ସମ୍ବଲପୁର ହିଂସାକାଣ୍ଡ: ବିଜେପି ଟିମକୁ ଅଟକାଇଲା ପୋଲିସ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ପ୍ରମୁଖ ନେତାଙ୍କୁ ମିଳିଲା ନାହିଁ ଯିବାକୁ ଅନୁମତି

ଭୁବନେଶ୍ୱର:ସମ୍ବଲପୁରରେ ଯେଉଁଭଳି ବିବାଦ ଦେଖାଯାଇଥିଲା ତାହାକୁ ନେଇ ଏବେ ସମ୍ବଲପୁରରେ ହାଇ ଆର୍ଲଟ ଜାରି ରହିଛି । କର୍ଫ୍ୟୁ ସହିତ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ କରାଯାଇଛି । ଏହା ଭିତରେ ବିଜେପିର ଏକ ଟିମ ସମ୍ବଲପୁର ଗସ୍ତରେ ଯାଉଥିବା ବେଳେ ପୋଲିସ ତାଙ୍କୁ ଅଟକାଇଛି । ଏହି ଟିମରେ କେନ୍ଦ୍ରମନ୍ତ୍ରୀ ମାନେ ମଧ୍ୟ ଉପସ୍ଥିତ ଅଛନ୍ତି ।

ସୂଚନାମୁତାକବ ସମ୍ବଲପୁର ଏବଂ ଝାରସୁଗୁଡା ସୀମାନ୍ତ ଶ୍ରୀପୁରା ଛକରେ ପୋଲିସ ଅଟକାଇ ଦେଇଛନ୍ତି । ସମ୍ବଲପୁରରେ ଯେଉଁ ଭଳି ଅବସ୍ଥା ରହିଛି ସେହି ଦୃଷ୍ଟିରୁ ପ୍ରଶାସନଙ୍କୁ ଭେଟିବା ପାଇଁ ଯାଇଥିବା ବେଳେ ପୋଲିସ ତାଙ୍କୁ ଅଟକାଇଛନ୍ତି । ଭେଟିବାର ଉଦ୍ଦେଶ୍ୟ କେବଳ ସମ୍ବଲପୁର ରେ ଶାନ୍ତି ଫେରାଇବା ପାଇଁ ଥିବା ବେଳେ ଆଜି ବିରୋଧୀ ଦଳଙ୍କୁ ଏପରି ଅଟକାଇବାର କାରଣ କଣ ବୋଲି ବରଗଡ ସାଂସଦ ସୁରେଶ ପୂଜାରୀ କହିଛନ୍ତି ।

ତେବେ ଏହି ବିଜେପି ଟିମରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଣ୍ୱର ଟୁଡୁ,ସାଂସଦ ଜୁଏଲ ଓରାମ, ସଭାପତି ମନମୋହଲ ସାମଲ,ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା,ବିଧାୟକ ନାଉରୀ ନାଏକ, କୁସୁମ ଟେଟେ, ଶଙ୍କର ଓରାମ ଭଳି ପ୍ରମୁଖ ନେତା ଥିଲେ । ତେବେ କେଉଁ କାରଣରୁ ତାଙ୍କୁ ଅଟକା ଗଲା ଏହାକୁ ନେଇ ଏବେ ବିରୋଧୀ ମାନେ ପ୍ରଶ୍ନ କରିଛନ୍ତି ।