fbpx

(Video) ଭୁବନେଶ୍ୱରକୁ କେବେ ଆସିଲା ଉଡ଼ାଯାହାଜ? ଜନ୍ମ ଦିବସରେ ଜାଣନ୍ତୁ ରାଜଧାନୀର ଇତିହାସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ରହିଛି ବିଜୁ ପଟନାୟକ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ । ବିଭିନ୍ନ ଦେଶକୁ ଏହିଠାରୁ ସିଧା ବିମାନ ଉଡ଼ାଣ ଭରିଥାଏ । ଯୁଦ୍ଧ ବିମାନ ଠାରୁ ଆରମ୍ଭ କରି ବାଣିଜ୍ୟ ଏବଂ ଯାତ୍ରୀବାହୀ ବିମାନ ମଧ୍ୟ ଏହି ଠାରୁ ଉଡ଼ାଣ ଭରନ୍ତି । ଓଡ଼ିଶାର ଏ ହେଉଛି ମୁଖ୍ୟ ବିମାନବନ୍ଦର । କିନ୍ତୁ ଆପଣମାନେ କ’ଣ ଯାଣିଛନ୍ତି କି ଏହି ବିମାନବନ୍ଦର ରାଜଧାନୀରେ କେବେ ଏବଂ କାହିଁକି ନିର୍ମାଣ କରାଯାଇଥିଲା?

BIJU PATNAIK INTERNATIONAL AIRPORT, BHUBANESWAR || BHUBANESWAR AIRPORT - YouTube

ସୂଚନା ଅନୁସାରେ, ୧୯୪୧ରୁ ୧୯୪୨ ମସିହାରେ ଗଢି ଉଠିଥିଲା ଏହି ଐତିହାସିକ ବିମାନବନ୍ଦର । ସେ ସମୟରେ ରାଜଧାନୀର ଅଧାରୁ ଅଦିକ ଅଞ୍ଚଳ ଘଞ୍ଚ ଜଙ୍ଗଲରେ ଘେରି ରହିଥିଲା । ବାଘ ଭାଲୁ ଇତ୍ୟାଦି ଜଙ୍ଗଲୀ ପଶୁ ବଣରୁ ବାହାରି ରାଜଧାନୀର ରାଜରାସ୍ତାରେ ଚଲାବୁଲା କରୁଥିଲେ । ସେପଟେ ଆରମ୍ଭ ହୋଇସାରିଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ । ଭାରତ ସ୍ୱାଧୀନତା ହାସଲ କରିନଥିଲେ ବି ଭାରତର ସୈନ୍ୟ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସାମିଲ ହୋଇଥିଲେ । ତେଣୁ ସୈନ୍ୟମାନଙ୍କ ଯାତାୟତ ପାଇଁ ଭୁବନେଶ୍ୱରରେ ଏକ ବିମାନବନ୍ଦରର ଆବଶ୍ୟକତା ପଡ଼ିଥିଲା । ବିମାନବନ୍ଦର ପାଇଁ ମଞ୍ଜୁରୀ ମିଳିବା ପରେ ବହୁତ ଖୋଜାଖୋଜି ହେଉଥିବା ବେଳେ ଏହି ସ୍ଥାନକୁ ବଛା ଯାଇଥିଲା । ଲିଙ୍ଗରାଜ ମନ୍ଦିର ପଶ୍ଚିମପଟ ରେଳ ଲାଇନଠାରୁ ଅଳ୍ପ ଦୂରରେ ଥିବା ବିରାଟ ଜଙ୍ଗଲକୁ କାଟି ବିମାନବନ୍ଦର ପ୍ରସ୍ତୁତ କରିବା ପାଇଁ ଚିହ୍ନଟ କରାଯାଇଥିଲା ।

