fbpx

ସାମ୍ବାଦିକମାନଙ୍କ ପାଇଁ SOPs: ପ୍ରଧାନମନ୍ତ୍ରୀଙ୍କ ମୋଦୀଙ୍କ ତତ୍ତ୍ୱାବଧାନରେ ସାମ୍ବାଦିକମାନଙ୍କ ପାଇଁ ପ୍ରସ୍ତୁତ କରାଯିବ SOPs

ନୁଆଦିଲ୍ଲୀ: ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଏସ୍‌ଓପି ଅର୍ଥାତ୍ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର ପ୍ରସ୍ତୁତ କରାଯାଉଛି। ଖବର ସରବରାହ ସଂସ୍ଥା ପିଟିଆଇ ଏହି ସୂଚନା ଦେଇଛି। ଶନିବାର ଉତ୍ତରପ୍ରଦେଶ ପ୍ରୟାଗରାଜ ଜିଲ୍ଲାରେ ସାମ୍ବାଦିକ ମେଳରେ ତିନି ଯୁବକ ଆସି ଆସି ଗ୍ୟାଙ୍ଗଷ୍ଟାର୍ ଆତିଫ ଅହମ୍ମଦକୁ ଗୁଳି କରି ହତ୍ୟା କରିଥିଲେ। ଏହାକୁ ନଜରରେ ରଖି କେନ୍ଦ୍ର ଗୃହମନ୍ତ୍ରଳାୟ ଏବେ ଏହି ଏସ୍‌ଓପି ଆଣିବାକୁ ଯାଉଛନ୍ତି।

ସୁତ୍ରରୁ ମିଳିଥିବା ଖବର ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ତତ୍ତ୍ୱବଧାନରେ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ଏହି ଏସ୍‌ଓପି ପ୍ରସ୍ତୁତ କରାଯିବ । ଗ୍ୟାଙ୍ଗଷ୍ଟର ତଥା ରାଜନେତା ଅତିକ୍ ଅହମ୍ମଦ ଏବଂ ତା ଭାଇ ଆଶ୍ରାଫ ଅହମ୍ମଦଙ୍କୁ ତିନିଜଣ ଆକ୍ରମଣକାରୀ ପ୍ରୟାଗରାଜ ମେଡିକାଲ କଲେଜ ନିକଟରେ ଗଣମାଧ୍ୟମ କର୍ମୀ ଭାବରେ ହତ୍ୟା କରିଥିଲେ।

ଏହି ତିନି ଜଣ ପ୍ରି ପ୍ଲାନ କରି ରିପୋର୍ଟର ଭାବରେ ସେଠାରେ ଉପସ୍ଥିତି ଥିଲେ ସେହି ଦୁଇ ଭାଇଙ୍କ ପ୍ରତିକ୍ରିୟା ନେବା ପାଇଁ। ହେଲେ ମିଡିଆ ଆଗରେ ବାଇଟ୍ ଦେବା ଆରମ୍ଭ କରିବାରୁ ରିପୋର୍ଟର ବେଶରେ ଯାଇଥିବା ଏହି ତିନି ଅଭିଯୁକ୍ତ ଗ୍ୟାଙ୍ଗଷ୍ଟାର ଅତିକ୍ ଅହମଦ୍ ଓ ତା’ର ଭାଇ ଅସରଫକୁ ଆଖି ବୁଜା ଗୁଳି ମାଡ କରିଥିଲେ।

ଗୁଳିମାଡ କରିଥିବା ତିନି ଅଭିଯୁକ୍ତଙ୍କ ପାଖରୁ ନକଲି ରିପୋର୍ଟର ଆଇଡି , ମାଇକ୍ ଓ କ୍ୟାମେରା ଜବତ କରିଛି ପୋଲିସ୍। ଗଣମାଧ୍ୟମ ପରିଚୟର ଅପବ୍ୟବହାର ହେତୁ ବର୍ତ୍ତମାନ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଜାଗ ହୋଇ ଉଠିଛି। ବର୍ତ୍ତମାନ ସାମ୍ବାଦିକମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଏସଓପି ପ୍ରସ୍ତୁତ ଚାଲିଛି। ଯାହା ଖୁବଶିଘ୍ର ଲାଗୁ ହୋଇପାରେ। ଭବିଷ୍ୟତରେ ଏଭଳି ସାମ୍ବାଦିକର ପରିଚୟ ଦେଇ ଯେଭଳି କୌଣସି ହତ୍ୟାକାଣ୍ତ ନ ଘଟେ । ସନେଇ ଗୃହମନ୍ତ୍ରଣାଳୟ ସ୍ବତନ୍ତ୍ର ଏସଓପି ଜାରି କରିବାକୁ ଯାଉଛି । ଏହା ସାମ୍ବାଦିକଙ୍କ ସୁରକ୍ଷା ପାଇଁ ମଧ୍ୟ ଲାଗୁ କାରଯିବ ।

Get real time updates directly on you device, subscribe now.