fbpx

ଆଜି ହିଁ ବଦଳାନ୍ତୁ କମ୍ ପାଣି ପିଇବାର ଅଭ୍ୟାସ, ନଚେତ୍ ଦେଖାଦେବ ଏହିସବୁ ସ୍ୱାସ୍ଥ୍ୟ ସମସ୍ୟା

ଶରୀରକୁ ହାଇଡ୍ରେଟ୍ ରଖିବା ଅତ୍ୟନ୍ତ ଜରୁରୀ। କିନ୍ତୁ କମ୍ ପାଣି ପିଇବା କାରଣରୁ ଲୋକମାନେ ଡିହାଇଡ୍ରେସନ୍ ସମସ୍ୟାର ଶିକାର ହୁଅନ୍ତି। ବିଶେଷଜ୍ଞଙ୍କ କହିବା ମୁତାବକ ପାଣି ପିଇବା ଦ୍ୱାରା ଶରୀରକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ। ଏଭଳି ପରିସ୍ଥିତିରେ, ଏହି ଅସୁବିଧା ବିଷୟରେ ସଚେତନ ହେବା ଜରୁରୀ ଅଟେ। ଆଜି ଆମେ ଆପଣଙ୍କୁ କହିବୁ ଯେ କମ୍ ପାଣି ପିଇବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇପାରେ।

ବିଶେଷଜ୍ଞଙ୍କ ମତରେ ନିୟମିତ ଭାବେ ଆବଶ୍ୟକ ପରିମାଣର ପାଣି ପିଇଲେ କୌଣସି ଶାରୀରିକ ସମସ୍ୟା ଉପୁଜିନଥାଏ। ଉଷୁମ ପାଣି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହିତକାରୀ ।

ଦୈନିକ ୭-୮ ଗିଲାସ ପାଣି ନ ପିଇଲେ ଖୁବ ଥକା ଲାଗିଥାଏ। ରକ୍ତଚାପ ରୋଗୀମାନେ ପ୍ରତ୍ୟହ ସଦାବେଳେ ଉଷୁମ ପାଣି ପିଇ ଦିନର ଆରମ୍ଭ କରିବା ହିତକାରୀ।

ମୁଣ୍ଡବିନ୍ଧା, ମାନସିକ ଚାପ ଇତ୍ୟାଦି ସମସ୍ୟା ମଧ୍ୟ ପାଣିର ଅଭାବ କାରଣରୁ ଉପୁଜୁଥିବାର ବିଶେଷଜ୍ଞଙ୍କ ମତ। ପାଣି ଆବଶ୍ୟକ ପରିମାଣରେ ପିଇଲେ ଶରୀରରୁ ବିଷତତ୍ତ୍ୱ ସହଜରେ ବାହାରିଯାଏ। ନଚେତ ଏହା ଶରୀର ଭିତରେ ରହି ଅନ୍ୟାନ୍ୟ ରୋଗ ସୃଷ୍ଟି କରେ।

ପାଣିର ଅଭାବ ହେଲେ ଶରୀର ଡିହାଇଡ୍ରେସନ ହୋଇଯାଇଥାଏ । ପରୀକ୍ଷାରୁ ଜଣାପଡ଼ିଛି ଯେ ପର୍ୟ୍ୟାପ୍ତ ପରିମାଣରେ ପାଣି ନ ପିଇଲେ ହୃଦରୋଗର ଆଶଙ୍କା ମଧ୍ୟ ହୋଇଥାଏ।

ଯୁବତୀ ଓ ମହିଳାମାନେ ତ୍ୱଚାରେ ଚମକ ଆଣିବାକୁ ଚାହୁଁଥିଲେ ପ୍ରତ୍ୟହ ୪-୫ ଗ୍ଲାସ ଉଷୁମ ପାଣି ପିଇବା ଲାଭପ୍ରଦ।

ପାଣି ନ ପିଇଲେ ମହିଳାମାନେ ଶରୀରରେ କୋଲେଷ୍ଟ୍ରରଲ ସ୍ତର ବଢ଼ିବା ସହ ମେଦବହୁଳତା ରୋଗରେ ଆକ୍ରାନ୍ତ ହେବାର ଭୟ ରହିଛି।

Get real time updates directly on you device, subscribe now.