Biju Patnaik International Airport VEBS

ତେବେ ଜମି ଚିହ୍ନଟ ହେବା ପରେ ଯୁଦ୍ଧାକାଳୀନ ଭିତ୍ତିରେ ଏରୋଡ୍ରମ ପଡ଼ିଆର କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ ଭୀମପୁର ମୌଜାରେ ଏରୋଡ୍ରମର ତିଆରି ଆରମ୍ଭ ହୋଇଥିବା ବେଳେ ନିରୀକ୍ଷଣ କରିବା ପାଇଁ ଏରୋଡ୍ରମ ଅଫିସ ନିର୍ମାଣ କରାଯାଇଥିଲା । ତେବେ ସେତେବେଳେ ଇଂରେଜ ମାନଙ୍କ ଆଡ୍ଡା ଯୋଗୁଁ କଲିକତା ବହୁତ ଉନ୍ନତ ଥିଲା । ସେଥିପାଇଁ କଲିକତାରୁ ସକିଛି ଇଞ୍ଜିନିୟର , ଅଫିସର ଏବଂ କିରାଣୀ ପଦରେ ନିଯୁକ୍ତି ହୋଇ ବହୁ ବଡ଼ ବଡ଼ ବଙ୍ଗାଳୀ ବାବୁମାନେ ରାଜଧାନୀକୁ ଆସିଥିଲେ । କେବଳ ବଙ୍ଗାଳୀ ଠିକାଦାର ମାନେ ଏରୋଡ୍ରମ ନିର୍ମାଣରେ କାମ ନେଇଥିଲେ । ଭୁବନେଶ୍ୱରରେ ଏ କ୍ଲାସ କଣ୍ଟ୍ରାକ୍ଟର ଥାଇ ମଧ୍ୟ ତାଙ୍କୁ କାମ ମିଳୁନଥିଲା । ଓଡ଼ିଆ ମାନେ ସେମାନଙ୍କ ପାଖରେ ରହି ପେଟି କଣ୍ଟ୍ରାକ୍ଟର ଭାବେ କାମ କରୁଥିଲେ । ସେତେବେଳେ ଖୋର୍ଦ୍ଧା ପାଖ ଆର୍ତ୍ତବନ୍ଧୁ ବ୍ରହ୍ମାଙ୍କ ପୁଅ ଦିବ୍ୟସିଂହ ଜଣେ ଏ କ୍ଲାସ କଣ୍ଟ୍ରାକ୍ଟର ଥିଲେ । ଅନେକ ଚେଷ୍ଟା କଲେ ମଧ୍ୟ ଏରୋଡ୍ରମ କାମକୁ ପାଉ ନଥିଲେ । କିନ୍ତୁ ଆର୍ତ୍ତବନ୍ଧୁ ବ୍ରହ୍ମା ବଙ୍ଗାଳି ବାବୁଙ୍କ ବିଷୟରେ ପଣ୍ଡିତ ନୀଳକଣ୍ଠ ଦାସଙ୍କୁ କହିବାରୁ ଏରୋଡ୍ରମ କାମ ପାଇଥିଲେ ଦିବ୍ୟସିଂହ ।

ଖାଲି ସେତିକି ନୁହେଁ ସେଠାରେ ଯେଉଁ ଓଡ଼ିଆ ପେଟି କଣ୍ଟ୍ରାକ୍ଟର ମାନେ କାମ କରୁଥିଲେ ସେମାନଙ୍କୁ ଦେୟ ଦେଉନଥିଲେ ବଙ୍ଗାଳୀ ବାବୁମାନେ । ତା ସହ ଗାଳିଗୁଲଜ ଦେବା ସହ ଖରାପ ବ୍ୟବହାର କରୁଥିଲେ । ଯେଉଁଥିପାଇଁ ଭୁବନେଶ୍ୱର ସୁନ୍ଦରପଦା ଜାଗମରାର ବିଶିଷ୍ଟ ବ୍ୟକ୍ତିମାନେ ଯାଇ ଏରୋଡ୍ରମ ଅଫିସର ମାନଙ୍କୁ ଦେଖାକରି ଓଡ଼ିଆଙ୍କ ପ୍ରତି ଚକ୍ରାନ୍ତ କଥା କହିଥିଲେ । ଯାହାପରେ ଓଡ଼ିଆଙ୍କୁ ଉପଯୁକ୍ତି ସମ୍ମାନ ମିଳିଥିଲା । ଯଦି ଦେଖିବା ଏରୋଡ୍ରମ ନିର୍ମାଣରେ ଓଡ଼ିଆଙ୍କର ବହୁ ଅବଦାନ ରହିଛି । ଯାହାପରେ ପୁରା ନିର୍ମାଣ ହୋଇଥିଲା । ହେଲେ ସେତେବେଳେ କେବେଳ ଯୁଦ୍ଧ ପାଇଁ ବ୍ୟବହାର ହେଉଥିଲା ଏହି ବିମାନ ବନ୍ଦର । କିନ୍ତୁ ୧୯୬୨ ମସିହାରେ ଏହା ଲୋମାନଙ୍କ ପାଇଁ ବ୍ୟବହାର ହେଲା । ୧୯୬୨ରୁ ହିଁ ଏଠାରୁ ଯାତ୍ରୀବାହି ବିମାନ ଉଡ଼ାଣ ଭରିଥିଲା ।

Get real time updates directly on you device, subscribe now.