କେରଳ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଂସଦର ସଦସ୍ୟତା ହରାଇବା ପରେ ପ୍ରଥମ ଥର ପାଇଁ ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ୱାୟନାଡ (କେରଳ) ପରିଦର୍ଶନ କରିବେ। ଏହି ସମୟରେ ସେ ଏକ ସମାବେଶକୁ ସମ୍ବୋଧିତ କରିବେ। ଏହା ସହିତ, ସେ କହିଛନ୍ତି ଆମେ ରୋଡ୍ ଶୋ ମାଧ୍ୟମରେ ଆମର ଶକ୍ତି ଦେଖାଇବାକୁ ଚେଷ୍ଟା କରିବୁ। ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ନିଜେ ୱାୟନାଡ ଆସନରୁ ଜିତି ସଂସଦରେ ପହଞ୍ଚିଥିଲେ। ବଦନାମ ମାମଲାରେ ତାଙ୍କ ସଂସଦର ସଦସ୍ୟତା ରଦ୍ଧ ପାଇଁ ଖୁବ ଶୀଘ୍ର ୱାୟନାଡ ଆସନରେ ଉପ-ନିର୍ବାଚନ ହୋଇପାରେ।
ଗୁଜୁରାଟର ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ମୋଦୀ ଉପନାମ ବିବାଦକୁ ନେଇ ତାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଲୋକ ପ୍ରତିନିଧୀ ଅଧିନିୟମ ଅନୁଯାୟୀ, ସେ ସଂସଦର ସଦସ୍ୟତା ହରାଇଲେ। ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ୱାୟନାଡ ଆସନରେ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ଅକ୍ଷୁର୍ଣ୍ଣ ରହିଛି।
ଦେଖାଯାଉଛି ଯେ, ଏଭଳି ପରିସ୍ଥିତିରେ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବା ପରେ ମଧ୍ୟ ଯଦି ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ତେବେ ଏହା ସମ୍ଭବ ଯେ, ସେ କେବଳ ୱାୟନାଡ ଆସନରୁ ନିଜ ଭାଗ୍ୟ ପରୀକ୍ଷା କରିପାରିବେ।