯାଇଛି । ମାତ୍ର ୧୩ ସେକେଣ୍ଡର ଏହି ଭିଡିଓରେ ଏପର‌୍ୟ୍ୟନ୍ତ ୩.୫ ମିଲିୟନ୍ ଭ୍ୟୁ ଥିବା ବେଳେ ୫୦ ହଜାରରୁ ଅଧିକ ଲୋକ ଲାଇକ୍ କରିଛନ୍ତି । ଭିଡିଓ ଦେଖିଥିବା ଉପଭୋକ୍ତାମାନେ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

Get real time updates directly on you device, subscribe now.