fbpx

ଶ୍ରଦ୍ଧା ହତ୍ୟାକାଣ୍ଡ! କୋର୍ଟ ତରଫରୁ ନ୍ୟୁଜ ଚାନେଲକୁ ନୋଟିସ: ସମ୍ପନ୍ଧିତ ପ୍ରସାରଣ ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାକୁ ନେଇ ଏକ ନ୍ୟୁଜ ଚାନେଲ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଦିଲ୍ଲୀ କୋର୍ଟ । ଅଭିଯୋଗ ସମ୍ବନ୍ଧୀୟ କୌଣସି ବି ସାମଗ୍ରୀକୁ ପ୍ରସାରଣ କରିବା ଉପରେ ଅଦାଲତ ରୋକ ଲଗାଇଛନ୍ତି । ଅତିରିକ୍ତ ସେସନ ଜଜ୍ ରାକେଶ କୁମାର ସିଂଙ୍କ ‘ଲିଙ୍କ କୋର୍ଟ’ ଦୁଇଟି ମିଡିଆ ଚାନେଲ ଉପରେ ଶ୍ରଦ୍ଧା ହତ୍ୟାକାଣ୍ଡର କୌଣସି ବିଷୟବସ୍ତୁକୁ ଟେଲିକାଷ୍ଟ କରିବା ପାଇଁ ମନା କରିଥିବା ଜଣାଯାଇଛି । ଏ ନେଇ ଦିଲ୍ଲୀ ପୋଲିସର ଏକ ଆବେଦନ ଉପରେ ଶୁଣାଣି କରିଛନ୍ତି ମାନ୍ୟବର କେର୍ଟ ।

ବିଚାରପତି କହିଛନ୍ତି ଯେ, ଏହି ନିର୍ଦ୍ଦେଶ ଯଥାଶୀଘ୍ର ପାରିତ ନହେଲେ, ଆବେଦନ ଭିତ୍ତିହୀନ ହୋଇପାରେ । ତେଣୁ ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ଚାନେଲ ଅଭିଯୋଗ ସମ୍ବନ୍ଧୀୟ କୌଣସି ବିଷୟବସ୍ତୁକୁ ବ୍ୟବହାର କରିପାରିବ ନାହିଁ । ଭାରତୀୟ ସମ୍ବଧାନର ଧାରା-୨୧ କୌଣସି ବ୍ୟକ୍ତିଙ୍କ ଜୀବନ ଏବଂ ସ୍ୱାଧୀନତା ରକ୍ଷା କରିବା ସହିତ ମାନସିକ ସ୍ଥତିର ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦେଇଥାଏ । ତେଣୁ କୌଣସି ହତ୍ୟା ମାମଲା ସମ୍ବନ୍ଧୀୟ ସମ୍ବେଦନଶୀଳ ତଥ୍ୟର ପ୍ରସାର ପୀଡିତାଙ୍କ ପରିବାର ଏବଂ ଅଭିଯୁକ୍ତ ଉପରେ ମାନସିକ ପ୍ରଭାବ ପକାଇବ ବୋଲି କହିଛନ୍ତି ଅଦାଲତ । ଏହି ନ୍ୟୁଜ ଚାନେଲ ନାର୍କୋ ବିଶ୍ଳେଷଣର କିଛି ତଥ୍ୟ ପ୍ରସାରଣ କରୁଥିବା ନେଇ ଶୁଣାଣି ହେଉଥିଲା । ତେବେ ଓକିଲକଙ୍କ ପକ୍ଷରୁ ଏ ନେଇ ବିରୋଧ ଦେକିବାକୁ ମିଳିଥିଲା । ନ୍ୟୁଜ ଚାନେଲମାନଙ୍କର ଏପରି କାରନାମା ଯୋଗୁଁ ମାମଲା କ୍ଷତିଗ୍ରସ୍ତ ହେବା ସହିତ ଅଭିଯୁକ୍ତ ତଥା ପୀଡିତାଙ୍କ ପରିବାରକୁ ପ୍ରଭାବିତ କରିବ ପୋଲି ସେମାନେ ଦାବି କରିଥିଲେ ।

ତେବେ ଏହି ମାମଲାର ବିସ୍ତୃତ ଆଲୋଚନା ହେବା ଆବଶ୍ୟକ ବୋଲି ହୃଦୟଙ୍ଗମ କରିଥିଲେ ମାନ୍ୟବର ଅଦାଲତ । ତେଣୁ ସେହି ସମୟ ପଯ୍ୟନ୍ତ ଚାନେଲଗୁଡିକୁ ଏହି ମାମଲାର ଏଫଆଇଆର ସମ୍ବନ୍ଧୀୟ କୌଣସି ବିଷୟବସ୍ତୁକୁ ପ୍ରସାରଣ ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୭ ତାରିଖରେ କରାଯିବ ।

Get real time updates directly on you device, subscribe now.