ମୁମ୍ବାଇ: ଆଇପିଏଲ୍ ୨୦୨୩ ର ୨୨ ତମ ମ୍ୟାଚ୍ ରେ ମୁମ୍ବାଇ ଇଣ୍ଡିଆନ୍ସ କୋଲକାତା ନାଇଟ୍ ରାଇଡର୍ସ ସହିତ ମୁହାଁମୁହିଁ ହେବେ। କେକେଆର ବିପକ୍ଷରେ ଟସ୍ ଜିତିବା ପରେ ମୁମ୍ବାଇ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ମୁମ୍ବାଇ। ରୋହିତ ଶର୍ମା ଆଜିର ମ୍ୟାଚ୍ ଖେଳୁ ନାହାଁନ୍ତି। ତାଙ୍କ ବଦଳରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ଅଛନ୍ତି। ରୋହିତଙ୍କ ସ୍ଥାନରେ ଡୁଏନ୍ ଜେନ୍ସନ୍ ଏବଂ ଅର୍ଜୁନ ତେନ୍ଦୁଲକର ମୁମ୍ବାଇର ଏକାଦଶ ଖେଳୁଛନ୍ତି।
IPL debut
Opening the bowling
Say hello to Arjun Tendulkar
Go well
![]()
Follow the match
https://t.co/CcXVDhfzmi #TATAIPL | #MIvKKR | @mipaltan pic.twitter.com/J8vFYhLCIv
— IndianPremierLeague (@IPL) April 16, 2023
ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ମୁମ୍ବାଇ ୩ ଟି ମ୍ୟାଚ ମଧ୍ୟରୁ ୧ ଟି ଜିତିଛି ଏବଂ ୨ ଟି ହାରିଥିବା ବେଳେ ଅନ୍ୟପକ୍ଷରେ କେକେଆର ଦଳ ୪ ଟି ମ୍ୟାଚ ମଧ୍ୟରୁ ୨ ଟିରେ ଜିତି ୨ ଟି ପରାଜୟ ବାରଣ କରିଛି। ଶେଷ ମ୍ୟାଚରେ ଉଭୟ ଦଳ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଆଜି ଉଭୟ ଦଳ ଜିତିବାକୁ ଚେଷ୍ଟା କରିବେ। ଦୁଇ ଦଳ ମଧ୍ୟରେ ଆଇପିଏଲରେ ମୋଟ ୩୧ ଟି ମ୍ୟାଚ୍ ହୋଇଛି ଯେଉଁଥିରେ ମୁମ୍ବାଇ ୨୨ ଟି ଏବଂ କେକେଆର୍ ୯ ଟି ମ୍ୟାଚ୍ ଜିତିଛି।