fbpx

ମୋଦୀ ସରନେମ୍ ମାମଲାରେ ସୁରଟ କୋର୍ଟ ଦେଲା ରାହୁଲ ଗାନ୍ଧୀଙ୍କୁ ଝଟକା, ଖାରଜ କରିଲା ଆବେଦନ

ନୂଆଦିଲ୍ଲୀ : ମୋଦୀ ସରନେମ୍ ମାମଲାରେ ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ମୋଦୀ ଉପନାମ ସମ୍ପର୍କରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଦିଆଯାଇଥିବା ନିଷ୍ପତ୍ତି ଉପରେ ଅନ୍ୟ ଏକ ସୁରଟ କୋର୍ଟ ରାୟ ଆସିଛି । ସୂଚନାନୁସାରେ, କଂଗ୍ରେସ କର୍ମୀମାନେ ଯେଉଁ ଆଶାବାଦୀ ରହିଥିଲେ , ସେମିତି କିଛି ହେଇନାହିଁ । ଆଜିର ନିଷ୍ପତ୍ତିରେ ରାହୁଲଙ୍କୁ ପୁଣି ଥରେ ଝଟକା ମିଳିଛି।

ଗତ ମାସରେ ଦେଶ ସୁରଟର ଏକ କୋର୍ଟ ମୋଦୀ ଉପନାମ ସହ ଜଡିତ ଏକ ମାମଲାରେ କଂଗ୍ରେସ ନେତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ତାଙ୍କୁ ସର୍ବାଧିକ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ତାଙ୍କୁ ଦଣ୍ଡିତ କରିବା ପରେ ଲୋକସଭାର ଅଧିନିୟମ ଅନୁଯାୟୀ ତାଙ୍କ ସଂସଦ ସଦସ୍ୟତା ମଧ୍ୟ ବାତିଲ କରାଯାଇଥିଲା। ଯଦି ଆଜିର ବିଚାର ଦୋଷୀ ସାବ୍ୟସ୍ତ ନ ହେଇଥାନ୍ତେ , ତେବେ ରାହୁଲ ଗାନ୍ଧୀଙ୍କ ଲୋକସଭାର ସଦସ୍ୟତା ପୁନଃ ସ୍ଥାପିତ ହୋଇପାରିଥାନ୍ତା । କିନ୍ତୁ ରାହୁଲଙ୍କ ଏହି ଆବେଦନ କୁ କୋର୍ଟ ଖାରଜ କରିଦେଇଛି ।

ସୂଚନାମୁତାବକ ଏପ୍ରିଲ ୧୩, ୨୦୧୯ ରେ ଏକ ନିର୍ବାଚନ ରାଲିରେ ମୋଦୀ ଉପନାମ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ଦାଖଲ ହୋଇଥିବା ଅପରାଧିକ ମାନହାନି ମାମଲାରେ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ନିର୍ବାଚନ ରାଲିରେ ରାହୁଲ କହିଥିଲେ, ସମସ୍ତ ଚୋରଙ୍କ ନାମ ମୋଦୀ କିପରି ହୋଇପାରେ ? ତେବେ ଏହାକୁ ନେଇ ରାହୁଲ ଙ୍କୁ ବହୁତ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି ।

Get real time updates directly on you device, subscribe now.