fbpx

ପ୍ରାଇଭେଟ ପାର୍ଟକୁ ଚୋବାଇ ଦେଲା ପିଟବୁଲ: ରାଗରେ ହତ୍ୟା କରିଦେଲେ ଗ୍ରାମବାସୀ

ନୂଆଦିଲ୍ଲୀ: କୁକୁରମାନଙ୍କ ଭିତରେ ପିଟବୁଲ କୁକୁର ଏକ ଭୟଙ୍କର ପ୍ରଜାତିର ହୋଇଥାଏ । ଏମାନେ ସ୍ୱଭାବରେ ଖୁବ ରାଗୀ ଏବଂ ହିଂସ୍ର ହୋଇଥାନ୍ତି । ଏବେ ଏହି ପିଟବୁଲ କୁକୁରକୁ ନେଇ ଏକ ଅଦ୍ଭୁତ ଘଟଣା ସାମନାକୁ ଆସିଛି । ଏହି ପିଟବୁଲ କୁକୁର ଜଣେ ଯୁବକଙ୍କ ଉପରେ ଜୋରଦାର ଆକ୍ରମଣ କରିଛି । ଏହାସହିତ ଯୁବକଙ୍କ ପ୍ରାଇଭେଟ ପାର୍ଟକୁ କାମୁଡି ଚୋବାଇ ଦେଇଥିବା ଜାଣିବାକୁ ମିଳିଛି । ଫଳରେ ଯୁବକ ଜଣକଙ୍କ ଜୀବନ ବିପଦରେ ପଡି ଯାଇଛି । ଏହି ଘଟଣା ପରେ ପିଟବୁଲ କୁକୁରକୁ ନେଇ ଆତଙ୍କ ଖେଳିଯାଇଛି ।

ସୂଚନା ଅନୁସାରେ, ହରିୟାଣାର କର୍ଣ୍ଣନାଲ ସହରରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିଜନା ଗ୍ରାମର ବାସିନ୍ଦା କରନ୍ ନିଜ କ୍ଷେତରେ କାମ କରୁଥିଲେ । ଏହି ସମୟରେ ତାଙ୍କ ଜିନିଷ ତଳେ ବସି ରହିଥିଲା ଗୋଟିଏ ପିଟବୁଲ କୁକୁର । ତେବେ କରନ୍ ଯେବେ ମେସିନ ପାଖକୁ ଯାଇଥିଲେ, କୁକୁରଟି ହଠାତ ତାଙ୍କ ଉପରକୁ ଆକ୍ରମଣ କରିଥିଲା । ଫଳରେ କୁକୁର ମୁହଁରେ ଫସି ଯାଇଥିଲା କରନଙ୍କ ପ୍ରାଇଭେଟ । ତେବେ ସେ କୁକୁରକୁ ଛଡାଇବା ପାଇଁ ବାରମ୍ବାର ଚେଷ୍ଟା କରିବା ପରେ ମଧ୍ୟ କୁକୁର ଛାଡି ନଥିଲା କରନଙ୍କୁ । ଏହାପରେ ସେ କିଛି କପଡା କୁକୁର ମୁହଁରେ ପୁରାଇ ଦେଇ ନିଜ ଜୀବନ ବଞ୍ଚାଇଛନ୍ତି । ତେବେ ଏହି ଆକ୍ରମଣରେ କରନ୍ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଅନ୍ୟ ପକ୍ଷରେ ପିଟବୁଲ କୁକୁରର ଆକ୍ରମଣରେ ଗତ ସପ୍ତାହେ ଧରି ସାରା ଗାଁରେ ଆତଙ୍କ ଖେଳିଯାଇଛି । ଏହାପୂର୍ବରୁ ମଧ୍ୟ କୁକୁର ଅନେକ ଆକ୍ରମଣ କରିଛି, ତେଣୁ ଏଠାକାର ଲୋକମାନେ ସାହସ ବାନ୍ଧି କୁକୁରକୁ ପିଟି ପିଟି ମାରି ଦେଇଛନ୍ତି । ତେବେ ଏହି ମାମଲା ବର୍ତ୍ତମାନ ପୋଲିସ ପାଖରେ ପହଞ୍ଚିବା ପରେ କରନ ଏବଂ ପରିବାର ଲୋକଙ୍କ ବୟାନ ରେକର୍ଡ କରାଯାଇଛି । ଏହାବ୍ୟତୀତ ଏହି ପିଟବୁଲ କୁକୁରର ମାଲିକକୁ ମଧ୍ୟ ଖୋଜିବା ଆରମ୍ଭ କରିଛି ପୋଲିସ ।

Get real time updates directly on you device, subscribe now.