fbpx

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ କରୁଛି ହାଫିଜ ସୟିଦ: ଦୋଷୀ ସାବ୍ୟସ୍ତ କଲା ପାକିସ୍ତାନ

ଇସଲାମବାଦ,୧୧ ।୧୨: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ କରୁଛି ମୁମ୍ବାଇ ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦ । ଏହି ମାମଲାରେ ପାକିସ୍ତାନର ଲାହୋର ଆତଙ୍କବାଦୀ ନିରୋଧୀ କୋର୍ଟ ଆଜି ହାଫିଜକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୧୭ ଜୁଲାଇରେ ପଞ୍ଜାବ ପୋଲିସ ସିଟିଡି ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବିରୋଧରେ ସୟିଦ ବିରୋଧରେ ୨୩ଟି ଏଫଆଇଆର ରୁଜୁ କରିଛି । ଏହା ସହ ଜମାତ-ଇଦ-ଦାବାର ପ୍ରମୁଖକୁ ଗିରଫ କରିଛି ପୋଲିସ । ତାକୁ ଏବେ ଲଖପତ ଜେଲରେ କଏଦ କରି ରଖାଯାଇଛି । ତେବେ ଜାତିସଂଘ ଦ୍ୱାରା ବିଶ୍ୱ ଆତଙ୍କବାଦୀ ଭାବେ ଘୋଷିତ ହୋଇଥିଲା ହାଫିଜ ସୟିଦ ।

Get real time updates directly on you device, subscribe now.